Advertisment

ଘାଟିରେ ବସ୍ ଓଲଟି ୨ ମୃତ, ୧୫ ଆହତ

ଅପରାହ୍ନ ପ୍ରାୟ ୪ଟା ବେଳେ ପାତ୍ରପୁର ବ୍ଲକ କାନକଟା ଘାଟିରେ ଏହି ଦୁର୍ଘଟଣା ଘଟିଛି।

ଅଦ୍ୟତନ ହୋଇଛି
accident

accident

Advertisment

ଘାଟିରେ ବସ୍ ଓଲଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଉଛନ୍ତି ମହିଳା। ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ କାନକଟା ଘାଟିରେ ଏହି ଦୁର୍ଘଟଣା ଘଟିଛି। ବସ୍‌ଟି ଗଜପତି ଜିଲ୍ଲା ରାୟଗଡ଼ରୁ ପାତ୍ରପୁର ଫେରୁଥିଲା।

Advertisment

ମୃତକଙ୍କ ମଧ୍ୟରୁ ଜଣେ ମୋହନା ସିକୁଳିପଦରର ସରସ୍ୱତୀ ବାଦ୍‌ସିଂହ(୨୦) ହୋଇଥିବା ବେଳେ ଅନ୍ୟଜଣଙ୍କ ପାତ୍ରପୁର କେନୂଆଗାଁ ଅରଖପଦାର ସୁମତି ଶବର(୩୬) ବୋଲି ଜଣାପଡ଼ିଛି। ଆହତଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଓ ଅନ୍ୟ ଗାଡ଼ି ଦ୍ୱାରା ପାତ୍ରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଛି।

ବସ୍‌ଟିରେ ପ୍ରାୟ ୩୫ରୁ ୪୦ ଜଣ ଯାତ୍ରୀ ଥିଲେ। ଡ୍ରାଇଭର ଭାରସାମ୍ୟ ହରାଇବା ପରେ ବସ୍‌ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। 

Advertisment
Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe