Advertisment

ଗୁଣିଗାରେଡ଼ି ସନ୍ଦେହରେ ୬ ବୃଦ୍ଧଙ୍କ ଦାନ୍ତ ଭାଙ୍ଗିଲେ, ବିଷ୍ଠା ଖୁଆଇଲେ

ବ୍ରହ୍ମପୁର(ଅଶୋକ ବ୍ରହ୍ମା/ଜଗନ୍ନାଥ ସାହୁ): ପୁଣି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ଆସିଛି ଛାତିଥରା ଖବର। ଗୁଣିଗାରେଡ଼ି ସନ୍ଦେହରେ ୬ ଜଣ ବୃଦ୍ଧଙ୍କୁ ଘରେ ବାନ୍ଧି ରଖି ଅକଥନୀୟ ନିର୍ଯାତନା ଦେବା ସହ ଦାନ୍ତ ଭାଙ୍ଗି ବିଷ୍ଠା ଖୁଆଇଛନ୍ତି ଗାଁ ଲୋକେ। ଗଞ୍ଜାମ ଚିକିଲି ପଞ୍ଚାୟତର ଗୋପପୁର ଗାଁରୁ ଆସିଛି ଏଭଳି ଅଭିଯୋଗ। ସେମାନଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୁଲିସ ଏପର୍ଯ୍ୟନ୍ତ ୨୯ ଜଣଙ୍କୁ ଗିରଫ କରିଛି। ସବୁଠୁ ବଡ଼ କଥା ହେଉଛି, […]

ଅଦ୍ୟତନ ହୋଇଛି
ଗୁଣିଗାରେଡ଼ି ସନ୍ଦେହରେ ୬ ବୃଦ୍ଧଙ୍କ ଦାନ୍ତ ଭାଙ୍ଗିଲେ, ବିଷ୍ଠା ଖୁଆଇଲେ

bpur

Advertisment

ବ୍ରହ୍ମପୁର(ଅଶୋକ ବ୍ରହ୍ମା/ଜଗନ୍ନାଥ ସାହୁ): ପୁଣି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ଆସିଛି ଛାତିଥରା ଖବର। ଗୁଣିଗାରେଡ଼ି ସନ୍ଦେହରେ ୬ ଜଣ ବୃଦ୍ଧଙ୍କୁ ଘରେ ବାନ୍ଧି ରଖି ଅକଥନୀୟ ନିର୍ଯାତନା ଦେବା ସହ ଦାନ୍ତ ଭାଙ୍ଗି ବିଷ୍ଠା ଖୁଆଇଛନ୍ତି ଗାଁ ଲୋକେ। ଗଞ୍ଜାମ ଚିକିଲି ପଞ୍ଚାୟତର ଗୋପପୁର ଗାଁରୁ ଆସିଛି ଏଭଳି ଅଭିଯୋଗ। ସେମାନଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୁଲିସ ଏପର୍ଯ୍ୟନ୍ତ ୨୯ ଜଣଙ୍କୁ ଗିରଫ କରିଛି। ସବୁଠୁ ବଡ଼ କଥା ହେଉଛି, ନିର୍ଯାତିତଙ୍କ ଉଦ୍ଧାର ପାଇଁ ଯିବା ବେଳେ ପୁଲିସ ଲୋକଙ୍କ ପ୍ରବଳ ପ୍ରତିରୋଧର ସମ୍ମୁଖୀନ ହୋଇଛି। ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି।

Advertisment

ପୂରା ଘଟଣାଟି ଏମିତି। ମାସକ ଭିତରେ ଗୋପପୁର ଗାଁରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ମୃତ୍ୟୁର କାରଣ ଜଣାପଡ଼ି ନ ଥିଲେ। ଗୁଣିଗାରେଡି ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଥିବା ଗାଁ ଲୋକଙ୍କ ମନରେ ସନ୍ଦେହ ହେଉଥିଲା। ସେଥିପାଇଁ ଗତ ଶନିବାର ଗୁଣିଆ ଡକାଇ ଗାଁରେ ଖଟ ବୁଲା ଯାଇଥିଲା। ଖଟ କୁଆଡ଼େ ଏମାନଙ୍କୁ (ନିର୍ଯାତନାରେ ଶିକାର ହୋଇଥିବା ବ୍ୟକ୍ତି) ଧରିଥିଲା। ଆଉ ତା’ ପରେ ଆରମ୍ଭ ହୋଇଗଲା ଅକଥନୀୟ ନିର୍ଯାତନା। ସେମାନଙ୍କ ହାତ ଗୋଡ଼ ବାନ୍ଧି ଅତି ନିର୍ଦ୍ଦୟ ଭାବେ ମାଡ଼ ମାରି ପ୍ଲାସ୍‌ରେ ଦାନ୍ତ ଭାଙ୍ଗିଦେଲେ। ତା’ପରେ ବାଲ୍‌ତିରେ ପାଣିରେ ବିଷ୍ଠା ଗୋଳାଇ ଗ୍ଲାସ୍‌ରେ ଖୁଆଇ ଥିଲେ। ନପିଇବାରୁ ମାଡ଼ ମାରାଯାଇଥିବା ନିର୍ଯାତନାରେ ଶିକାର ହୋଇଥିବା ବ୍ୟକ୍ତିମାନେ ଅଭିଯୋଗ କରିଛନ୍ତି। ଏତିକିରେ କିନ୍ତୁ ଗାଁ ଲୋକଙ୍କ ରାଗ ଶାନ୍ତ ପଡ଼ିନଥିଲେ। ପରେ ସମସ୍ତଙ୍କୁ ଗାଁ କୋଠଘରେ ବନ୍ଦ କରି ରଖିଲେ। ପ୍ରାୟ ଦୁଇ ଦିନ କାଳ ନିର୍ଯାତନା ପରେ କୌଣସି ସୂତ୍ରରୁ ଖବର ପାଇ ପୁଲିସ୍ ସୋମବାର ଗାଁରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା।

publive-imageଏହାପରେ ପୁଲିସ ତତ୍ପର ହୋଇଥିଲା। ଗତ ରାତିରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଗାଁରେ ଚଢ଼ଉ କରିଥିଲା ପୁଲିସ। ଏହି ସମୟରେ ଗାଁଲୋକେ ପ୍ରବଳ ବିରୋଧ କରିଥିଲେ। ତଥାପି ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ପଛାଇ ନଥିଲା। ଏପର୍ଯ୍ୟନ୍ତ ୨୨ ଜଣ ମହିଳାଙ୍କ ସହ ୨୯ ଜଣଙ୍କୁ ଗିରଫ କରାଯାଇଛି। ତେବେ ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି।

Advertisment

ଗାଁ ଲୋକଙ୍କ ମନରେ ଅନ୍ଧବିଶ୍ୱାସ ଏମିତି ସବାର ହୋଇଛି ଯେ, ସମସ୍ତଙ୍କର ସେଇ ଗୋଟିଏ କଥା ଗୁଣିଗାରେଡ଼ି ଯୋଗୁଁ ଜୀବନ ଯାଉଛି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ କହିଛନ୍ତି।

ଗୁଣିଗାରେଡ଼ି ସନ୍ଦେହରେ ଗତ ୧୮ ତାରିଖରେ କବିସୂର୍ଯ୍ୟନଗର ଥାନା ମୋରାବାଇ ଗ୍ରାମରେ ଜଣଙ୍କୁ ହତ୍ୟା କରାଯିବା ପରେ ଗଞ୍ଜାମ ଜିଲ୍ଲାରେ ପୁଣି ଏଭଳି ନିର୍ଯାତନାର ଘଟଣା ଉଦ୍‌ବେଗ ସୃଷ୍ଟି କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe