Advertisment

କୋଟିଏ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା(ଓଡ଼ିଶା ରିପୋର୍ଟର): ପୁଣିଥରେ ଜବତ ହୋଇଛି ବିପୁଳ ପରିମାଣର ଗଞ୍ଜେଇ। ଗୋଟିଏ ପିକଅପ ଭ୍ୟାନ୍‌ରୁ ୧ କୋଟି ୩୦ ଲକ୍ଷ ଟଙ୍କାର ଗଞ୍ଜେଇକୁ ଜବତ କରିବାରେ ସକ୍ଷମ ହୋଇଛି ମୋହନା ପୁଲିସ୍‌। ଗଜପତି ଜିଲ୍ଲା ମୋହନା ଥାନା ଡେଙ୍ଗାମା ଛକ ନିକଟରେ ଥାନା ଅଧିକାରୀ ସୁଜିତ କୁମାର ନାୟକ ନେତୃତ୍ୱରେ ଏକ ଟିମ ଚଢ଼ଉ କରିଥିଲା। ଏହି ସମୟରେ ଗୋଟିଏ ପିକଅପ ଭ୍ୟାନରୁ ୧୨ କୁଇଣ୍ଟାଲ ୩୮ କେଜି ଗଞ୍ଜେଇ ଜବତ ହୋଇଛି। ଏଥିସହ ଏହି ଘଟଣାରେ […]

author-image
Hemant Lenka
ଅଦ୍ୟତନ ହୋଇଛି
କୋଟିଏ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ganja

ମୋହନା(ଓଡ଼ିଶା ରିପୋର୍ଟର): ପୁଣିଥରେ ଜବତ ହୋଇଛି ବିପୁଳ ପରିମାଣର ଗଞ୍ଜେଇ। ଗୋଟିଏ ପିକଅପ ଭ୍ୟାନ୍‌ରୁ ୧ କୋଟି ୩୦ ଲକ୍ଷ ଟଙ୍କାର ଗଞ୍ଜେଇକୁ ଜବତ କରିବାରେ ସକ୍ଷମ ହୋଇଛି ମୋହନା ପୁଲିସ୍‌। ଗଜପତି ଜିଲ୍ଲା ମୋହନା ଥାନା ଡେଙ୍ଗାମା ଛକ ନିକଟରେ ଥାନା ଅଧିକାରୀ ସୁଜିତ କୁମାର ନାୟକ ନେତୃତ୍ୱରେ ଏକ ଟିମ ଚଢ଼ଉ କରିଥିଲା। ଏହି ସମୟରେ ଗୋଟିଏ ପିକଅପ ଭ୍ୟାନରୁ ୧୨ କୁଇଣ୍ଟାଲ ୩୮ କେଜି ଗଞ୍ଜେଇ ଜବତ ହୋଇଛି।

Advertisment

ଏଥିସହ ଏହି ଘଟଣାରେ ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଆର.ଉଦୟଗିରି ଥାନା ଛେଳିଗଡ଼ ଭଳିଆସାହିର ପ୍ରତାପ ମାଝୀ ଓ ଅଶୋକ ମାଝୀ ଓ ଅନ୍ୟ ଜଣେ ମୋହନା ଥାନା ଜୁରପେଟା ଅଶୋକ ରଣା। ଅଭିଯୁକ୍ତମାନେ ଆର.ଉଦୟଗିରି ଛେଳିଗଡ଼ ଅଞ୍ଚଳରୁ ଗଂଜେଇ ନେଇ ପ୍ରଥମେ ବ୍ରହ୍ମପୁର ପହଞ୍ଚି ଥାଆନ୍ତେ। ଏହାପରେ ସେଠାରୁ ବାହାର ରାଜ୍ୟକୁ ଏହା ଚାଲାଣ କରାଯାଇ ଥାଆନ୍ତା।

ହେଲେ ପୁଲିସ୍‌ ଏହି ଉଦ୍ୟମକୁ ପଣ୍ଡ କରି ଦେଇଛି। ଏହି ଗଞ୍ଜେଇ ଚାଲାଣ ପଛରେ ବଡ଼ବଡ଼ ରାକେଟର ହାତ ଥିବା ଆଶାଙ୍କା କରାଯାଉଛି। ଏଥିପାଇଁ ଘଟଣାର ଅଧିକ ତଦନ୍ତ କରାଯାଉଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି।

Advertisment
Smuggling