/odisha-reporter/media/post_attachments/uploads/2020/04/1.jpg)
1
ଏପଟେ କରୋନାର ଅନ୍ଧକାର ବିରୋଧରେ ଆଲୋକର ପରିପ୍ରକାଶ ପାଇଁ ରାଜଧାନୀ ଭୁବନେଶ୍ୱରରେ ଜଳୁଥିଲା ଦୀପ। ସେପଟେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଘୋଷଣା ହେଲା ଭୁବନେଶ୍ୱରରେ ଆହୁରି ୧୬ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଅର୍ଥାତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। ଆଉ ସେଥିରୁ ସିଂହଭାଗ ରାଜଧାନୀ ଭୁବନେଶ୍ୱରର। ଆଜି ଏଭଳି ଭାବେ କରୋନା ରାଜଧାନୀବାସୀଙ୍କ ଧୈର୍ଯ୍ୟ ପରୀକ୍ଷା କରିଛି। କିନ୍ତୁ ପ୍ରଶାସନ ପକ୍ଷରୁ ରାଜଧାନୀବାସୀଙ୍କୁ ସଚେତନ କରିବା ସହ ଘରେ ରହି ନିଜ ଦାୟିତ୍ୱ ନେବାକୁ କୁହାଯାଇଛି। ଘରେ ରହି କରୋନାକୁ ମାତ୍ ଦେବାକୁ ନିବେଦନ କରାଯାଇଛି। ଆଜି ରାତି ୯ଟାରୁ ୯ଟା ବାଜି ୯ ମିନିଟ୍ ଯାଏ ରାଜଧାନୀବାସୀଙ୍କ ଧୈର୍ଯ୍ୟର ଦୃଶ୍ୟକୁ ନେଇ ଦେଖନ୍ତୁ ଗ୍ୟାଲେରୀରେ କିଛି ଫଟୋ। ଫଟୋ- ରାକେଶ ରାଉଳ
[gallery bgs_gallery_type="slider" ids="514213,514225,514219,514226,514222,514221,514224,514223,514220,514214,514218,514217,514216,514215"]
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
