Advertisment

ହୋଟେଲରେ ଲୁଚିଥିଲେ ୪ ଅପରାଧୀ, ମାଡ଼ି ବସିଲା ପୁଲିସ

ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗ ଗିରିଶ ପାର୍କ ପୁଲିସ ଷ୍ଟେସନ ଅଞ୍ଚଳର।

Arrested

Arrested

Advertisment

ପୁଲିସକୁ ଚକମା ଦେଇ ପଶ୍ଚିମବଙ୍ଗରୁ ଆସି ଓଡ଼ିଶାର ଏକ ତାରକା ହୋଟେଲରେ ଲୁଚିଥିଲେ ୪ଅପରାଧୀ। ହୋଟେଲରେ ରାତି ଅଧିଆ ଚଢ଼ାଉ କରି ଅପରାଧୀମାନଙ୍କୁ ମାଡ଼ିବସିଲା ପୁଲିସ। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗୋପାଳପୁରେ।

Advertisment

ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗ ଗିରିଶ ପାର୍କ ପୁଲିସ ଷ୍ଟେସନ ଅଞ୍ଚଳର। ଏକ ବନ୍ଧୁକ କାରବାର ମାମଲାରେ ଏହି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ବନ୍ଧୁକ କାରବାର ମାମଲାରେ ୪ଜଣ ଅପରାଧୀ ପୁଲିସକୁ ଚକମା ଦେଇ ଫେରାର ଥିଲେ। ଏହି ୪ ଅପରାଧୀ ଗୋପାଳପୁରର ଏକ ତାରକା ହୋଟେଲରେ ଲୁଚିଥିବା ପଶ୍ଚିମବଙ୍ଗ ଗିରିଶ ପାର୍କ ପୁଲିସ କୌଣସି ସୁତ୍ରରୁ ଖବର ପାଇଥିଲା। ଗତକାଲି ହୋଟେଲରେ ଚଢ଼ାଉ କରି ୪ ଜଣ ଅପରାଧୀଙ୍କୁ ଗିରଫ କରିଥିଲା। ପରେ ପଶ୍ଚିମବଙ୍ଗ ପୁଲିସ ଏହି ଅପରାଧୀମାନଙ୍କୁ ବ୍ରହ୍ମପୁର ଏସଡିଜେଏମଙ୍କ କୋର୍ଟରେ ହାଜର କରି ଟ୍ରାଞ୍ଜିଟ ରିମାଣ୍ଡରେ ନେଇଥିବା ଜଣାପଡ଼ିଛି।

Advertisment
Ganjam , Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe