Advertisment

ପାଣିଦଣ୍ଡ ବେଳେ ବଜ୍ରପାତ, ୯ ଆହତ; ୧୨ ଛେଳି ମୃତ

ଆଜି ଅପରାହ୍ନରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ବୋରସିଙ୍ଗି ଗାଁ ଓ ଆସିକା ବ୍ଲକ ଋଷୁପୁର ଏହି ଅଘଟଣ ଘଟିଛି।

goats died

goats died

Advertisment

ପାଣିଦଣ୍ଡ ବେଳେ ବଜ୍ରପାତ ଘଟି ୯ ଆହତ। ଆଜି ଅପରାହ୍ନରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ବୋରସିଙ୍ଗି ଗାଁରେ ଏହି ଅଘଟଣ ଘଟିଛି। ଆହତଙ୍କ ଭିତରେ ୩ ଜଣ ଦଣ୍ଡୁଆଙ୍କ ସହ ୬ ଶ୍ରଦ୍ଧାଳୁ ଅଛନ୍ତି। ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଆସିକା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଛି।

Advertisment

ବୋରିସିଙ୍ଗି ଗ୍ରାମର ଖଜୁରୀ ବନ୍ଧରେ ଚାଲିଥିବା ଦଣ୍ଡନାଚ ଯାତ୍ରରେ ପାଣିଦଣ୍ଡ ବେଳେ ବଜ୍ରପାତ ହୋଇଥିଲା l କନିଆରୀ ପାର୍ଟି ଦଣ୍ଡନାଚ କରୁଥିଲା। ବଜ୍ରପାତ ଯୋଗୁ ପାଣିଦଣ୍ଡରେ ଭାଗନେଇଥିବା ୯ ଜଣ ଆହତ ହୋଇଛନ୍ତି।

injuredଆହତ

ସେହିପରି ଅନ୍ୟଏକ ଘଟଣାରେ ଆସିକା ବ୍ଲକ ଋଷୁପୁର ଠାରେ ବଜ୍ରପାତରେ ୧୨ ଛେଳିଙ୍କ ମୃତ୍ୟୁ ହୋଇଛି। ଆଜି ଅପରାହ୍ନ ଏହି ଘଟଣା ଘଟିଛି। ଏହି ଛେଳିଗୁଡ଼ିକ ବାଲିଛାଇ ଗ୍ରାମର ବାବୁଲା ଗୌଡ଼ ଓ ସମ୍ଭାରୀ ଗୌଡ଼ଙ୍କର ବୋଲି ଜଣାପଡ଼ିଛି। ସେମାନେ ଛେଳି ନେଇ ଚରାଇବାକୁ ଯାଇଥିବା ସମୟରେ ବର୍ଷା ସହ ଘଡଘଡି ହୋଇଥିଲା। ମେଷ ପାଳକ ଦୁହେଁ ଋଷୁପୁରର ଠାକୁରାଣୀ ମନ୍ଦିର ପାଖରେ ଆଶ୍ରୟ ନେଇଥିଲେ। ମନ୍ଦିର ବାହାରେ ଛେଳି ପଲ ଥିଲେ। ଛେଳି ମରିଯିବା ପରେ ଚାଷୀମାନେ ହତାଶ ହୋଇପଡ଼ିଛନ୍ତି।

Advertisment

ରିପୋର୍ଟ- ଆସ୍କାରୁ ମନୋଜ ମୁନୀ

Odisha Lightening Lightening Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe