Advertisment

ପିଲାଙ୍କୁ ଗୁଣନ ଶିଖାଇଲେ ଜିଲ୍ଲାପାଳ

ଖଲ୍ଲିକୋଟ୍‌ (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଳାଙ୍ଗ ଖଲ୍ଲିକୋଟ ବ୍ଲକ ଚିକିଲି ପଞ୍ଚାୟତକୁ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି। ସେଠାରେ ‘ମୋ ଗାଁ ମୋ ବିକାଶ’ ଯୋଜନାରେ ନିର୍ମିତ୍ତ ହେଉଥିବା ଖେଳ ପଡ଼ିଆ କାର୍ଯ୍ୟ, ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ ତଦାରଖ କରିବା ସହ ଅଚାନକ ଚିକିଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ଶିକ୍ଷକଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ଏହି ସମୟରେ ସେ କିଛି ପିଲାଙ୍କୁ ଗଣିତ ପାଠ ପଢ଼ାଇଥିଲେ […]

author-image
Puspanjali Panda
ଅଦ୍ୟତନ ହୋଇଛି
ପିଲାଙ୍କୁ ଗୁଣନ ଶିଖାଇଲେ ଜିଲ୍ଲାପାଳ

kk2

ଖଲ୍ଲିକୋଟ୍‌ (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଳାଙ୍ଗ ଖଲ୍ଲିକୋଟ ବ୍ଲକ ଚିକିଲି ପଞ୍ଚାୟତକୁ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି।

Advertisment

ସେଠାରେ ‘ମୋ ଗାଁ ମୋ ବିକାଶ’ ଯୋଜନାରେ ନିର୍ମିତ୍ତ ହେଉଥିବା ଖେଳ ପଡ଼ିଆ କାର୍ଯ୍ୟ, ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ ତଦାରଖ କରିବା ସହ ଅଚାନକ ଚିକିଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ଶିକ୍ଷକଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ଏହି ସମୟରେ ସେ କିଛି ପିଲାଙ୍କୁ ଗଣିତ ପାଠ ପଢ଼ାଇଥିଲେ ଏବଂ ଗୁଣନ କରିବାକୁ ଦେଇଥିଲେ। ଜିଲ୍ଲାପାଳଙ୍କର ଏପରି ଅଚାନକ ଗସ୍ତ କାର୍ଯ୍ୟକ୍ରମକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି। ଛାତ୍ରଛାତ୍ରୀ ମଧ୍ୟ ଜିଲ୍ଲାପାଳଙ୍କଠାରୁ କିଛି ସମୟ ଗଣିତ ପାଠ ପଢ଼ି ବେଶ୍‌ ଖୁସି ଓ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା।

ଜିଲ୍ଲାପାଳଙ୍କର ଏହି ଗସ୍ତ ସମୟରେ ବିଡିଓ ନବକୃଷ୍ଣ ଜେନା ଓ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଲିଟୁ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହିଥିଲେ।

Advertisment