Advertisment

୪ ବର୍ଷର ଶିଶୁପୁତ୍ରକୁ ପିଟିପିଟି ହତ୍ୟା

ଆଜି ଗଞ୍ଜାମ ଜିଲ୍ଲା ଆସ୍କା ଅନ୍ତର୍ଗତ ଧରାକୋଟ ଥାନା ମୁଣ୍ଡମରେଇ ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
representational image

representational image

୪ ବର୍ଷର ଶିଶୁପୁତ୍ରକୁ ପିଟିପିଟି ହତ୍ୟା। ଆଜି ଗଞ୍ଜାମ ଜିଲ୍ଲା ଆସ୍କା ଅନ୍ତର୍ଗତ ଧରାକୋଟ ଥାନା ମୁଣ୍ଡମରେଇ ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ପୁଅକୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ବାପା। ତେବେ କିଏ ଓ କାହିଁକି ନିଷ୍ପାପ ଶିଶୁକୁ ହତ୍ୟା କରିଛି କାରଣ ଜଣାପଡ଼ିନି।

Advertisment

ମୃତକ ନାବାଳକ ଜଣକ ହେଲେ ଗ୍ରାମର ଗୋବିନ୍ଦ ପାତ୍ରଙ୍କ ପୁଅ ନିତେଶ ପାତ୍ର। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣାର ତଦନ୍ତ କରୁଛି।

ଗୋବିନ୍ଦ ଓ ତାଙ୍କ ଭାଇ ରୋହିତ କହିଛନ୍ତି, ନିତେଶ ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ହଠାତ୍ ଘରୁ ନିଖୋଜ ହୋଇଯାଇଥିଲେ। ପରେ ପରିବାର ଲୋକେ ଖୋଜାଖୋଜି କରିଥିଲେ। କିଛି ଘଣ୍ଟା ପରେ ସାହିର କିଛି ପିଲାଙ୍କ ଠାରୁ ପରିବାର ଲୋକେ ଜାଣିବାକୁ ପାଇଥିଲେ ଯେ ନିତେଶକୁ କ୍ରୀତନ ସେଠୀଙ୍କ ସାନ ପୁଅ ଶ୍ରୀକାନ୍ତ ସେଠି ଧରିଥିଲା। ତେଣୁ ପରିବାର ଲୋକେ ଶ୍ରୀକାନ୍ତଙ୍କ ଘରକୁ ଯାଇଥିଲେ ସେଠାରେ ତାଙ୍କ ପୁଅ ନିତେଶଙ୍କ ଜୋତା ପଡ଼ିଥିବା ଦେଖିଥିଲେ। ତେଣୁ ସେମାନଙ୍କ ସନ୍ଦେହ ବଢିଥିଲା। ପରେ ସେମାନେ ତାଙ୍କ ଘର ଖଟ ତଳୁ ରକ୍ତ ଜୁଡୁବୁଡୁ ମୃତଦେହକୁ ପାଇଥିଲେ।

Advertisment

ଏବେ ପରିବାର ଲୋକେ ଶ୍ରୀକାନ୍ତଙ୍କୁ ହତ୍ୟାକାରୀ ବୋଲି ଅଭିଯୋଗ କରୁଥିବା ବେଳେ ପୁଲିସ ନାବାଳକ ନିତେଶ ମୃତ୍ୟୁର କାରଣ ଖୋଜୁଛି।

Killers