Advertisment

ଗଞ୍ଜେଇ ସହ ଟ୍ରକ ଜବତ, ଦୁଇ ବିହାରୀ ଯୁବକ ଗିରଫ

କୋରାପୁଟ (ସୂର୍ଯ୍ୟ ପଣ୍ଡା): ଆଜି କୋରାପୁଟ ଜିଲ୍ଲା ପାଡୁଆରୁ ବିହାର ଯାଉଥିବା ଏକ ଟ୍ରକରୁ ୮ କ୍ୱିଣ୍ଟାଲ୍‌ ୪୭ କିଲୋ ଗଞ୍ଜେଇ ପୁଲିସ ଜବତ କରିଛି। ଏହି ଘଟଣାରେ ସେମିଳିଗୁଡ଼ା ଥାନା ପୁଲିସ ୨ ବିହାରୀ ଯୁବକଙ୍କୁ ଗିରଫ କରିଛି। ଜବତ ହୋଇଥିବା ୧୬ ଚକିଆ ଟ୍ରକଟି ପାଡୁଆରୁ ବିହାର ଅଭିମୁଖେ ଯାଉଥିଲା। ସେମିଳିଗୁଡ଼ା ପୁଲିସ ପାଟ୍ରୋଲିଂ ସମୟରେ ଟ୍ରକକୁ ଜବତ କରିଥିଲା। ଗିରଫ ହୋଇଥିବା ଯୁବକ ଦୁଇ ଜଣ ବିହାରର ବୋଲି ଜଣାପଡ଼ିଛି। ତେବେ କେତେ […]

ଗଞ୍ଜେଇ ସହ ଟ୍ରକ ଜବତ, ଦୁଇ ବିହାରୀ ଯୁବକ ଗିରଫ

truck

Advertisment

କୋରାପୁଟ (ସୂର୍ଯ୍ୟ ପଣ୍ଡା): ଆଜି କୋରାପୁଟ ଜିଲ୍ଲା ପାଡୁଆରୁ ବିହାର ଯାଉଥିବା ଏକ ଟ୍ରକରୁ ୮ କ୍ୱିଣ୍ଟାଲ୍‌ ୪୭ କିଲୋ ଗଞ୍ଜେଇ ପୁଲିସ ଜବତ କରିଛି। ଏହି ଘଟଣାରେ ସେମିଳିଗୁଡ଼ା ଥାନା ପୁଲିସ ୨ ବିହାରୀ ଯୁବକଙ୍କୁ ଗିରଫ କରିଛି।

Advertisment

ଜବତ ହୋଇଥିବା ୧୬ ଚକିଆ ଟ୍ରକଟି ପାଡୁଆରୁ ବିହାର ଅଭିମୁଖେ ଯାଉଥିଲା। ସେମିଳିଗୁଡ଼ା ପୁଲିସ ପାଟ୍ରୋଲିଂ ସମୟରେ ଟ୍ରକକୁ ଜବତ କରିଥିଲା। ଗିରଫ ହୋଇଥିବା ଯୁବକ ଦୁଇ ଜଣ ବିହାରର ବୋଲି ଜଣାପଡ଼ିଛି। ତେବେ କେତେ ଦିନ ଧରି ଗଞ୍ଜେଇ ଚୋରା ଚାଲାଣ ହେଉଥିଲା, ସେ ସମ୍ପର୍କରେ ପୁଲିସ ଖୋଳତାଡ ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଘନ ଘନ ଜେରା କରୁଛି।

ଗଞ୍ଜେଇ ଚାଷ ଓ ଚୋରା ଚାଲାଣ ରୋକିବା ପାଇଁ କୋରାପୁଟ ପୁଲିସ ଏକ ସ୍ୱତନ୍ତ୍ର ଅପରେଶନ୍‌ କରିଥିଲା। ଏହା ମଧ୍ୟମରେ ପୁଲିସ ପାଟ୍ରୋଲିଂ କରିବା ସହିତ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଗଞ୍ଜେଇ ମାଫିଆଙ୍କୁ ଗିରଫ କରୁଥିଲା। ଯାହାଫଳରେ ଗଞ୍ଜେଇ ଚାଲାଣ କମିଥିବା ଦେଖିବାକୁ ମିଳିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe