Advertisment

ରାତି ଅଧରେ ସାଙ୍ଗକୁ ସାହାଯ୍ୟ କରିବାକୁ ଘରୁ ଯାଇଥିଲେ, ଆଜି ମିଳିଲା ମୃତଦେହ

ଆକାଶଙ୍କ ବଡ଼ଭାଇ ଭଲପାଉଥିବା ପଡୋଶୀ ଗାଁର ଜୈନିକ ଝିଅକୁ ନେଇ ଫେରାର ହେଉ ଯାଇଥିବା ସେ ଜାଣିବାବୁ ପାଇଥିଲେ। ପରେ ଆକାଶଙ୍କ ଅନୁରୋଧ କରେ ସାହାଯ୍ୟକୁ କରିବାକୁ ରାତି ଅଧରେ ବାହାରି ପଡ଼ିଥିଲେ ସନାତନ।

ଅଦ୍ୟତନ ହୋଇଛି
Sanatana Gauda

Sanatana Gauda

Advertisment

ଗତରାତିରେ ସାଙ୍ଗ ବିପଦରେ ପଡ଼ିଥିବା ଶୁଣି ସାହାଯ୍ୟ କରିବାକୁ ଘରୁ ବାହାରି ଆସିଥିଲେ। ସାଙ୍ଗ ସହ ଭେଟ ମଧ୍ୟ ହୋଇଥିଲା। ହେଲେ ରାତିର ଅନ୍ଧାର ଭିତରେ ସବୁକିଛି ଓଲଟପାଲଟ ହୋଇଗଲା। ଆଜି ସକାଳୁ ଏହି ଦୁଇ ସାଙ୍ଗ ଭିତରୁ ଜଣଙ୍କ ମୃତ ଦେହ ଏକ କୂଅ ଭିତରୁ ବାହାରିଛି। ମୃତ ଯୁବକ ଜଣଙ୍କ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗାଁର ସନାତନ ଗୌଡ଼। ଗାଁ ନିକଟ ନାରାୟଣୀ ଛକରେ ଥିବା ଏକ କୂଅରୁ ତାଙ୍କ ମୃତଦେହ ମିଳିଛି।

Advertisment

ସୂଚନା ମୁତାବକ, ଗତ ରାତିରେ ସନାତନଙ୍କ ପାଖକୁ ତାଙ୍କ ସାଙ୍ଗ ଆକାଶର ଫୋନ୍ ଆସିଥିଲା। ଆକାଶଙ୍କ ବଡ଼ଭାଇ ଭଲପାଉଥିବା ପଡୋଶୀ ଗାଁର ଜୈନିକ ଝିଅକୁ ନେଇ ଫେରାର ହୋଇଯାଇଥିବା ସେ ଜାଣିବାବୁ ପାଇଥିଲେ। ପରେ ଆକାଶଙ୍କ ଅନୁରୋଧ କରେ ସାହାଯ୍ୟକୁ କରିବାକୁ ରାତି ଅଧରେ ବାହାରି ପଡ଼ିଥିଲେ ସନାତନ।

ସେ ଆକାଶଙ୍କ ବଡ଼ଭାଇଙ୍କ ପାଖରେ ପହଞ୍ଚି ବହୁ ବୁଝାସୁଝା କରି ଘରକୁ ଯିବାକୁ କହିଥିଲେ। ଏହି ସମୟରେ ଆକାଶ ମଧ୍ୟ ଉପସ୍ଥିତ ରହି ବୁଝାସୁଝା କରିଥିଲେ। ମାତ୍ର ଆକାଶଙ୍କ ବଡ଼ ଭାଇ ଘରକୁ ଯିବାକୁ ନାରାଜ ହୋଇଥିଲେ। ତେଣୁ ଉଭୟ ପ୍ରେମୀ ଯୁଗଳଙ୍କୁ କୈରାସୀ ଛକରୁ ନାରାୟଣୀ ଛକ ପର୍ଯ୍ୟନ୍ତ ଛାଡ଼ିବାକୁ ଆକାଶ ବାଇକ୍‌ରେ ଯାଇଥିଲେ। ଅନ୍ୟପଟେ ଆକାଶଙ୍କ ଫେରିବା ବାଟକୁ କୈରାସୀ ଛକରେ ଚାହିଁ ବସିଥିଲେ ସନାତନ। ଆକାଶ ଫେରି କୈରାସୀ ଛକରେ ସନାତନଙ୍କୁ ଖୋଜିଥିଲେ। ହେଲେ ପାଇନଥିଲେ। ତେଣୁ ଆକାଶ ଘରକୁ ଚାଲିଯାଇଥିଲେ।

Advertisment

ସେପଟେ ସନାତନ ଘରକୁ ଫେରି ନ ଥିବାରୁ ସକାଳୁ ତାଙ୍କ ପରିବାର ଲୋକେ ତନାଘନା ଆରମ୍ଭ କରିଥିଲେ। ଆକାଶଙ୍କୁ ପଚାରିଥିଲେ। ଆକାଶ ପୂର୍ବଘଟଣା କହିବା ସହ ସନାତନକୁ ଖୋଜିବାକୁ ବାହାରିଥିଲା। ସନାତନଙ୍କ ପରିବାର ଲୋକେ ଓ ଆକାଶ ଖୋଜାଖୋଜି କରିବା ବେଳେ କୈରାସୀ ଛକରେ ଥିବା ଏକ କୂଅରୁ ୨୫ ବର୍ଷିୟ ସନାତନଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଯାହାପରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏକମାତ୍ର ପୁଅକୁ ହରାଇ ବାପା, ମା’ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

Sanatana Familyସନାତନର ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ଖବର ପାଇ ଦମକଳ ବାହାନୀ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବାହାର କରିଥିଲା। ଏନେଇ ଏକ ଅପମୃତ୍ୟୁ ମାମଲା କରି ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ତେବେ ଏହା ହତ୍ୟା ନା ଏହି ଘଟଣା ପଛରେ ଅନ୍ୟକିଛି ଉଦ୍ଦେଶ୍ୟ ରହିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଛି।

ରିପୋର୍ଟ- ଖଲିକୋର୍ଟରୁ ସିଲୁ ବିଶ୍ୱାଳ

Unnatural Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe