ଇସ୍ତାହାର କମିଟିରୁ ଶ୍ରୀକାନ୍ତ ଆଉଟ୍‌, ଗଣେଶ୍ୱର ନୂଆ ଅଧ୍ୟକ୍ଷ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟ କଂଗ୍ରେସ୍‌ ଇସ୍ତାହାର କମିଟି ଘୋଷଣା କରାଯାଇଛି। ଏଆଇସିସି ପକ୍ଷରୁ ଏହି ଘୋଷଣା କରାଯାଇଛି। ଏଥିରେ ଗଣେଶ୍ୱର ବେହେରାଙ୍କୁ ନୂଆ ଅଧ୍ୟକ୍ଷ କରାଯାଇଛି। ପୂର୍ବର ଶ୍ରୀକାନ୍ତ ଜେନା ଏହି କମିଟିର ଅଧ୍ୟକ୍ଷ ଥିଲେ। କମିଟିର ଅନ୍ୟ ସଦସ୍ୟମାନେ ହେଲେ ଲିଆକତ ଅଲ୍ଲୀ, ସତ୍ୟପ୍ରକାଶ ନାୟକ, ବିସ୍ମୟ ମହାପାତ୍ର, ନରସିଂହ ମିଶ୍ର, ପ୍ରସାଦ ହରିଚନ୍ଦନ, ସୁଦର୍ଶନ ଦାସ, ଶ୍ୟାମସୁନ୍ଦର ହାଁସଦା, ମେରି ସୁରିନ ଓ ନଟବର ଖୁଣ୍ଟିଆ। ନୂଆ ଇସ୍ତାହାର କମିଟିକୁ ପିସିସି […]

CONGRESS

Rakesh Mallick
  • Published: Thursday, 06 December 2018
  • , Updated: 06 December 2018, 02:50 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟ କଂଗ୍ରେସ୍‌ ଇସ୍ତାହାର କମିଟି ଘୋଷଣା କରାଯାଇଛି। ଏଆଇସିସି ପକ୍ଷରୁ ଏହି ଘୋଷଣା କରାଯାଇଛି। ଏଥିରେ ଗଣେଶ୍ୱର ବେହେରାଙ୍କୁ ନୂଆ ଅଧ୍ୟକ୍ଷ କରାଯାଇଛି। ପୂର୍ବର ଶ୍ରୀକାନ୍ତ ଜେନା ଏହି କମିଟିର ଅଧ୍ୟକ୍ଷ ଥିଲେ।

କମିଟିର ଅନ୍ୟ ସଦସ୍ୟମାନେ ହେଲେ ଲିଆକତ ଅଲ୍ଲୀ, ସତ୍ୟପ୍ରକାଶ ନାୟକ, ବିସ୍ମୟ ମହାପାତ୍ର, ନରସିଂହ ମିଶ୍ର, ପ୍ରସାଦ ହରିଚନ୍ଦନ, ସୁଦର୍ଶନ ଦାସ, ଶ୍ୟାମସୁନ୍ଦର ହାଁସଦା, ମେରି ସୁରିନ ଓ ନଟବର ଖୁଣ୍ଟିଆ।

ନୂଆ ଇସ୍ତାହାର କମିଟିକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ୱାଗତ କରିଛନ୍ତି। ମିଳିମିଶି କାମ କରିବା ସହିତ ଶ୍ରେଷ୍ଠ ଇସ୍ତାହାର ପ୍ରସ୍ତୁତ କରିବାକୁ ସେ କମିଟିକୁ ଆହ୍ୱାନ ଦେଇଛନ୍ତି।

Related story