Advertisment

ମାମୁ ଘରୁ ଫେରୁଥିଲା ଭଣଜା, ଘାଟିରେ ଗୁଳି କଲେ ମୁଖାପିନ୍ଧା

ମାମୁ ଘରୁ ଫେରୁଥିବା ବେଳେ କୁସୁମ ଘାଟି ନିକଟରେ ଦୁଇ ଜଣ ମୁଖା ପିନ୍ଧା ଯୁବକ ହଠାତ୍ ଭଉଜାଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ପରେ ଅନ୍ୟ ଜଣେ ଯୁବକ ତାଙ୍କ ଉପରେ ଗୁଳି ମାଡ଼ କରିଥିଲେ।

Mohana

Mohana

Advertisment

ଗୁଣି ସନ୍ଦେହରେ ଯୁବକଙ୍କୁ ଗୁଳି କରି ହତ୍ୟା ଉଦ୍ୟମ। ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଗଲେ ଯୁବକ। ଆଜି ଏପରି ଘଟଣା ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳରେ ଘଟିଛି। ଯୁବକଙ୍କୁ ଉଦ୍ଧାର କରାଯାଇ ମୋହନା ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

Advertisment

ଘୋଡ଼ାପଙ୍କା ଗାଁର କପିଳେନ୍ଦ୍ର ମଲ୍ଲିକ। ସେ ଆଜି ବଡିହୁରୁ ସ୍ଥିତ ତାଙ୍କ ମାମୁ ଘରକୁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ କୁସୁମ ଘାଟି ନିକଟରେ ଦୁଇ ଜଣ ମୁଖା ପିନ୍ଧା ଯୁବକ ହଠାତ୍ ତାଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ପରେ ଅନ୍ୟ ଜଣେ ଯୁବକ ତାଙ୍କ ଉପରେ ଗୁଳି ମାଡ଼ କରିଥିଲେ। ଗୁଳିଟି କପିଳେନ୍ଦ୍ରଙ୍କ ଅଣ୍ଟାରେ ବାଜିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ମୋହନା ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାରୁ ପ୍ରକାଶ, କପିଳେନ୍ଦ୍ର ଗୁଣି ଗାରେଡି କରୁଥିବା କିଛି ମାସ ତଳେ ଗାଁ ଲୋକେ ଅଭିଯୋଗ ଆଣିଥିଲେ। ଏନେଇ ଗାଁରେ ବାରମ୍ୱାର ବୈଠକ ବସିଥିଲା। ମାତ୍ର କୌଣସି ନିଷ୍କର୍ସରେ ପହଞ୍ଚି ପାରିନଥିଲେ ଗାଁ ଲୋକେ। ଶେଷରେ ଖଟ ବିଦ୍ୟାର ଆଶ୍ରୟ ନେବା ପାଇଁ ଗାଁ ଲେକେ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଘର ପିଛା ୨ ହଜାର ଟଙ୍କା ଲେଖଏଁ ଚାନ୍ଦା ଆଦାୟ କରିଥିଲେ।

Advertisment

କପିଳେନ୍ଦ୍ର ଏ ସମ୍ପର୍କରେ ଜାଣିପାରି ଥାନାରେ ଅଭିଯୋଗ କରିବେ ବୋଲି ଧମକ ଦେଇଥିଲେ। ଯେଉଁଥିପାଇଁ ଗାଁ ଲୋକେ ପଛଘୁଞ୍ଚା ଦେଇଥିଲେ। ଥାନାରେ ଅଭିଯୋଗ ନକରିବା ପାଇଁ କପିଳେନ୍ଦ୍ରଙ୍କୁ ପରାମର୍ଶ ଦେଇଥିଲେ ଗାଁ ଲୋକ। ଗାଁ ଲୋକଙ୍କ କଥାକୁ ବିଶ୍ୱାସ କରି କପିଳେନ୍ଦ୍ର ଥାନାରେ ଅଭିଯୋଗ କରିନଥିଲେ। ସେହି ରାଗରୁ ତାଙ୍କ ଉପରେ ଆଜି ଗୁଳି ମାଡ଼ ହୋଇଥିବା ଅଭିଯୋଗ ହୋଇଛି।

ରିପୋର୍ଟ- ମୋହନାରୁ ମିହିର ଜତି

Crime Attempt To Murder Crime Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe