Advertisment

ପରିବା ବିକାଳି ଓ ଗ୍ରାହକଙ୍କ ଉପରେ ମାଡ଼ିଗଲା ପିକ୍‌ଅପ୍‌ ଭ୍ୟାନ୍‌; ୨ମୃତ, ୨ଆହତ

ଦୁର୍ଘଟଣା ପରେ ଗାଡ଼ି ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇ ଯାଇଥିଲା। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

ଅଦ୍ୟତନ ହୋଇଛି
Accident

Accident

Advertisment

ମଦୁଆ ଡ୍ରାଇଭରଙ୍କ ଉନ୍ମକ୍ତ କାଣ୍ଡ। ପରିବା ବିକାଳି ଓ ଗ୍ରାହକଙ୍କ ଉପରେ ଚଢ଼ା‌ଇ ଦେଲା ପିକ୍‌ଅପ୍‌ ଭ୍ୟାନ୍‌। ଦୁର୍ଘଟଣାରେ ୨ଜଣ ମହିଳାଙ୍କର  ମୃତ୍ୟୁ ଘଟିଥିବା ବେଳେ  ୨ ଜଣ ଆହତ ହୋଇଛନ୍ତି।  ଏଭଳି  ଅଘଟଣ ଆଜି ସକାଳେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବୁରୁଡି ଓଭରବ୍ରିଜ ଉପରେ ଘଟିଛି।

Advertisment

ମୃତ ମହିଳା ଦ୍ୱୟ ହେଲେ ପରିବା ବିକାଳି ଲକ୍ଷ୍ମୀ ପାତ୍ର ଓ ଅନ୍ୟ ଜଣେ ମହିଳା ଗ୍ରାହକ। ତାଙ୍କ ପରିଚୟ ମିଳିନାହିଁ। ଆହତ ହୋଇଥିବା ପରିବା ବିକାଳି ଓ ଜଣେ ଗ୍ରାହକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ମହିଳା ଗ୍ରାହକ ଓ ଆହତ ବ୍ୟକ୍ତି ଉଭୟ ସ୍ୱାମୀସ୍ତ୍ରୀ ବୋଲି ଜଣାଯାଇଛି। ତାଙ୍କ ଘର ପୋଲସରା ଅଞ୍ଚଳରେ ।

 ସବୁଦିନ ଭଳି ଆଜି ସକାଳେ ବୁରୁଡି ଓଭର ବ୍ରିଜ ଉପରେ ମିଛିଣିପାଟଣା ଗାଁର କିଛି ପରିବା ଚାଷୀ ରାସ୍ତା ପାର୍ଶ୍ୱରେ ପରିବା ବିକ୍ରି କରୁଥିଲେ। ଦିନ ପ୍ରାୟ ୧୧ଟା ସମୟରେ ଏକ  ଦମ୍ପତି ସେଠାରୁ ପରିବା କିଣୁଥିଲେ। ଏହି ସମୟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଆସି ପରିବା ବିକାଳିଙ୍କ ଉପରେ ମାଡ଼ିଯିବା ସହ ଉକ୍ତ ଦମ୍ପତିଙ୍କ ଉପରେ ମଧ୍ୟ ମାଡ଼ି ଯାଇଥିଲା।   

Advertisment

ଦୁର୍ଘଟଣା ପରେ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇ ଯାଇଥିଲା। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe