Advertisment

୨୪ ଲକ୍ଷ ଲୁଟ୍‌ ଓ ଅପହରଣ ନାଟକର ଖଳନାୟକ ନିଜେ ଡ୍ରାଇଭର

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁରରେ ATM ଗାଡ଼ି ଡ୍ରାଇଭରକୁ ଅପହରଣ ଘଟଣାର ପର୍ଦ୍ଦାଫାସ୍ କରିଛି ପୁଲିସ। ଡ୍ରାଇଭରକୁ କେହି ଅପହରଣ କରି ନ ଥିଲେ, ବରଂ ଡ୍ରାଇଭର ନିଜେ ଅପହରଣ ନାଟକ ରଚିଥିଲା ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି। ଦୁଇ ସହଯୋଗୀଙ୍କ ସାହାଯ୍ୟରେ ଅପହରଣ ନାଟକ କରି ସେ ଟଙ୍କା ହଡ଼ପ କରିଥିଲା । ଡ୍ରାଇଭର ନିଜେ ନିଶା ଔଷଧ ସ୍ପ୍ରେ କରି ଅଚେତ ହେବାର ଡ୍ରାମା କରିଥିଲା । ଡ୍ରାଇଭର ସମେତ ମୋଟ ୩ […]

ଅଦ୍ୟତନ ହୋଇଛି
୨୪ ଲକ୍ଷ ଲୁଟ୍‌ ଓ ଅପହରଣ ନାଟକର ଖଳନାୟକ ନିଜେ ଡ୍ରାଇଭର

loot

Advertisment

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁରରେ ATM ଗାଡ଼ି ଡ୍ରାଇଭରକୁ ଅପହରଣ ଘଟଣାର ପର୍ଦ୍ଦାଫାସ୍ କରିଛି ପୁଲିସ। ଡ୍ରାଇଭରକୁ କେହି ଅପହରଣ କରି ନ ଥିଲେ, ବରଂ ଡ୍ରାଇଭର ନିଜେ ଅପହରଣ ନାଟକ ରଚିଥିଲା ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି। ଦୁଇ ସହଯୋଗୀଙ୍କ ସାହାଯ୍ୟରେ ଅପହରଣ ନାଟକ କରି ସେ ଟଙ୍କା ହଡ଼ପ କରିଥିଲା । ଡ୍ରାଇଭର ନିଜେ ନିଶା ଔଷଧ ସ୍ପ୍ରେ କରି ଅଚେତ ହେବାର ଡ୍ରାମା କରିଥିଲା ।

Advertisment

ଡ୍ରାଇଭର ସମେତ ମୋଟ ୩ ଜଣଙ୍କୁ ପୁଲିସ୍ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ଲୁଟ୍‌ ହୋଇଥିବା ୨୪ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ୯୦ ହଜାର ଓ ବ୍ୟବହୃତ ନିଶା ସାମଗ୍ରୀ ଜବତ କରିଛି। ଏହା ସହିତ ଗୋଟିଏ ମୋଟର ସାଇକେଲ ଓ ୪ଟି ମୋବାଇଲ୍ ଜବତ କରିଛି ପୁଲିସ୍‌। ଗିରଫ ଡ୍ରାଇଭରଙ୍କ ନାଁ ଆଶିଷ କୁମାର ଦିଗାଲ୍ ଏବଂ ଅନ୍ୟ ୨ ଜଣ ହେଉଛନ୍ତି ମାନ୍ୟବାର ନାୟକ ଓ କାର୍ତ୍ତିକ ନାୟକ।

ସୂଚନା ଅନୁଯାୟୀ, ଗତ ୧୮ ତାରିଖରେ ଟଙ୍କା ଭର୍ତ୍ତି ଗାଡିକୁ ବ୍ରହ୍ମପୁର ବଡ଼ବଜାର ଏକ ବ୍ୟାଙ୍କ ନିକଟରୁ ବନ୍ଧୁକ ମୁନରେ ଅପହରଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ପୁଲିସ ଆନ୍ଧ୍ର ସୀମାନ୍ତ ଗିରିସୋଲା ନିକଟରୁ ଉକ୍ତ ଭ୍ୟାନ ସହ ଅଚେତ ଅବସ୍ଥାରେ ଡ୍ରାଇଭରକୁ ଉଦ୍ଧାର କରିଥିଲା। ତେବେ ଜେରା ବେଳେ ଡ୍ରାଇଭର ଆଶିଷ ଦିଗାଲ ନିଜେ ଏହି ଅପହରଣ ନାଟକ ରଚିଥିବା ପୁଲିସ ସମ୍ମୁଖରେ ସ୍ଵୀକାର କରିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe