ଚାରି ଜଣ ଯୁବକ ୨ଟି କାରରେ ଗଞ୍ଜେଇ ନେଇ ଯାଉଥିଲେ। ବାଟରେ ଅଟକି ହୋଟେଲରେ ଖାଉଥିବା ବେଳେ ତିନି ଜଣଙ୍କୁ ମାଡ଼ି ବସିଥିଲା ପୁଲିସ। ଜଣେ ଫେରାର ହୋଇଯାଇଥିଲେ। ସେମାନଙ୍କ କାରରୁ ୮୫ କେଜି ଗଞ୍ଜେଇ ଜବତ କରାଯାଇଥିଲା ପୁଲିସ। କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ପୁଲିସକୁ ମିଳିଛି ଏହି ସଫଳତା।
ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, କେନ୍ଦୁଝର ଜିଲ୍ଲା ବାଂଶପାଳ ଅଞ୍ଚଳର ହେମନ୍ତ ବେହେରା, ରାଜେଶ ପାତ୍ର ଓ ମିଶ୍ର ବେହେରା। ଫେରାର ହୋଇଯାଇଥିବା ଗଞ୍ଜେଇ ମାଫିଆଙ୍କ ଘର ନରଣପୁରରେ। ସେ ଏହି ରାକେଟର ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି।
ଘସିପୁରା ବାଏପାସ୍ରେ ୨୦ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ହୋଟେଲରେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ଅଭିଯୁକ୍ତମାନେ ଖାଉଥିବା ବେଳେ ପୁଲିସ ଚଢ଼ାଉ କରିଥିଲା। ଗଞ୍ଜେଇ ଚାଲାଣ ହେଉଥିବା ନେଇ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ପୁଲିସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା।
ପୁଲିସ ଗଞ୍ଜେଇ ସହିତ କାର ଦୁଇଟିକୁ ଜବତ କରିଛି। ଦୁଇଟି କାରରେ ୮ଟି ବସ୍ତାରେ ୮୫ କେଜି ଗଞ୍ଜେଇ ଥିଲା। ଏହି ରାକେଟ ଚେର କେତେ ଦୂର ଲମ୍ବିଛି, ତା’ର ତଦନ୍ତ କରୁଛି ପୁଲିସ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/07/car-2026-02-07-13-53-35.jpg)