Advertisment

ସମୁଦ୍ରରେ ବୁଡ଼ି ଯାଇ ଜଣେ ଛାତ୍ରୀ ମୃତ, ଅନ୍ୟ ଜଣେ ନିଖୋଜ

ଆଜି ସକାଳେ ଗୁଡଲି ମାମୁ ଘର ଗାଁର ଅନ୍ୟ ଜଣ ୪ସାଙ୍ଗଙ୍କ ସହ ଗାଁ ନିକଟରେ ଥିବା ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ।

ଅଦ୍ୟତନ ହୋଇଛି
sea

sea

Advertisment

ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଇ ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ନିଖୋଜ ହୋଇଯାଇଛନ୍ତି। ଏପରି ଦୁଃଖଦ ଘଟଣା ଘଟିଛି ଛତ୍ରପୁର ଥାନା ଅନ୍ତର୍ଗତ ଆର୍ଯ୍ୟପଲି ଗାଁରେ। ମୃତ ଛାତ୍ରୀ ଜଣଙ୍କ ହେଲେ କନିଷି ଅଞ୍ଚଳର ସ୍ୱପ୍ନାରାଣୀ ପଣ୍ଡିତ। ନିଖୋଜ ଛାତ୍ରୀ ଜଣଙ୍କ ଶେରଗଡ଼ର ଗୁଡଲି ମିଶ୍ର। ସ୍ୱପ୍ନାରାଣୀ ଯୁକ୍ତ ତିନି ପଢୁଥିଲା ବେଳେ ଗୁଡଲି ଯୁକ୍ତ ଦୁଇ କଳାରେ ପଢ଼ୁଥିଲେ।

Advertisment

ଗୁଡଲି କିଛି ଦିନ ତଳେ ମାମୁ ଘର ଆର୍ଯ୍ୟପଲି ଗାଁକୁ ବୁଲିବାକୁ ଆସିଥିଲେ। ଆଜି ସକାଳେ ଗୁଡଲି ମାମୁ ଘର ଗାଁର ଅନ୍ୟ ଜଣ ୪ସାଙ୍ଗଙ୍କ ସହ ଗାଁ ନିକଟରେ ଥିବା ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇଲା ବେଳେ ୫ଜଣ ସାଙ୍ଗ ବୁଡ଼ିଯାଇଥିଲେ। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ୩ଜଣଙ୍କୁ ଉଦ୍ଧାର କରିଥିଲେ। ହେଲେ ଗୁଡଲି ଓ ସ୍ୱପ୍ନାରାଣୀ ନିଖୋଜ ହୋଇଯାଇଥିଲେ।

ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ଖୋଜାଖୋଜି କରି ସ୍ୱପ୍ନାରାଣୀଙ୍କ ମୃତଦେହ ଉଦ୍ଧାର କରିଥିଲେ। ହେଲେ ଏବେବି ଗୁଡଲି ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ଗୁଡଲିଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି।

Advertisment
Ganjam Student Dies
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe