Advertisment

ପୋଖରୀକୁ ଖସିପଡ଼ିଲା କାର୍‌,ତା’ପରେ...

ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଳାଇବା ଯୋଗୁ ଏପରି ଦୁର୍ଘଟଣା ଘଟିଛି ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Road Accident

Road Accident

ପୋଖରୀରେ ଖସି ପଡ଼ିଲା କାର୍। ହେଲେ ଅଳ୍ପକେ ବର୍ତ୍ତି ଗଲେ ଦୁଇ ଜଣ ବ୍ୟକ୍ତି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ଆଠଗଡ଼ ପାଟଣା ନିକଟରେ ଘଟିଛି ଏହି ଦୁର୍ଘଟଣା।

Advertisment

ଗତକାଲି ବିଳମ୍ବିତ ରାତିରେ ୨ ଜଣ ବ୍ୟକ୍ତି ଫୁଲବାଣୀରୁ କାର୍ ଯୋଗେ ଭେଜିପୁଟ ଅଭିମୁଖେ ଯାଉଥିଲେ। ଆଠଗଡ଼ ପାଟଣା ଛିନ୍ନମସ୍ତା ମନ୍ଦିର ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ପୋଖରୀରେ ଖସି ପଡ଼ିଥିଲା। ତେବେ ଅନ୍ଧାର ସତ୍ତ୍ୱେ କାର୍‌ରେ ଥିବା ୨ ବ୍ୟକ୍ତି କୌଣସିମତେ ସେଥିରୁ ବାହାରି ଆସିଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ କାର୍‌ରେ ଥିବା ୨ ବ୍ୟକ୍ତି ସେଠାରୁ ପଳାଇ ଯାଇଥିଲେ। ସେମାନେ ଭେଜିପୁଟ ଅଞ୍ଚଳର ବୋଲି ଜଣାପଡ଼ିଛି। ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଲାଇବା ଯୋଗୁ ଏପରି ଦୁର୍ଘଟଣା ଘଟିଛି ବୋଲି ସନ୍ଦେହ କରାଯାଉଛି। ଆଜି ସକାଳେ ପୁଲିସ କ୍ରେନ ସାହାଯ୍ୟରେ କାର୍‌ଟିକୁ ପୋଖରୀରୁ ବାହାର କରିଥିଲା। 

Advertisment
Ganjam Road Accident