Advertisment

ଭୁଲ୍‌ରେ ବିଦ୍ୟୁତ୍‌ ତାର କାଟିଦେଲେ ଲାଇନ୍‌ ମ୍ୟାନ୍‌, ବାସନ୍ଦ ହେଲେ ଶଳା-ଭିଣୋଇଙ୍କ ପରିବାର

ଲାଇନମ୍ୟାନଙ୍କୁ ଡାକିଥିବା ଶଳା ଓ ଭିଣୋଇଙ୍କ ପରିବାରଙ୍କୁ ଗ୍ରାମବାସୀ ବାସନ୍ଦ କରିଦେଲେ। କେବଳ ସେତିକି ନୁହେଁ, ୩୦ ହଜାର ଟଙ୍କା ଜରିମାନା ବି ପକାଇଲେ।

Restriction

Restriction

Advertisment

ଅଚଳ ଷ୍ଟ୍ରିଟ ଲାଇଟ ସଜାଡ଼ିବାକୁ ଆସିଥିବା ଲାଇନ୍‌ମ୍ୟାନ୍‌ ତାକୁ ସଜାଡ଼ିବେ କ’ଣ ଭୁଲରେ ଖୁଣ୍ଟରୁ ତାର କାଟି ଦେଇ ପଳାଇଲେ। ଫଳରେ ସମ୍ପୂର୍ଣ୍ଣ ଗାଁ ଅନ୍ଧାରରେ ରହିଲା। ଏଥିରେ ଉତ୍ତ୍ୟକ୍ତ ଗ୍ରାମବାସୀ ଝାଡ଼ିଲେ ଆକ୍ରୋଶ । ଲାଇନମ୍ୟାନଙ୍କୁ ଡାକିଥିବା ଶଳା ଓ ଭିଣୋଇଙ୍କ ପରିବାରଙ୍କୁ ଗ୍ରାମବାସୀ ବାସନ୍ଦ କରିଦେଲେ। କେବଳ ସେତିକି ନୁହେଁ, ୩୦ ହଜାର ଟଙ୍କା ଜରିମାନା ବି ପକାଇଲେ। 

Advertisment

ଏପରି ସାଂଘାତିକ ଘଟଣା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ସାର୍ଗୁଣାପଲ୍ଲୀ ଗ୍ରାମରେ ଘଟିଛି। ଏହାର ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ସମାଧାନ ପାଇଁ ଉଭୟ ପକ୍ଷଙ୍କୁ ଥାନାକୁ ଡାକିଛି ପୁଲିସ୍‌।

ପ୍ରଫୁଲ୍ଲଙ୍କ ପରିବାରକୁ ଗ୍ରାମବାସୀ ଦୋଷ ଦେଇ ସାମାଜିକ ବାସନ୍ଦ ଓ ଅର୍ଥ ଦଣ୍ଡ କରିଥିବା ବେଳେ ତାଙ୍କ ସହ ସମ୍ପର୍କ ରଖିଥିବା ଶଳା ଉମାଙ୍କ ପରିବାରକୁ ମଧ୍ୟ ବାସନ୍ଦ କରାଯାଇଛି। ଏନେଇ ଗାଁ ଦାଣ୍ଡରେ ଘଣ୍ଟ ବଜାଇ ଡେଙ୍ଗୁରା ପିଟି ଗାଁ ଲୋକଙ୍କୁ ଅବଗତ କରାଯାଇଥିବାର ଭିଡିଓ ଭାଇରାଲ ହେଉଛି।

Advertisment

ଗତ ଅକ୍ଟୋବର ମାସରେ ଘର ପାଖରେ ରହିଥିବା ବିଦ୍ୟୁତ ଖୁଣ୍ଟରେ ଲାଗିଥିବା ଅଚଳ ଷ୍ଟ୍ରିଟ ଲାଇଟ ସଜାଡିବାକୁ ପ୍ରଫୁଲ୍ଲଙ୍କ ପୁଅ ଲାଇନମ୍ୟାନଙ୍କୁ ଡାକିଥିଲେ। ମାତ୍ର ସେ ଭୁଲବଶଃତ ଷ୍ଟ୍ରିଟ୍ ଲାଇଟ୍ କାଟି ଦେଇଥିଲେ । ଫଳରେ କିଛି ଦିନ ପାଇଁ ପୁରା ଗାଁ ଅନ୍ଧାର ହୋଇ ଯାଇଥିଲା।

ଏହାକୁ କେନ୍ଦ୍ର କରି ଗ୍ରାମସଭା ବସି ପ୍ରଫୁଲ୍ଲଙ୍କ ପରିବାର ଉପରେ ୨୫ ହଜାର ଟଙ୍କା ଜୋରିମାନା ପଡ଼ିଥିଲା। ସେ କିଛି ଟଙ୍କା ଗ୍ରାମସଭାକୁ ଦେଇଥିବା ବେଳେ ଆଉ କିଛି ଟଙ୍କା ଦେଇ ପାରି ନ ଥିଲେ। ଫଳରେ ତାଙ୍କୁ ଗାଁରୁ ବାସନ୍ଦ କରାଯାଇଥିଲା।

ତେବେ ଉମା ଦାସଙ୍କ ପରିବାର ପ୍ରଫୁଲ୍ଲଙ୍କ ପରିବାର ସହ ସମ୍ପର୍କ ରଖୁଥିବା ଜାଣି ଗତ ୧୫ ତାରିଖରେ ତାଙ୍କୁ ମଧ୍ୟ ବାସନ୍ଦ କରାଯାଇଥିବା ନେଇ ଡେଙ୍ଗୁରା ପିଟାଯାଇଥିଲା । ଫଳରେ ଗାଁ ଲୋକେ ଭୟଭୀତ ହୋଇ ତାଙ୍କ ସହିତ କେହି କଥା ହେଉ ନାହାନ୍ତି । ଯଦି କେହି କଥା ହୁଅନ୍ତି ତେବେ ୫ ହଜାର ଟଙ୍କା ଫାଇନ ପଡ଼ିବ ବୋଲି ବି ଚେତାବନୀ ଦିଆଯାଇଛି।  

ଏହାକୁ ବିରୋଧ କରି ଉଭୟ  ପ୍ରପୁଲ୍ଲ ଓ ଉମାଙ୍କ ପରିବାର ଗତ ୧୬ ତାରିଖରେ ପୁରୁଷୋତ୍ତମପୁର ଥାନାର ଦ୍ୱାରସ୍ଥ ହୋଇଥିଲେ l ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ପରେ ପୁଲିସ ଉଭୟ ପକ୍ଷକୁ ଡାକି ବୁଝା ସୁଝା କରିଛି ।

ଏହି ଅଭିଯୋଗକୁ ଗ୍ରାମ ସଭାପତି ଅସ୍ୱୀକାର କରିବା ସହ ଆମେ କାହାକୁ ଦଣ୍ଡ ଦେଇନାହୁଁ l କାହା ବିରୋଧ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ l ଭୁଲକୁ ମାନିବା ସହିତ ସଂଶୋଧନ କରିବାକୁ ଗ୍ରାମ କମିଟି ଏହି ଭଳି ନିଷ୍ପତି ନେଇଥିବା କହିଛନ୍ତି l

Ganjam Police Fine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe