Advertisment

ଉପରେ ପଣସ ଓ କଦଳୀ, ଭିତରେ...

ଲମତାପୁଟ (ଜଗତ ଜୀବନ): ଟ୍ରକ୍‌ରେ ବୋଝେଇ ହୋଇଥିଲା ପଣସ ଓ କଦଳୀ। ଉପରକୁ ଦେଖିବାକୁ ସବୁ ଠିକ୍‌ଠାକ୍ ଥିଲା। କିନ୍ତୁ ଭିତରେ ଥିଲା ଗଞ୍ଜେଇ। ଏମିତି ଭାବେ ୧ କୋଟି ଟଙ୍କାର ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରିଛି ମାଛକୁଣ୍ଡ ପୁଲିସ୍‌। ଜଳାପୁଟର ଜବାଗଡ଼ରୁ ଏକ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୋରାପୁଟ ଏସ୍‌ପି କୌଣସି ସୂତ୍ରରୁ ଖବର ପାଇଥିଲେ। ଏହା ପରେ ତାଙ୍କ ନିର୍ଦ୍ଦେଶକ୍ରମେ ନନ୍ଦପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ମାଛକୁଣ୍ଡ, ଲମତାପୁଟ ଓ ଜଳାପୁଟ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଉପରେ ପଣସ ଓ କଦଳୀ, ଭିତରେ...

Banana & Jackal fruit

ଲମତାପୁଟ (ଜଗତ ଜୀବନ): ଟ୍ରକ୍‌ରେ ବୋଝେଇ ହୋଇଥିଲା ପଣସ ଓ କଦଳୀ। ଉପରକୁ ଦେଖିବାକୁ ସବୁ ଠିକ୍‌ଠାକ୍ ଥିଲା। କିନ୍ତୁ ଭିତରେ ଥିଲା ଗଞ୍ଜେଇ। ଏମିତି ଭାବେ ୧ କୋଟି ଟଙ୍କାର ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରିଛି ମାଛକୁଣ୍ଡ ପୁଲିସ୍‌।

Advertisment

ଜଳାପୁଟର ଜବାଗଡ଼ରୁ ଏକ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୋରାପୁଟ ଏସ୍‌ପି କୌଣସି ସୂତ୍ରରୁ ଖବର ପାଇଥିଲେ। ଏହା ପରେ ତାଙ୍କ ନିର୍ଦ୍ଦେଶକ୍ରମେ ନନ୍ଦପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ମାଛକୁଣ୍ଡ, ଲମତାପୁଟ ଓ ଜଳାପୁଟ ପୁଲିସ୍‌ର ଏକ ଟିମ୍‌ ଟିକାପୁଟ ଛକ ନିକଟରେ ସମସ୍ତ ଗାଡ଼ି ଯାଞ୍ଚ କରିଥିଲେ।

ଏହି ସମୟରେ ଉକ୍ତ ଗଞ୍ଜେଇ ବୋଝେଇ ଗାଡ଼ି ବି ସେଠାରେ ପହଞ୍ଚିଥିଲା। ପୁଲିସ୍ ଏହାକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ପଣସ ଓ କଦଳୀ ବୋଝେଇ ଏହି ଟ୍ରକ୍‌ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା। ଏହି ଟ୍ରକରୁ ଏକ ଟନ୍ ୮ କେଜି ଗଞ୍ଜେଇ ଜବତ କରାଯାଇଛି, ଯାହାର ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ ବୋଲି ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ ମହାପାତ୍ର କହିଛନ୍ତି।

Advertisment

ମାଛକୁଣ୍ଡ ପୁଲିସ୍ ଗଞ୍ଜେଇ ଓ ଉକ୍ତ ଟ୍ରକ୍‌କୁ ଜବତ କରିବା ସହିତ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଅଞ୍ଚଳର ଭି. ସତ୍ୟା, ଜି. ଶ୍ରୀଧର ଓ ଜି. ଶ୍ରୀମାନ। ସେମାନଙ୍କ ଠାରୁ ୪ଟି ମୋବାଇଲ ଓ ୩,୫୦୦ ଟଙ୍କା ମଧ୍ୟ ଜବତ କରାଯାଇଛି।

ନନ୍ଦପୁର ଏସ୍‌ଡିପିଓ କହିଛନ୍ତି, ଜବାଗଡ଼ ଅଞ୍ଚଳରୁ ଟ୍ରକ୍ ଯୋଗେ ଏହି ଗଞ୍ଜେଇକୁ ସଗର ଓ ପାଡ଼ୁଆ ରାସ୍ତା ଦେଇ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଅଞ୍ଚଳକୁ ଚାଲାଣ କରାଯାଉଥିଲା।

Andhra Pradesh Smuggling