Advertisment

ଓଡ଼ିଶାର ଶାହାଜାହାନ୍‌; ପତ୍ନୀଙ୍କ ସ୍ମୃତିରେ ଗଢ଼ିଲେ ସବୁଜ ତାଜମହଲ

ଭଞ୍ଜନଗର(ଓଡ଼ିଶା ରିପୋର୍ଟର): ପ୍ରେମରୁ ମିଳନ ହୁଏ, ପ୍ରେମରୁ ବିଚ୍ଛେଦ ମଧ୍ୟ ହୁଏ। ଯେବେ ମଣିଷ ସେହି ବିଚ୍ଛେଦର ପ୍ରୀତିରେ ନିଜର ପ୍ରିୟଜନକୁ ଖୋଜି ବସେ ତାକୁ ପାଖରେ ପାଇପାରେନି ସିନା,  ହେଲେ ତା’ ସ୍ମୃତିକୁ ନେଇ ସେ ଗଢ଼ି ବସେ ସ୍ମୁତିର ତାଜମହଲ। ଦୁନିଆ ତାକୁ ତାରିଫ୍ କରେ। ଆଉ ସେଇଠି ତା’ ପ୍ରେମ ପାଲଟି ଯାଏ ସାର୍ଥକ। ତା’ ପ୍ରୀତି ହୋଇଯାଏ ପ୍ରଶଂସିତ। ଏହି ପ୍ରେମକୁ ଅମର ରଖିବା ପାଇଁ ଦିନେ ମୋଗଲ ସମ୍ରାଟ ନିଜ […]

ଅଦ୍ୟତନ ହୋଇଛି
ଓଡ଼ିଶାର ଶାହାଜାହାନ୍‌; ପତ୍ନୀଙ୍କ ସ୍ମୃତିରେ ଗଢ଼ିଲେ ସବୁଜ ତାଜମହଲ

p1

Advertisment

ଭଞ୍ଜନଗର(ଓଡ଼ିଶା ରିପୋର୍ଟର): ପ୍ରେମରୁ ମିଳନ ହୁଏ, ପ୍ରେମରୁ ବିଚ୍ଛେଦ ମଧ୍ୟ ହୁଏ। ଯେବେ ମଣିଷ ସେହି ବିଚ୍ଛେଦର ପ୍ରୀତିରେ ନିଜର ପ୍ରିୟଜନକୁ ଖୋଜି ବସେ ତାକୁ ପାଖରେ ପାଇପାରେନି ସିନା,  ହେଲେ ତା’ ସ୍ମୃତିକୁ ନେଇ ସେ ଗଢ଼ି ବସେ ସ୍ମୁତିର ତାଜମହଲ। ଦୁନିଆ ତାକୁ ତାରିଫ୍ କରେ। ଆଉ ସେଇଠି ତା’ ପ୍ରେମ ପାଲଟି ଯାଏ ସାର୍ଥକ। ତା’ ପ୍ରୀତି ହୋଇଯାଏ ପ୍ରଶଂସିତ। ଏହି ପ୍ରେମକୁ ଅମର ରଖିବା ପାଇଁ ଦିନେ ମୋଗଲ ସମ୍ରାଟ ନିଜ ବେଗମଙ୍କ ସ୍ମୁତିରେ ତୋଳିଥିଲେ ତାଜମହଲ। ପ୍ରେମର ପ୍ରତୀକ ସାଜି କେବେ ଏହା ଭଲ ପାଇବାର ଭାବନା ସୃଷ୍ଟି କରେ ତ’ ପୁଣି କେବେ ଏହାର ଅପୂର୍ବ ସୌନ୍ଦର୍ଯ୍ୟ ଲୋକଙ୍କୁ ଆକର୍ଷଣ କରେ। ହେଲେ ଶହାଜାନ୍‌ଙ୍କ ଭଳି ଖଦାଳ ନାୟକ ବି ଜଣେ ନିର୍ଲିପ୍ତ ପ୍ରେମିକ। ମୋଗଲ ବାଦ୍‌ଶାହଙ୍କ ଭଳି ସେ ବି ସବୁଜ ବନାନୀର ତାଜମହଲ ଗଢି ତୋଳିଛନ୍ତି। ଆଉ ତାଙ୍କ ହାତ ତିଆରି ଏହି ସବୁଜ ଜଙ୍ଗଲ ବେଶ ସୌନ୍ଦର୍ଯ୍ୟ ଓ ମନ ମୁଗ୍ଧକର। ମାଟିର ମଣିଷ ଖଦାଳ ନାୟକ ନିଜ ଝିଅ ଓ ପତ୍ନୀର ସ୍ମୃତିରେ ଲଗାତାର ଗଛ ଲଗାଇ ନିଜ ଅଞ୍ଚଳକୁ ସବୁଜ ସୁନ୍ଦର କରିପାରିଛନ୍ତି ।

Advertisment

ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଦୁବପାଲ୍ଲୀ ଗାଁର ଖଦାଳ ନାୟକଙ୍କ ଘର। ପରିଣତ ବୟସରେ ବି ପ୍ରକୃତି ପ୍ରତି ରହିଛି ତାଙ୍କର ଅନାବିଳ ସ୍ନେହ। ଯେଉଁ ଟାଙ୍ଗରା ଭୂଇଁରେ ଦିନେ ଦୁବ ବି କଅଁଳୁ ନଥିଲା, ଆଜି ସେହି ସ୍ଥାନ ସବୁଜିମାରେ ଭରି ଯାଇଛି। ଗୁଣ୍ଠେ ନୁହେଁ କି ଦୁଇଗୁଣ୍ଠ ନୁହେଁ, ପୂରା ୫ ଏକର ଜମିରେ ଖଦାଳ ଏହି ଜଙ୍ଗଲ ତିଆରି କରି ସବୁ ପ୍ରକୃତିପ୍ରେମୀଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ସେ।

publive-image

ସହଧର୍ମିଣୀ ଓ ଗୋଟିଏ ମାତ୍ର ଅଲିଅଳି ଝିଅ ଆରପାରିକୁ ଚାଲିଯିବା ପରେ ଏକା ହୋଇପଡ଼ିଥିଲେ ଖଦାଳ। ପରେ ଦୁହିଁଙ୍କ ସ୍ମୃତିରେ ଜଙ୍ଗଲଟିଏ ସୃଷ୍ଟି କରିବା ପାଇଁ ଚିନ୍ତା କରିଥିଲେ। ଆଉ କୋଡି କୋଦାଳ ଧରି ଗଛ ଲଗାଇବା ପାଇଁ ବାହାରି ପଡ଼ିଥିଲେ । ଆଜି ସେହସବୁ ଗଛ ବଡ଼ ବଡ଼ ହୋଇ ଜଙ୍ଗଲରେ ପରିଣତ ହୋଇଛି। ଏହା ଦେଖି ଖଦାଳଙ୍କ ଖୁସି କହିଲେ ନସରେ।

Advertisment

publive-image

ଖଦାଳଙ୍କ ହାତରେ ଛିଡ଼ା ହୋଇଥିବା ଜଙ୍ଗଲ ଆଜି ଖିଲିଖିଲି ହୋଇ ହସୁଛି। ପିଲା ପରି ଯତ୍ନ ନେଇ ଗଛ ଲଗାଇବା ଠାରୁ ଆରମ୍ଭ କରି ବଡ଼ ହେବା ପର୍ଯ୍ୟନ୍ତ ପ୍ରତିଦିନ ତାଙ୍କ ସେବାରେ ଖଦାଳ ସମୟ ବିତାଉଛନ୍ତି।

ଏପରିକି ତାଙ୍କ ହାତ ତିଆରି ଜଙ୍ଗଲ ଦେଖିବାକୁ ବନ ବିଭାଗର ଅଧିକାରୀମାନେ ବି ଧାଇଁ ଆସୁଛନ୍ତି। ଏଠାରେ ବିଭିନ୍ନ ପ୍ରକାରର ଦୁର୍ମୁଲ୍ୟ ଗଛ ରହିଥିବାରୁ ଜଙ୍ଗଲ ବିଭାଗ ମଧ୍ୟ ଏହାର ଯତ୍ନ ନେବ ବୋଲି କହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe