ପୋଖରୀରେ ଖସି ପଡ଼ିଲା କାର୍। ହେଲେ ଅଳ୍ପକେ ବର୍ତ୍ତି ଗଲେ ଦୁଇ ଜଣ ବ୍ୟକ୍ତି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ଆଠଗଡ଼ ପାଟଣା ନିକଟରେ ଘଟିଛି ଏହି ଦୁର୍ଘଟଣା।
ଗତକାଲି ବିଳମ୍ବିତ ରାତିରେ ୨ ଜଣ ବ୍ୟକ୍ତି ଫୁଲବାଣୀରୁ କାର୍ ଯୋଗେ ଭେଜିପୁଟ ଅଭିମୁଖେ ଯାଉଥିଲେ। ଆଠଗଡ଼ ପାଟଣା ଛିନ୍ନମସ୍ତା ମନ୍ଦିର ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ପୋଖରୀରେ ଖସି ପଡ଼ିଥିଲା। ତେବେ ଅନ୍ଧାର ସତ୍ତ୍ୱେ କାର୍ରେ ଥିବା ୨ ବ୍ୟକ୍ତି କୌଣସିମତେ ସେଥିରୁ ବାହାରି ଆସିଥିଲେ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ କାର୍ରେ ଥିବା ୨ ବ୍ୟକ୍ତି ସେଠାରୁ ପଳାଇ ଯାଇଥିଲେ। ସେମାନେ ଭେଜିପୁଟ ଅଞ୍ଚଳର ବୋଲି ଜଣାପଡ଼ିଛି। ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଲାଇବା ଯୋଗୁ ଏପରି ଦୁର୍ଘଟଣା ଘଟିଛି ବୋଲି ସନ୍ଦେହ କରାଯାଉଛି। ଆଜି ସକାଳେ ପୁଲିସ କ୍ରେନ ସାହାଯ୍ୟରେ କାର୍ଟିକୁ ପୋଖରୀରୁ ବାହାର କରିଥିଲା।