/odisha-reporter/media/post_attachments/uploads/2020/01/truck.jpg)
truck
କୋରାପୁଟ (ସୂର୍ଯ୍ୟ ପଣ୍ଡା): ଆଜି କୋରାପୁଟ ଜିଲ୍ଲା ପାଡୁଆରୁ ବିହାର ଯାଉଥିବା ଏକ ଟ୍ରକରୁ ୮ କ୍ୱିଣ୍ଟାଲ୍ ୪୭ କିଲୋ ଗଞ୍ଜେଇ ପୁଲିସ ଜବତ କରିଛି। ଏହି ଘଟଣାରେ ସେମିଳିଗୁଡ଼ା ଥାନା ପୁଲିସ ୨ ବିହାରୀ ଯୁବକଙ୍କୁ ଗିରଫ କରିଛି।
Advertisment
ଜବତ ହୋଇଥିବା ୧୬ ଚକିଆ ଟ୍ରକଟି ପାଡୁଆରୁ ବିହାର ଅଭିମୁଖେ ଯାଉଥିଲା। ସେମିଳିଗୁଡ଼ା ପୁଲିସ ପାଟ୍ରୋଲିଂ ସମୟରେ ଟ୍ରକକୁ ଜବତ କରିଥିଲା। ଗିରଫ ହୋଇଥିବା ଯୁବକ ଦୁଇ ଜଣ ବିହାରର ବୋଲି ଜଣାପଡ଼ିଛି। ତେବେ କେତେ ଦିନ ଧରି ଗଞ୍ଜେଇ ଚୋରା ଚାଲାଣ ହେଉଥିଲା, ସେ ସମ୍ପର୍କରେ ପୁଲିସ ଖୋଳତାଡ ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଘନ ଘନ ଜେରା କରୁଛି।
ଗଞ୍ଜେଇ ଚାଷ ଓ ଚୋରା ଚାଲାଣ ରୋକିବା ପାଇଁ କୋରାପୁଟ ପୁଲିସ ଏକ ସ୍ୱତନ୍ତ୍ର ଅପରେଶନ୍ କରିଥିଲା। ଏହା ମଧ୍ୟମରେ ପୁଲିସ ପାଟ୍ରୋଲିଂ କରିବା ସହିତ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଗଞ୍ଜେଇ ମାଫିଆଙ୍କୁ ଗିରଫ କରୁଥିଲା। ଯାହାଫଳରେ ଗଞ୍ଜେଇ ଚାଲାଣ କମିଥିବା ଦେଖିବାକୁ ମିଳିଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
