Advertisment

ପଡ଼ିଗଲା ଲୁହା ଗେଟ୍‌, ଚାଲିଗଲା ଛାତ୍ରଙ୍କ ଜୀବନ; ପ୍ରଶାସନକୁ ଦାୟୀ କଲେ ପରିବାର ଲୋକେ

ବାରମ୍ବାର ଅଭିଯୋଗ ସତ୍ତ୍ୱେ ବ୍ଲକ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବାରୁ ପବିତ୍ରଙ୍କ ଜୀବନ ଚାଲିଯାଇଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Iron Gate

Iron Gate

Advertisment

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୁଳସୀପୁରରେ ଘଟିଛି ଏକ ଅଭାବନୀୟ ଘଟଣା। ବାତ୍ୟା ଆଶ୍ରୟସ୍ଥଳୀର ଲୁହା ଗେଟ୍ ଭାଙ୍ଗି ପଡ଼ିଯିବାରୁ ଜଣେ ୧୦ ବର୍ଷର ବାଳକଙ୍କ ମୃତ୍ୟ ଘଟିଛି। ମୃତ ବାଳକଙ୍କ ନାଁ ପବିତ୍ର ପାହାନ। ତାଙ୍କ ଘର ସେହି ତୁଳସୀପୁର ଗାଁରେ। ତାଙ୍କ ବାପାଙ୍କ ନାଁ କରୁଣା ପାହାନ।

Advertisment

ତୁଳସୀପୁର ଗାଁର ବାତ୍ୟା ଆଶ୍ରୟସ୍ଥଳୀର ମେନ୍ ଗେଟ ନିକଟରେ ଗତକାଲି ସନ୍ଧ୍ୟାରେ ପବିତ୍ର ଓ ଆଉ କିଛି ପିଲା ଖେଳୁଥିଲେ। ଏହି ସମୟରେ ବେଳେ ଅର୍ଧ ଭଗ୍ନ ଅବସ୍ଥାରେ ଥିବା ଗେଟ୍‌ଟି ହଠାତ୍ ପବିତ୍ରଙ୍କ ଉପରେ ପଡ଼ିଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ତୁଳସୀପୁର ବାତ୍ୟା ଆଶ୍ରୟସ୍ଥଳୀରେ ନିମ୍ନମାନର କାମ ହୋଇଥିବା ପୂର୍ବରୁ ଅଭିଯୋଗ ହୋଇଥିଲା। ବାରମ୍ବାର ଅଭିଯୋଗ ସତ୍ତ୍ୱେ ବ୍ଲକ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବାରୁ ପବିତ୍ରଙ୍କ ଜୀବନ ଚାଲିଯାଇଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Advertisment

ପବିତ୍ରଙ୍କ ମରଶରୀରକୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖି ପରିବାର ଲୋକେ କ୍ଷତି ପୂରଣ ଦାବି କରିଥିଲେ। ଅନ୍ୟପକ୍ଷରେ ପୁଲିସ ନିଜ ଆଡୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Odisha Ganjam Accident Dead Body
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe