Advertisment

ଗ୍ୟାଙ୍ଗଷ୍ଟର ହାଇଦରକୁ ଏନ୍‌କାଉଣ୍ଟର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗ୍ୟାଙ୍ଗଷ୍ଟର ହାଇଦରକୁ ଏନ୍‌କାଉଣ୍ଟର କରାଯାଇଛି। ବାରିପଦା ନିକଟରେ ତାକୁ ଏନ୍‌କାଉଣ୍ଟର କରାଯାଇଛି। ପୁଲିସ କବ୍‌ଜାରୁ ଖସି ପଳାଉଥିବା ବେଳେ ଏନ୍‌କାଉଣ୍ଟର ହୋଇଥିବା କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି। ଏନ୍‌କାଉଣ୍ଟର ପରେ ତାକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଉଛି। ଏବେ ତାଙ୍କର ଚିକିତ୍ସା ଚାଲିଛି। କଟକ ଚୌଦ୍ୱାର ଜେଲ୍‌ରୁ ଆଜି ଗ୍ୟାଙ୍ଗଷ୍ଟର ହାଇଦରକୁ ବାରିପଦା ଜେଲ୍‌କୁ ନିଆଯାଉଥିଲା। ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟରେ ପରିସ୍ରା କରିବାକୁ କହିଥିଲା ହାଇଦର। ପରିସ୍ରା କରୁଥିବା ବେଳେ […]

ଅଦ୍ୟତନ ହୋଇଛି
ଆଜି ରାତିରୁ କେନ୍ଦ୍ରାପଡ଼ା ସହରରୁ ହଟିବ ୧୪୪ ଧାରା

Gangster Hyder

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗ୍ୟାଙ୍ଗଷ୍ଟର ହାଇଦରକୁ ଏନ୍‌କାଉଣ୍ଟର କରାଯାଇଛି। ବାରିପଦା ନିକଟରେ ତାକୁ ଏନ୍‌କାଉଣ୍ଟର କରାଯାଇଛି। ପୁଲିସ କବ୍‌ଜାରୁ ଖସି ପଳାଉଥିବା ବେଳେ ଏନ୍‌କାଉଣ୍ଟର ହୋଇଥିବା କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି। ଏନ୍‌କାଉଣ୍ଟର ପରେ ତାକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଉଛି। ଏବେ ତାଙ୍କର ଚିକିତ୍ସା ଚାଲିଛି।

Advertisment

କଟକ ଚୌଦ୍ୱାର ଜେଲ୍‌ରୁ ଆଜି ଗ୍ୟାଙ୍ଗଷ୍ଟର ହାଇଦରକୁ ବାରିପଦା ଜେଲ୍‌କୁ ନିଆଯାଉଥିଲା। ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟରେ ପରିସ୍ରା କରିବାକୁ କହିଥିଲା ହାଇଦର। ପରିସ୍ରା କରୁଥିବା ବେଳେ ସୁରକ୍ଷା କର୍ମୀଙ୍କ ସହିତ ଧସ୍ତାଧସ୍ତି କରିଥିଲା। ଏପରିକି ସୁରକ୍ଷା କର୍ମୀଙ୍କଠାରୁ ବନ୍ଧୁକ ଛଡ଼ାଇ ପଳାଇବାକୁ ଉଦ୍ୟମ କରିଥିଲା। ପରେ ଇନ୍ସପେକ୍ଟର ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ହାଇଦର ପେଟରେ ବାଜିଛି ଗୁଳି। ତାଙ୍କୁ ବାଲେଶ୍ୱର ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଏନ୍‌କାଉଣ୍ଟର ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ।

କିଛି ଦିନ ତଳେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ହାଇଦର ଚମ୍ପଟ ମାରିଥିଲା। ଗଲା ବେଳେ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀଙ୍କୁ ବେହୁସ କରାଇଦେଇଥିଲେ। ବହୁ ଖୋଜାଖୋଜି ପରେ ହାଇଦରକୁ ତେଲେଙ୍ଗାନା ସାଙ୍ଗାରେଡ୍ଡି ଜିଲ୍ଲାରୁ ଗିରଫ କରାଯାଇଥିଲା। ପରେ ତାକୁ ଓଡ଼ିଶା ଅଣାଯାଇଥିଲା। ପରବର୍ତ୍ତୀ ସମୟରେ ସେ କରୋନାରେ ଆକ୍ରାନ୍ତ ହୋଇ ଚୌଦ୍ୱାର ଜେଲରେ ରହୁଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe