Advertisment

କାର୍‌ କାଚ ଭଙ୍ଗାକୁ ନେଇ କଥା କଟାକଟି, ହାଣି ପକାଇଲେ ୩ ଯୁବକ

କାର୍‌ କାଚ ଭଙ୍ଗାକୁ ନେଇ ଆରମ୍ଭ ହୋଇଥିଲା କଥା କଟାକଟି। ପରେ ଏହା ଉଗ୍ର ରୂପ ଧାରଣ କରିଥିଲା। ଆଉ ଶେଷରେ କଥା ହଣାହଣିରେ ପହଞ୍ଚିଲା।

Attack

Attack

Advertisment

କାର୍‌ କାଚ ଭଙ୍ଗାକୁ ନେଇ ଆରମ୍ଭ ହୋଇଥିଲା କଥା କଟାକଟି। ପରେ ଏହା ଉଗ୍ର ରୂପ ଧାରଣ କରିଥିଲା। ଆଉ ଶେଷରେ କଥା ହଣାହଣିରେ ପହଞ୍ଚିଲା। ଏଥିରେ ୩ ଜଣ ଗୁରୁତର ହୋଇ ମରଣ ସହ ସଂଘର୍ଷ କରିଥିବା ବେଳେ ୩ ଜଣଙ୍କୁ ବାନ୍ଧିଛି ପୁଲିସ୍‌। ଏପରି ଏକ ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ସହରର ହିଲପାଟଣା ତୃତୀୟ ଲାଇନ୍ ଛକରେ ଘଟିଛି।

Advertisment

ଗତକାଲି ରାତିରେ ହିଲପାଟଣା ତୃତୀୟ ଲାଇନ୍ ଛକ ଠାରେ ସମ୍ପର୍କ ଟ୍ରାଭେଲ୍ସର କିଛି ଗାଡ଼ି ଛିଡ଼ା ହୋଇଥିଲା। ଏହି ସମୟରେ ହିଲପାଟଣା ଅଞ୍ଚଳର ମୁକେଶ ସାହୁଙ୍କ ସମେତ ତାଙ୍କର ୨ ସହଯୋଗୀ ସେଠାରେ ପହଞ୍ଚିଥିଲେ। ଏହାପରେ ସେମାନେ ଗାଡ଼ିରୁ ଓହ୍ଲାଇ କାର୍‌ର କାଚକୁ ଭାଙ୍ଗିଥିଲେ।

ଏହାକୁ ଟ୍ରାଭେଲ୍ସ ମାଲିକ କୁମୁଦ ରଞ୍ଜନ ବ୍ରହ୍ମା, ଗାଡ଼ି ଡ୍ରାଇଭର ସୁଦର୍ଶନ ଦାସ ଓ ହରିହରି ପାଣିଗ୍ରାହୀ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାପରେ ମୁକେଶ ସାହୁ ଓ ତାଙ୍କ ସହଯୋଗୀ ଅପର ପକ୍ଷଙ୍କୁ ଖଣ୍ଡାରେ ହାଣିଥିଲେ।

Advertisment

ଫଳରେ କୁମୁଦ ରଞ୍ଜନଙ୍କ ସମେତ ୩ ଜଣ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡ଼ି ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ତୁରନ୍ତ ସେଠାରେ ପହଞ୍ଚି ଗୁରୁତରଙ୍କୁ ଏମକେସିଜିରେ ଭର୍ତ୍ତି କରିଥିବା ବେଳେ ୩ ଅଭିଯୁକ୍ତଙ୍କୁ ଖୋଜାଖୋଜି କରୁଛି।

Ganjam Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe