Advertisment

ସାଇକେଲ୍‌ରେ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ଜିଲ୍ଲାପାଳ

ବ୍ରହ୍ମପୁର(ଜଗନ୍ନାଥ ସାହୁ): କରୋନାକୁ ନେଇ ସାରା ଦେଶରେ ଲକ୍‌ଡାଉନ୍‌ ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନଗୁଡ଼ିକ ଛାଡ଼ି ଦେଲେ ଅନ୍ୟ ସମସ୍ତ ଦୋକାନବଜାର ବନ୍ଦ ରହିଛି। ଜରୁରୀ ସେବାରେ ନିୟୋଜିତ ଯାନବାହନ ଛଡ଼ା ଅନ୍ୟ ସବୁ ଗାଡ଼ିମୋଟର ବନ୍ଦ ରହିଛି। କାମ ନଥିଲେ ଘରୁ ନବାହାରିବାକୁ ଲୋକଙ୍କୁ କୁହାଯାଉଛି। ଏଥିସହ ସାମାଜିକ ଦୂରତ୍ୱକୁ ରକ୍ଷା କରିବାକୁ ମଧ୍ୟ କୁହାଯାଉଛି। ଆଉ ଏସବୁ ମଧ୍ୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସାଇକେଲରେ ବୁଲି ବୁଲି ଲୋକଙ୍କୁ କରୋନା […]

author-image
Jyoshna Pradhan
ସାଇକେଲ୍‌ରେ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ଜିଲ୍ଲାପାଳ

berhampur

ବ୍ରହ୍ମପୁର(ଜଗନ୍ନାଥ ସାହୁ): କରୋନାକୁ ନେଇ ସାରା ଦେଶରେ ଲକ୍‌ଡାଉନ୍‌ ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନଗୁଡ଼ିକ ଛାଡ଼ି ଦେଲେ ଅନ୍ୟ ସମସ୍ତ ଦୋକାନବଜାର ବନ୍ଦ ରହିଛି। ଜରୁରୀ ସେବାରେ ନିୟୋଜିତ ଯାନବାହନ ଛଡ଼ା ଅନ୍ୟ ସବୁ ଗାଡ଼ିମୋଟର ବନ୍ଦ ରହିଛି। କାମ ନଥିଲେ ଘରୁ ନବାହାରିବାକୁ ଲୋକଙ୍କୁ କୁହାଯାଉଛି। ଏଥିସହ ସାମାଜିକ ଦୂରତ୍ୱକୁ ରକ୍ଷା କରିବାକୁ ମଧ୍ୟ କୁହାଯାଉଛି।

Advertisment

ଆଉ ଏସବୁ ମଧ୍ୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସାଇକେଲରେ ବୁଲି ବୁଲି ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରାଉଛନ୍ତି। ଘରୁ ନବାହାରିବାକୁ ଲୋକଙ୍କୁ ଅନୁରୋଧ ମଧ୍ୟ କରୁଛନ୍ତି। publive-image

ଛତ୍ରପୁରରେ ଲୋକେ କେତେ ସଚେତନ ଅଛନ୍ତି, ଏନେଇ ଗତକାଲି ଜିଲ୍ଲାପାଳ ସାଇକେଲରେ ବୁଲି ତଦାରଖ କରିଥିଲେ। ରାସ୍ତାରେ ଯେଉଁ ଲୋକଙ୍କୁ ବାହାରେ ବୁଲୁଥିବା ଦେଖିଥିଲେ ସେମାନଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଥିଲେ।

Advertisment