Advertisment

BJP-BJD Politics: ଗଣେଶ କହିଲେ ହ୍ୱିସିଲ ମାରି ଦେଖନ୍ତୁ, ଜୟନାରାୟଣ କହିଲେ କାହିଁକି ବିଜେଡିକୁ ଭାଙ୍ଗିବାକୁ ଚାହୁଁନି ବିଜେପି

ହ୍ୱିସିଲ ମାରିଲେ ତ ଭାଙ୍ଗିଯିବ। ଆଉ ମାରିକି କ’ଣ ଦେଖିବି? ବିଜେଡିକୁ ଆମେ ଭାଙ୍ଗିବା ପାଇଁ ଚାହୁଁନୁ। ଆମ ପାର୍ଟି ଯେଉଁ ଦିନ ଚାହିଁବ, ସେହି ଦିନ ଭାଙ୍ଗି ଦେବ ବୋଲି କହିଛନ୍ତି ଜୟନାରାୟଣ।

Ganeshwar and Jayanarayan

ବିଧାୟକ ଗଣେଶ୍ୱର ବେହେରା ଓ ଜୟନାରାୟଣ ମିଶ୍ର

Advertisment

ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଅନେକ ଥର କହିଛନ୍ତି ଯେ ତାଙ୍କ ଦଳ ହ୍ୱିସିଲ ମାରିଲେ ବିଜେଡି ଭାଙ୍ଗି ଯିବ। ଆଉ ଆଜି ତାଙ୍କୁ ହ୍ୱିସିଲ ମାରିବା ପାଇଁ ଚ୍ୟାଲେଞ୍ଜ କରିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା।

Advertisment

ସେ କହିଛନ୍ତି, ହ୍ୱିସିଲ ମାରି ଦେଖନ୍ତୁ। ତାଙ୍କ ହ୍ୱିସିଲରେ କେତେ ଶକ୍ତି ଅଛି, ଆମେ ଦେଖିବୁ। ସେମାନେ (ବିଜେପି) ନିର୍ବାଚନ ଜିତିଛନ୍ତି। ସରକାରରେ ଅଛନ୍ତି। ସଦ୍ୟ ଉପ-ନିର୍ବାଚନରେ ଏକ ବଡ଼ ବ୍ୟବଧାନରେ ଜିତିଛନ୍ତି। ତେଣୁ ସେମାନେ ଆନନ୍ଦରେ ବିଭୋର ହୋଇଯାଇଛନ୍ତି। ଯିଏ ବିଭୋର ହୋଇଯାଏ, ସେ ଅବସ୍ତାବ କଥା କହେ। ଏବେ ତାହା ହିଁ ଘଟୁଛି। 

ଶ୍ରୀ ବେହେରା କହିଛନ୍ତି, ଯେଉଁମାନେ (ବିଜେଡିକୁ) ଯାଉଛନ୍ତି, ସେମାନେ ତାଙ୍କର ନିଷ୍ପତ୍ତି ପାଇଁ ଅନୁତାପ କରିବେ। ଯେତେବେଳେ ଯାଉଛନ୍ତି, ସେମାନଙ୍କୁ କୋଳେଇ ନେଉଛନ୍ତି। ବେଶ୍‌ ବଢ଼ିଆ କଥା କହୁଛନ୍ତି। କିନ୍ତୁ କିଛି ଦିନ ପରେ ଯେପରି ହତାଦାର ହେଉଛନ୍ତି, ତାକୁ ଅନୁଭବ କରୁଛନ୍ତି। ଯେଉଁମାନେ ଯାଇଛନ୍ତି, ସେମାନଙ୍କ ଅବସ୍ଥା ଆମେ ଦେଖୁଛୁ। ଯିଏ ଯିବେ, ସେମାନେ ମଧ୍ୟ ଏଭଳି ଅବସ୍ଥା ଭୋଗିବେ। ଭାବବିହ୍ୱଳ ହୋଇ ନଯାଇ, ଟିକେ ଚିନ୍ତା କରନ୍ତୁ। ଦ୍ୱିତୀୟ କଥା ହେଉଛି, ସେପଟୁ (ବିଜେପିରୁ) ଯେ କେହି ନଆସିବେ (ବିଜେଡିକୁ), ସେ କଥା କିଏ କହିବ। ସମୟକୁ ଅପେକ୍ଷା କରନ୍ତୁ। 

Advertisment

ଅନ୍ୟପକ୍ଷରେ ଗଣେଶଙ୍କୁ ଜବାବ ଦେଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ହ୍ୱିସିଲ ମାରିଲେ ତ ଭାଙ୍ଗିଯିବ। ଆଉ ମାରିକି କ’ଣ ଦେଖିବି? ବିଜେଡିକୁ ଆମେ ଭାଙ୍ଗିବା ପାଇଁ ଚାହୁଁନୁ। ଆମ ପାର୍ଟି ଯେଉଁ ଦିନ ଚାହିଁବ, ସେହି ଦିନ ଭାଙ୍ଗି ଦେବ। କିନ୍ତୁ ପାର୍ଟି ଚାହୁଁନାହିଁ। ସେଥିପାଇଁ ମୁଁ କହିଥିଲି ଯେ ହ୍ୱିସିଲ ମାରିଲେ ପାର୍ଟି (ବିଜେଡି) ଭାଙ୍ଗିଯିବ। ଏବଂ ଏହା ଅତି ସ୍ପଷ୍ଟ ଭାବେ କହିଥିଲେ ଯେ ଆମର ରଣନୀତି ଅନୁସାରେ ବିଜେପି ବିରୋଧୀ ଭୋଟ୍‌ଗୁଡ଼ିକ ଭାଗ ଭାଗ ହେବା କଥା। ସେଥିପାଇଁ କେନ୍ଦ୍ର ବିଜେଡ଼ିକୁ ଭାଙ୍ଗିବା ପାଇଁ ଚାହୁଁନାହିଁ। କେନ୍ଦ୍ର ଯେଉଁ ଦିନ ଚାହିଁବ, ସେହି ଦିନ ବିଜେଡି ଲୋପ ପାଇଯିବ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe