Advertisment

ଅଟୋରୁ ମିଳିଲା ୭୫ କେଜି ଗଞ୍ଜେଇ

ମୋହନା(ମିହିର ଯତି): ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ପୁଲିସ୍‌ ପେଟ୍ରୋଲିଂ ବେଳେ ମକାପଦା ଛକ ନିକଟରରେ ଏକ ଅଟୋରୁ ୭୫ କେଜି ଗଞ୍ଜେଇ ଜବତ କରିଛି। ଏଥିସହ ଅଟୋ ଚାଳକଙ୍କୁ ଗିରଫ କରିଛି।  ତାଙ୍କ ନାଁ ଧନଞ୍ଜୟ ରଇତ। ତାଙ୍କ ଘର ଆର.ଉଦୟଗିରି ଥାନା ଅନ୍ତର୍ଗତ ଘୋଡ଼ାପଦର ଗାଁରେ। ପୁଲିସ୍‌ ଅଟୋକୁ ମଧ୍ୟ ଜବତ କରିଛି। ଗତକାଲି ପୁଲିସ୍‌ କୌଣସି ସୂତ୍ରରୁ ଖବର ପାଇ ମକାପଦା ଓ ଛେଲାଗଡ଼ ରାସ୍ତାରେ ପେଟ୍ରୋଲିଂ କରୁଥିଲା। ଏହି ସମୟରେ ସନ୍ଦେହରେ […]

ଅଦ୍ୟତନ ହୋଇଛି
ଅଟୋରୁ ମିଳିଲା ୭୫ କେଜି ଗଞ୍ଜେଇ

arrest

Advertisment

ମୋହନା(ମିହିର ଯତି): ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ପୁଲିସ୍‌ ପେଟ୍ରୋଲିଂ ବେଳେ ମକାପଦା ଛକ ନିକଟରରେ ଏକ ଅଟୋରୁ ୭୫ କେଜି ଗଞ୍ଜେଇ ଜବତ କରିଛି। ଏଥିସହ ଅଟୋ ଚାଳକଙ୍କୁ ଗିରଫ କରିଛି।  ତାଙ୍କ ନାଁ ଧନଞ୍ଜୟ ରଇତ। ତାଙ୍କ ଘର ଆର.ଉଦୟଗିରି ଥାନା ଅନ୍ତର୍ଗତ ଘୋଡ଼ାପଦର ଗାଁରେ। ପୁଲିସ୍‌ ଅଟୋକୁ ମଧ୍ୟ ଜବତ କରିଛି।

Advertisment

ଗତକାଲି ପୁଲିସ୍‌ କୌଣସି ସୂତ୍ରରୁ ଖବର ପାଇ ମକାପଦା ଓ ଛେଲାଗଡ଼ ରାସ୍ତାରେ ପେଟ୍ରୋଲିଂ କରୁଥିଲା। ଏହି ସମୟରେ ସନ୍ଦେହରେ ଏକ ଅଟୋକୁ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ପୁଲିସ୍‌ ଅଟୋରୁ ୩ ବସ୍ତା ଗଞ୍ଜେଇ ଜବତ କରିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ। ଛେଲାଗଡ଼ ଅଞ୍ଚଳରୁ ଗଞ୍ଜେଇ ଗଞ୍ଜାମ ଜିଲ୍ଲାକୁ ଚାଲାଣ ହେଉଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe