Advertisment

Ganja Seized: ଉପରେ କୋବି, ତଳେ କୋଟିଏ ଟଙ୍କାର ଗଞ୍ଜେଇ

ପିକ୍‌ଅପ୍ ଭ୍ୟାନ୍‌ଟି ଗଞ୍ଜେଇ ଧରି କେନ୍ଦୁଝରରୁ କପ୍ତିପଦା ହୋଇ ବାରିପଦା ଅଭିମୁଖେ ଯାଉଥିଲା। ପ୍ରଥମେ ଗଞ୍ଜେଇ ବସ୍ତାଗୁଡ଼ିକୁ ରଖା ଯାଇଥିଲା। ତା’ଉପରେ କୋବି ରଖାଯାଇଥିଲା।

899999

ଏହି ପିକ୍‌ଅପ୍‌ ଭ୍ୟାନରେ ଯାଉଥିଲା ଗଞ୍ଜେଇ

Advertisment

କୋବିକୁ ଢାଲ କରି ପିକ୍‌ଅପ ଭ୍ୟାନ୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ। ହେଲେ ଏ ପୁରୁଣା ଫନ୍ଦି କାମ କଲାନି। ଏନ୍‌ସିବିର ସ୍ପେଶାଲ ସ୍କ୍ୱାଡ୍‌ ହାତରେ ଧରାପଡ଼ିଥିଲେ। ଯାଞ୍ଚ ବେଳେ ପିକ୍‌ଅପ୍‌ ଭ୍ୟାନରୁ ବାହାରିଲା ୨୩ ବସ୍ତା ଗଞ୍ଜେଇ। ଏହାର ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ ବୋଲି କହିଛି ଏନ୍‌ସିବି।  

Advertisment

ପିକ୍‌ଅପ୍ ଭ୍ୟାନ୍‌ଟି ଗଞ୍ଜେଇ ଧରି କେନ୍ଦୁଝରରୁ କପ୍ତିପଦା ହୋଇ ବାରିପଦା ଅଭିମୁଖେ ଯାଉଥିଲା। ପ୍ରଥମେ ଗଞ୍ଜେଇ ବସ୍ତାଗୁଡ଼ିକୁ ରଖା ଯାଇଥିଲା। ତା’ଉପରେ କୋବି ରଖାଯାଇଥିଲା। ଯେମିତି କେହି ସନ୍ଦେହ କରିବେ ନାହିଁ। ଏହାକୁ ସୁରକ୍ଷା ଦେବାକୁ ଏକ ସ୍କୋର୍ପିଓ ଯାଉଥିଲା ପଛେ ପଛେ। କିନ୍ତୁ ସୂଚନା ପହଞ୍ଚି ସାରିଥିଲା ଏନ୍‌ସିବିର ସ୍ପେଶାଲ ସ୍କ୍ୱାଡ୍‌ ପାଖରେ।

ଗତକାଲି ରାତିରେ ଗଞ୍ଜେଇ ଭର୍ତ୍ତି ଗାଡ଼ିଟିକୁ ଅନୁସରଣ କରିଥିଲା ଏନ୍‌ସିବିର ସ୍ପେଶାଲ ସ୍କ୍ୱାଡ୍‌। ଶେଷରେ ସକାଳେ କପ୍ତିପଦା ଥାନା ନୂଆସାହି ଭରଡ଼ା ଛକ ନିକଟରେ ଏହାକୁ ମାଡ଼ି ବସିଥିଲା ଏହା ସହିତ ଗଞ୍ଜେଇ ଗାଡିକୁ ସୁରକ୍ଷା ଦେଉଥିବା ସ୍କୋର୍ପିଓକୁ ମଧ୍ୟ ଧରିଥିଲା ଏନସିବି ଟିମ୍‌। ଏହି ଘଟଣାରେ ୫ ଜଣଙ୍କୁ ନିଜ ହେପାଜତକୁ ନେଇଛି ଏନ୍‌ସିବି। ତେବେ ଦୁଇ ଜଣ ଗଞ୍ଜେଇ ମାଫିଆ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସଫଳ ହୋଇଥିବା କୁହାଯାଉଛି। 

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe