Advertisment

ଜବତ ହେଲା ଚୋରି ଅଳଙ୍କାର: ୪ ଗିରଫ

ଆସିକା (ମନୋଜ ମୁନି): ହିଂଜିଳି ଥାନା ଅନ୍ତର୍ଗତ ଲେଙ୍କାଖାଲି ଗ୍ରାମର କାଶୀନାଥ ଦଳେଇଙ୍କ ଘରୁ ମଧ୍ୟ ରାତ୍ରରେ ଦୁର୍ବୁର୍ତ୍ତ ମାନେ ୨୧୦ ଗ୍ରାମ ସୁନା ଅଳଙ୍କାର ଲୁଟ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଘଟଣାର ଛାନ ଭିନ କରି ଚୋରି ହୋଇଥିବା ସୁନା ଅଳଙ୍କାର ୨୧୦ ଗ୍ରାମ ବିଭିନ୍ନ ପ୍ରକାର ଅଳଙ୍କାରକୁ ଜବତ କରିବା ସହ ଚାରି ଜଣଙ୍କୁ ଗିରଫ କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି। ଗିରଫଙ୍କ ମଧ୍ୟରେ ତିନି ଜଣ ପେସାଦାର […]

ଜବତ ହେଲା ଚୋରି ଅଳଙ୍କାର: ୪ ଗିରଫ

loot

Advertisment

ଆସିକା (ମନୋଜ ମୁନି): ହିଂଜିଳି ଥାନା ଅନ୍ତର୍ଗତ ଲେଙ୍କାଖାଲି ଗ୍ରାମର କାଶୀନାଥ ଦଳେଇଙ୍କ ଘରୁ ମଧ୍ୟ ରାତ୍ରରେ ଦୁର୍ବୁର୍ତ୍ତ ମାନେ ୨୧୦ ଗ୍ରାମ ସୁନା ଅଳଙ୍କାର ଲୁଟ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।

Advertisment

ପୁଲିସ ଘଟଣାର ଛାନ ଭିନ କରି ଚୋରି ହୋଇଥିବା ସୁନା ଅଳଙ୍କାର ୨୧୦ ଗ୍ରାମ ବିଭିନ୍ନ ପ୍ରକାର ଅଳଙ୍କାରକୁ ଜବତ କରିବା ସହ ଚାରି ଜଣଙ୍କୁ ଗିରଫ କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି। ଗିରଫଙ୍କ ମଧ୍ୟରେ ତିନି ଜଣ ପେସାଦାର ଚୋର ଥିବା ବେଳେ ଜଣେ ବଣିଆ ବୋଲି ଜଣାପଡ଼ିଛି।

ଜବତ ଅଳଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ୬ ଲକ୍ଷରୁ ଅଧିକ ହେବ ବୋଲି ଜଣା ପଡ଼ିଛି। ଏନେଇ ଥାନାରେ କେସ୍ ନମ୍ବର ୨୯୭/୨୧ ରେ ମାମଲା ରୁଜୁ କରାଯାଇ ଗିରଫ ବ୍ୟକ୍ତିଙ୍କୁ ବ୍ରହ୍ମପୁର କୋର୍ଟ ଚାଲାଣ କରାଯାଇଥିବା ସମ୍ପର୍କରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ମଲ୍ଲିକ ହିଂଜିଲି ଥାନା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe