Advertisment

ଭୋଜି ଖାଉଥିଲେ, ଖୁରରେ ଆକ୍ରମଣ କଲା ଦୁର୍ବୃତ୍ତ

ଜଣେ ବ୍ୟକ୍ତିଙ୍କର ପେଟରେ ଆଘାତ ଲାଗିଥିବା ବେଳେ ଅନ୍ୟ ଜଣଙ୍କର ନାକରେ ଆଘାତ ଲାଗିଛି।

Attack

Attack

Advertisment

ଚାଲିଥିଲା ଭୋଜିଭାତ। ସମସ୍ତେ ଭୋଜିଭାତ ଖାଉଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଭୋଜିଭାତ ହେଉଥିବା ସ୍ଥାନଙ୍କୁ ପଶିଆସି ଦୁଇ ଜଣ ବ୍ୟକ୍ତିଙ୍କୁ ଖୁରରେ ଆକ୍ରମଣ କରିଥିଲା। ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ନିମିନା ଗାଁରେ।

Advertisment

ଆହତମାନେ ହେଲେ ପୋଲସରା ଅଞ୍ଚଳର ବସନ୍ତ ସାହୁ ଓ ରବିନ୍ଦ୍ର ସାହୁ। ସେମାନଙ୍କୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଜଣଙ୍କର ପେଟରେ ଆଘାତ ଲାଗିଥିବା ବେଳେ ଅନ୍ୟ ଜଣଙ୍କର ନାକରେ ଆଘାତ ଲାଗିଛି।

ସୂଚନା ଅନୁସାରେ, ଗତ ରାତିରେ ବସନ୍ତ ଓ ରବିନ୍ଦ୍ର ନିମିନା ଗାଁର ଜଣେ ସମ୍ପର୍କୀଙ୍କ ଭୋଜିରେ ଯୋଗଦେବାକୁ ଯାଇଥିଲେ। ଭୋଜି ଖାଉଥିବା ବେଳେ ହଠାତ୍ ଜଣେ ଯୁବକ ଭୋଜି ଭିତରକୁ ପଶି ଆସି ବସନ୍ତ ଓ ରବିନ୍ଦ୍ରଙ୍କୁ ଖୁରରେ ଆକ୍ରମଣ କରିଥିଲେ। ଲୋକେ ପାଟି ତୁଣ୍ଡ କରିବାରୁ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ଦୁର୍ବୃତ୍ତ। ଉଭୟଙ୍କୁ ଗୁରୁତର ଅବସ୍ଥା ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଆକ୍ରମଣର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ।

Advertisment
Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe