Advertisment

ମଦ ଆସରରେ ବଚସା, ମାରି ଜାଳିଦେଲେ ୨ ସାଙ୍ଗ

ପାହାଡ଼ ତଳେ ନିରୋଳାରେ ୩ ସାଙ୍ଗଙ୍କ ମଦ ଆସର ଜମିଥିବା ବେଳେ ହଠାତ୍‌ ଆରମ୍ଭ ହେଲା ବଚସା। ଏଥିରେ ଉତ୍ତ୍ୟକ୍ତ ହୋଇ ୨ ସାଙ୍ଗ ଜଣେ ସାଙ୍ଗକୁ ପିଟି ମାରି ଦେବା ସହ ପ୍ରମାଣ ନଷ୍ଟ ପାଇଁ ପୋଡ଼ି ବି ଦେଲେ।

ଅଦ୍ୟତନ ହୋଇଛି
CrimeSpot

CrimeSpot

Advertisment

ବିଶ୍ୱାସରେ ବିଷ ମିଶାଇଲେ ସାଙ୍ଗ । ମଦ ପିଇବାକୁ ନିକାଞ୍ଚନ ସ୍ଥାନକୁ ଡାକିନେଲେ। ପାହାଡ଼ ତଳେ ନିରୋଳାରେ ୩ ସାଙ୍ଗଙ୍କ ମଦ ଆସର ଜମିଥିବା ବେଳେ ହଠାତ୍‌ ଆରମ୍ଭ ହେଲା ବଚସା। ଏଥିରେ ଉତ୍ତ୍ୟକ୍ତ ହୋଇ ୨ ସାଙ୍ଗ ଜଣେ ସାଙ୍ଗକୁ ପିଟି ମାରି ଦେବା ସହ ପ୍ରମାଣ ନଷ୍ଟ ପାଇଁ ପୋଡ଼ି ବି ଦେଲେ। ଏହି ଘଟଣାକୁ ପ୍ରାୟ ୩ ଦିନ ବିତିବାକୁ ବସିଥିବା ବେଳେ ପରିବାର ଲୋକେ ଖୋଜି ଖୋଜି ପୁଅର ଖପୁରୀ, ହାଡ଼ ସହ ପୋଡ଼ା ପାଉଁଶ ପାଇଛନ୍ତି। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ସାନଗୋଛା ଗାଁ ନିକଟ ମୁକିଡ଼ାମ ଘାଟି ନିକଟରେ ଘଟିଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ୨ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି।

Advertisment

ମୃତକ ହେଲେ ସୋରଡ଼ା ଗ୍ରାମର ସନ୍ତୋଷ ବେହେରା। ତାଙ୍କୁ ହତ୍ୟା ଅଭିଯୋଗରେ ପୁଲିସ୍‌ ସମୀର ପଡରା ଓ ହରି ନାୟକ ନାମକ ୨ ଯୁବକଙ୍କୁ ଖୋଜୁଛି।

ସନ୍ତୋଷ ନିଜ ମାମୁଁ ଘର କନ୍ଧମାଳ ଜିଲ୍ଲା କାଟିଙ୍ଗାକୁ ଗତ ମାସ ୨୪ ତାରିଖରେ ଯାଇଥିଲେ। ସେଠି କିଛି ଦିନ ରହିବା ପରେ ୨୯ ତାରିଖରେ ଗାଁକୁ ଯିବି କହି ସମୀରଙ୍କ ସହ ଆସିଥିଲେ। କିନ୍ତୁ ସେବେଠୁ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ କେଉଁଠି ନ ପାଇବାରୁ ପ୍ରଥମେ ବ୍ରାହ୍ମଣି ଗାଁ ଥାନା ଓ ପରେ ବଡ଼ଗଡ଼ ଥାନାରେ ନିଖୋଜ ଥିବା ଏତଲା ଦେଇଥିଲେ।

Advertisment

ମାତ୍ର ବଡଗଡ଼ ପୁଲିସ୍‌ ପ୍ରଥମେ ଏହି ଏତଲା ଗ୍ରହଣ କରୁ ନ ଥିବା ବେଳେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ନିଖୋଜ ମାମଲା ରୁଜୁ କରିଥିଲା।

ଏହାପରେ ପୁଲିସ୍‌ ତଦନ୍ତ କରି ମୁକିଡ଼ାମ ଘାଟି ନିକଟ ଏକ ଜଙ୍ଗଲ ଘାଟି ସ୍ଥାନରେ ମୃତ ଦେହକୁ ପୋଡା ଯାଇଥିବା ସୂଚନା ପାଇଥିଲା। ମୁକିଡ଼ାମ ଘାଟି ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବା ବେଳେ ଏହା ପୂରାପୂରି ନିକାଞ୍ଚ ସ୍ଥାନ ଅଟେ।

ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତକାଲି ସନ୍ତୋଷଙ୍କ ପରିବାର ସହ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରୁ ପୁଲିସ ଖପୁରୀ ଓ ହାଡ ଜବତ କରିଥିବା ବେଳେ ପୋଡ଼ା ପାଉଁଶ ବି ଜବତ କରିଛି । ପାରିପାର୍ଶ୍ୱିକ ସ୍ଥିତିରୁ ତାହା ସନ୍ତୋଷର ମୃତଦେହ ବୋଲି ପରିବାର ଲୋକେ ଚିହ୍ନଟ କରିଛନ୍ତି। ପୁଲିସ୍‌ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ତେବେ ୩ ସାଙ୍ଗ ମଦ ପିଉଥିବା ବେଳେ ସେମାନଙ୍କ ମଧ୍ୟରେ ବଚସାରୁ ଏପରି ହତ୍ୟାକାଣ୍ଡ ହୋଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। ପୁଲିସ୍ ଏବେ ୨ ଅଭିଯୁକ୍ତଙ୍କୁ ଖୋଜୁଥିବା ବେଳେ ତାଙ୍କ ପତ୍ତା ପାଇପାରିନି।

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe