Advertisment

ପୂର୍ବତନ ସାଂସଦଙ୍କ ଲୁହ ଶୁଖୁନି; ଦିଗପହଣ୍ଡି ଦୁର୍ଘଟଣାରେ ଚାଲିଗଲେ ୧୧ ସମ୍ପର୍କୀୟ

ନିଜ ପରିବାର ଉପରେ ପଡ଼ିଥିବା ଏହି ବିପଦ ସମ୍ପର୍କରେ କହୁଥିବା ବେଳେ ପୂର୍ବତନ ସାଂସଦଙ୍କ ବୋଲ ମାନୁନି ତାଙ୍କ ଆଖିର ଲୁହ। ଗତ ରାତିରେ ଘଟିଥିବା ବସ୍‌ ଦୁର୍ଘଟଣା ତାଙ୍କ ପରିବାରକୁ ଛାରଖାର କରି ଦେଇଥିବା କହିଛନ୍ତି ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନ ।

author-image
Niharika Rout
ଅଦ୍ୟତନ ହୋଇଛି
Tragedy

Tragedy

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଦୁର୍ଘଟଣାରେ ଅକାଳରେ ଚାଲିଗଲା ୧୨ ଜୀବନ । ଝିଅ ବିଦା ହେବା ପରେ ହସଖୁସିରେ ଘରକୁ ଫେରୁଥିବା ବେଳେ ସବୁ ଖୁସି ଛଡ଼ାଇ ନେଲା ଦଇବ । ବସ୍‌ ଧକ୍କାରେ ଆଖି ପିଛୁଳାକେ ଉଜୁଡ଼ିଗଲା ସଂସାର। ଦେଖୁ ଦେଖୁ ଚାଲିଗଲା ୧୨ ଜୀବନ । ୧୨ ମୃତକଙ୍କ ମଧ୍ୟରୁ ୧୧ ଜଣ କେବଳ ହରାଇଛନ୍ତି ବ୍ରହ୍ମପୁରର ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ ବୋଲି ଜଣାଯାଇଛି।

Advertisment

ନିଜ ପରିବାର ଉପରେ ପଡ଼ିଥିବା ଏହି ବିପଦ ସମ୍ପର୍କରେ କହୁଥିବା ବେଳେ ପୂର୍ବତନ ସାଂସଦଙ୍କ ବୋଲ ମାନୁନି ତାଙ୍କ ଆଖିର ଲୁହ। ଗତ ରାତିରେ ଘଟିଥିବା ବସ୍‌ ଦୁର୍ଘଟଣା ତାଙ୍କ ପରିବାରକୁ ଛାରଖାର କରି ଦେଇଥିବା କହିଛନ୍ତି ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନ ।

ଏନେଇ ରେଣୁବାଳା କହିଛନ୍ତି, ମୃତକଙ୍କ ମଧ୍ୟରେ ମୋ’ ଦିଅର, ଝିଆରୀ, ଜ୍ୱାଇଁ, ନଣନ୍ଦେଇ ସବୁ ଅଛନ୍ତି। ବହୁତ ହସଖୁସିରେ ଝିଅ ବିଦା କରିଥିଲୁ। ଭାବିଥିଲୁ ଭଲରେ ଭଲରେ ଘରେ ପହଞ୍ଚିଯିବେ। ହେଲେ ରାତି ଅଧରେ ସବୁ ଶେଷ ହୋଇଗଲା।

Advertisment

ଏହି ଦୁର୍ଘଟଣା ଖବର ପ୍ରଚାରିତ ହେବା ପରେ ସମଗ୍ର ରାଜ୍ୟବାସୀ ସ୍ତବ୍ଧ ହୋଇ ଯାଇଥିବା ବେଳେ ଶୋକରେ ବୁଡ଼ି ରହିଛି ଖଣ୍ଡଦେଉଳି ଗାଁ ।। କାନ୍ଦ ବୋବାଳିରେ ଫାଟି ପଡୁଛି ସାରା ପରିବେଶ । ନିକଟ ପରିଜନଙ୍କୁ ହରାଇ ଆଖିରୁ ଲୁହ ଝରାଉଛନ୍ତି ପରିବାର ଲୋକେ।

ଏହି ଦୁର୍ଘଟଣା ଖବର ପ୍ରଚାରିତ ହେବା ପରେ ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ତଥା ବହୁ କେନ୍ଦ୍ର ମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ୨ ଲକ୍ଷ ଲେଖାଏ ଓ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୩ ଲକ୍ଷ ଲେଖାଏ ପ୍ରଦାନ ପାଇଁ ଘୋଷଣା କରାଯାଇଛି। ସେହିପରି ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ତୁଳାଇବେ ବୋଲି ଘୋଷଣା କରାଯାଇଛି।

ଏହି ଦୁର୍ଘଟଣାରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

Ganjam Accident Deadbody Tragedy