Advertisment

ଓଡ଼ିଶାରେ ହେବ 'ଗାନ୍ଧି କଥା'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାତ୍ମା ଗାନ୍ଧିଙ୍କ ପ୍ରିୟଭୂମି ଥିଲା ଓଡ଼ିଶା। ଆଠ ଥର ଆସି ଜାତିର ପିତା ଏହି ରାଜ୍ୟରେ ସମୁଦାୟ ୭୯ ଦିନ ବିତାଇଛନ୍ତି। ଓଡିଶାର କୋଣ ଅନୁକୋଣକୁ ଯାଇ ସ୍ୱରାଜ, ସ୍ୱାବଲମ୍ବନ, ଅସ୍ପୃଶ୍ୟତା ନିବାରଣ, ସାଂପ୍ରଦାୟିକ ସଦ୍ଭାବ, ନିଶା ନିବାରଣ ଆଦିର ବାର୍ତ୍ତା ବାଣ୍ଟିଛନ୍ତି । ଗାନ୍ଧୀଜୀଙ୍କର ୧୫୦ତମ ଜୟନ୍ତୀ ବର୍ଷରେ ତାଙ୍କ ବିଚାରକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଁଚାଇବା ପାଇଁ ଓଡ଼ିଶା ଚଳଚଞ୍ଚଳ ହୋଇଉଠିଛି। ଏହି ଉପଲକ୍ଷେ ପ୍ରସିଦ୍ଧ ଗାନ୍ଧିବାଦୀ ପ୍ରବକ୍ତା ତଥା ଗାନ୍ଧି […]

ଓଡ଼ିଶାରେ ହେବ 'ଗାନ୍ଧି କଥା'

vcc-1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାତ୍ମା ଗାନ୍ଧିଙ୍କ ପ୍ରିୟଭୂମି ଥିଲା ଓଡ଼ିଶା। ଆଠ ଥର ଆସି ଜାତିର ପିତା ଏହି ରାଜ୍ୟରେ ସମୁଦାୟ ୭୯ ଦିନ ବିତାଇଛନ୍ତି। ଓଡିଶାର କୋଣ ଅନୁକୋଣକୁ ଯାଇ ସ୍ୱରାଜ, ସ୍ୱାବଲମ୍ବନ, ଅସ୍ପୃଶ୍ୟତା ନିବାରଣ, ସାଂପ୍ରଦାୟିକ ସଦ୍ଭାବ, ନିଶା ନିବାରଣ ଆଦିର ବାର୍ତ୍ତା ବାଣ୍ଟିଛନ୍ତି ।
ଗାନ୍ଧୀଜୀଙ୍କର ୧୫୦ତମ ଜୟନ୍ତୀ ବର୍ଷରେ ତାଙ୍କ ବିଚାରକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଁଚାଇବା ପାଇଁ ଓଡ଼ିଶା ଚଳଚଞ୍ଚଳ ହୋଇଉଠିଛି। ଏହି ଉପଲକ୍ଷେ ପ୍ରସିଦ୍ଧ ଗାନ୍ଧିବାଦୀ ପ୍ରବକ୍ତା ତଥା ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ କୁମାର ପ୍ରଶାନ୍ତ ଏକ ସପ୍ତାହ ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆଜି ଲୋହିଆ ଏକାଡେମୀଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।

Advertisment

ଏହି ଅବସରରେ ସେ ରାଜ୍ୟର ବିଭିନ୍ନ ସ୍ଥାନରେ 'ଗାନ୍ଧିକଥା' କହିବା ସହ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଆଗାମୀ ଅଗଷ୍ଟ ମାସ ୧୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଶ୍ରୀ ପ୍ରଶାନ୍ତ ଭୁବନେଶ୍ୱରର  ଜୟଦେବ ଭବନ ବକ୍ତବ୍ୟ ରଖିବେ। ଭୁବନେଶ୍ୱରରେ ରାଷ୍ଟ୍ରୀୟ ଯୁବ ସଂଗଠନ ଦ୍ୱାରା ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଯୁବ ଶିବିରରେ ସେ ମଧ୍ୟ ଉଦବୋଧନ ଦେବେ। ସେହିପରି ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ଓ ଉତ୍ତର ଦାୟାଦ ସଂଗଠନର କର୍ମକର୍ତ୍ତାମାନଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱରସ୍ଥ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଅଡ଼ଶପୁରସ୍ଥ
ଉଦୟନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗାନ୍ଧି ଓ ଯୁବ ସମାଜ ଶୀର୍ଷକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହଛି। ଅଗଷ୍ଟ ୧୯ ତାରିଖରେ ଯାଜପୁର ଜିଲ୍ଲା ଛତିଆ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହିତ ସେ ଆଲୋଚନା କରିବା ପରେ ଭଦ୍ରକ ମହିଳା

ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ସହିତ ବାପୁ ଓ ସ୍ତ୍ରୀ ଶୀର୍ଷକ ଚର୍ଚ୍ଚା କରିବେ। ଉକ୍ତ ସନ୍ଧ୍ୟାରେ ଭଦ୍ରକ ଗାନ୍ଧି ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ସଂସ୍କୃତି ଭବନ ଠାରେ
ଆୟୋଜିତ ସଭାରେ ମହାତ୍ମାଗାନ୍ଧିଙ୍କର କାଶ୍ମୀର ଉପରେ ରହିଥିବା ଅଭିମତ ବାବଦରେ ବିସ୍ତୃତ ଆଲୋଚନା କରିବେ। ଅଗଷ୍ଟ ୨୦ ଓ ୨୧ ତାରିଖରେ ରାଉରକେଲା ଠାରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଡି ଏ ଭି ପବ୍ଲିକ ସ୍କୁଲଠାରେ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେବେ । ସେହିଭଳି ଦିଲ୍ଲୀ ପବ୍ଲିକ ସ୍କୁଲ ପରିସରରେ ରାଉରକେଲାର ଜନସାଧାରଣକୁ ଉଦ୍‌ବୋଧନ ଦେବାର
କାର୍ଯ୍ୟକ୍ରମ ରହିଛି ।

Advertisment

ଅଗଷ୍ଟ ୨୨ ତାରଖରେ ସମ୍ବଲପୁର ଜିଲ୍ଲାର ଭତରା ଠାରେ ଥିବା ଗାନ୍ଧି ମନ୍ଦିର ପରିଦର୍ଶନ କରିବା ସହିତ ସ୍ୱାଧୀନତା ସଂଗ୍ରାମୀ ଗ୍ରାମ ବରଗାଁ ଠାରେ ସେ
ଉଦ୍‌ବୋଧନ ଦେବେ । ଅପରାହ୍ନରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗାନ୍ଧି ଓ ଛାତ୍ରସମାଜ ଶୀର୍ଷକ ଆଲୋଚନା
କରିବେ । ସନ୍ଧ୍ୟାରେ ଓଡ଼ିଶା ସାଂସ୍କୃତିକ ସମାଜ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ପ୍ରେକ୍ଷାଳୟରେ ପଶ୍ଚିମ ଓଡିଶାର ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ। ଅଗଷ୍ଟ ୨୩ ତାରିଖରେ ଭୁବନେଶ୍ୱରରେ ସାମ୍ବାଦିକ ମାନଙ୍କସହ ଆଲୋଚନା କରି ତାଙ୍କର ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ପ୍ରାଦେଶିକ ଅଧ୍ୟକ୍ଷ ଜଷ୍ଟିସ ମନୋରଂଜନ ମହାନ୍ତି, ସଂପାଦକ ବିରୁପାକ୍ଷ ତ୍ରିପାଠୀ, ଲୋହିଆ ଏକାଡେମୀର ସମ୍ପାଦକ ଦେବପ୍ରସାଦ ରାୟ, ରାଷ୍ଟ୍ରୀୟ ଯୁବା ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଡାଃ. ବିଶ୍ୱଜିତ, ମଳୟ ତ୍ରିପାଠୀ, ମଧୁସୁଦନ ଦାସ, ରଣଜିତ ଦେହୁରି, ମାନସ ପଟ୍ଟନାୟକ, ଡଃ ରୀନା ରାଉତରାୟ ଓ ତୁଷାରକାନ୍ତ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe