Advertisment

ସୁଖର ସଂସାରରେ ନିଆଁ ଲଗାଇଦେଲା କରୋନା

ଆସିକା(ମନୋଜ ମୁନି) କରୋନାର ଦ୍ୱିତୀୟ ଲହରକୁ ନେଇ ଆସିଛି ଆଉ ଏକ କରୁଣ କାହାଣୀ।  ଜଣେ ୩୫ ବର୍ଷୀୟ ଯୁବକଙ୍କୁ ଶିକାର କରି ତା’ର ସୁଖର ସଂସାରରେ ନିଆଁ ଲଗାଇଦେଇଛି ନିଷ୍ଠୁର କରୋନା। ସ୍ତ୍ରୀର ମଥାରୁ ପୋଛି ଦେଇଛି ସିନ୍ଦୂର । ଆଉ ବାପ ଛେଉଣ୍ଡ ହୋଇଛନ୍ତି ୩ କଅଁଳ ପିଲା। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ନୂତନ କନ୍ଧ ଖରିଡା ଗ୍ରାମରୁ ଆସିଛି ଏଭଳି ହୃଦୟ ବିଦାରକ କାହାଣୀ। ଗ୍ରାମର ୩୫ ବର୍ଷୀୟ ଅରୁଣ ବିଶ୍ୱାଳଙ୍କ କରୋନାରେ […]

ସୁଖର ସଂସାରରେ ନିଆଁ ଲଗାଇଦେଲା କରୋନା

nbv

Advertisment

ଆସିକା(ମନୋଜ ମୁନି) କରୋନାର ଦ୍ୱିତୀୟ ଲହରକୁ ନେଇ ଆସିଛି ଆଉ ଏକ କରୁଣ କାହାଣୀ।  ଜଣେ ୩୫ ବର୍ଷୀୟ ଯୁବକଙ୍କୁ ଶିକାର କରି ତା’ର ସୁଖର ସଂସାରରେ ନିଆଁ ଲଗାଇଦେଇଛି ନିଷ୍ଠୁର କରୋନା। ସ୍ତ୍ରୀର ମଥାରୁ ପୋଛି ଦେଇଛି ସିନ୍ଦୂର । ଆଉ ବାପ ଛେଉଣ୍ଡ ହୋଇଛନ୍ତି ୩ କଅଁଳ ପିଲା। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ନୂତନ କନ୍ଧ ଖରିଡା ଗ୍ରାମରୁ ଆସିଛି ଏଭଳି ହୃଦୟ ବିଦାରକ କାହାଣୀ।

Advertisment

ଗ୍ରାମର ୩୫ ବର୍ଷୀୟ ଅରୁଣ ବିଶ୍ୱାଳଙ୍କ କରୋନାରେ ମୃତ୍ୟୁ ଘଟିଛି। ଯୁବକ ଜଣକ ସୁରଟର ଗାନ୍ଧିକୁଟୀରରେ ଶ୍ରମିକଭାବେ କାମ କରୁଥିଲେ। ଗତ ୬ ତାରିଖ ଦିନ ଅସୁସ୍ଥ ହୋଇ ସେଠିକା ସିବିଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ l ଟେଷ୍ଟ ପରେ ସେ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଥିଲା। ତେବେ ୯ଦିନ ପରେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି। ସେଠାରେ ତାଙ୍କର ଶବ ଶତ୍କାର କରାଯାଇଛି।

ଅରୁଣଙ୍କର ୨ ପୁଅ ଓ ଗୋଟିଏ ଝିଅ ଅଛି।  ପରିବାରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ବାପା ଯୋଗେନ୍ଦ୍ର ବିଶ୍ୱାଳ ଭାଙ୍ଗିପଡିଛନ୍ତି। ସେ କହିଛନ୍ତି ଯେ, ପରିବାରର ଅରୁଣ ଏକମାତ୍ର ରୋଜଗାରିଆ ପୁଅ ଥିଲା। ତାର ୩ଟି ଛୁଆ ଅଛନ୍ତି ଏବେ ସେମାନେ କେମିତି ଚଳିବେ ତାକୁ ନେଇ ଚିନ୍ତା ଘାରିଛି ବୋଲି ସେ କହିଛନ୍ତି। ସେହିପରି ଅରୁଣଙ୍କ ଆଉ ଜଣେ ସମ୍ପର୍କୀୟ ଯୋଗେନ୍ଦ୍ର ସ୍ୱାଇଁ କହିଛନ୍ତି ଯେ, ଅରୁଣ ସୁରଟ ଯିବାର ୨ ମାସ ହୋଇଥିଲା। ସେଠାରେ ସେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ତାଙ୍କ ପରିବାରକୁ ସରକାରୀ ସହାୟତା ପାଇଁ ସେ ଦାବି କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe