Advertisment

ଜାଗର ଦୀପରୁ ନିଆଁ ଲାଗି ମହିଳା ଗୁରୁତର

ଆଜି ସନ୍ଧ୍ୟା ପ୍ରାୟ ୮ଟା ବେଳେ ପୁଡୁବେଶ୍ୱର ମନ୍ଦିର ପରିସରରେ ଘଟିଛି ଏହି ଅଘଟଣ।

author-image
Niranjan Mishra
ଅଦ୍ୟତନ ହୋଇଛି
undefined

Fire

ଜାଗର ଦୀପରୁ ନିଆଁ ଲାଗି ଗଞ୍ଜାମ ଜିଲ୍ଲା ଆସ୍କା ଓ ପୁରୀ ଜିଲ୍ଲା କୋଣାର୍କରେ ୨ ଜଣ ମହିଳା ଗୁରୁତର ହୋଇଛନ୍ତି।

Advertisment

ଆଜି ସନ୍ଧ୍ୟା ପ୍ରାୟ ୮ଟା ବେଳେ ଗଞ୍ଜାମ ଜିଲ୍ଲା ଆସ୍କା ପୁଡୁବେଶ୍ୱର ମନ୍ଦିର ପରିସରରେ ଘଟିଥିଲା ପ୍ରଥମ ଅଘଟଣ। ଗୁରୁତର ମହିଳାଙ୍କୁ ଆସ୍କା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ ପରିବାର ଲୋକେ ଅନ୍ୟ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ମହିଳା ଜଣକ ଆସ୍କାର ସୁନିତା ପାତ୍ର(୩୫)। ତାଙ୍କ ଶରୀରର ୪୦ ପ୍ରତିଶତ ପୋଡ଼ି ଯାଇଛି। 

ସୂଚନା ମୁତାବକ, ସେ ପରିବାର ସହ ପୁଡୁବେଶ୍ୱର ମନ୍ଦିରକୁ ଜାଗର ଜାଳିବାକୁ ଯାଇଥିଲେ। ଅନ୍ୟମନସ୍କରୁ ତାଙ୍କ ଶାଢ଼ି କାନିରେ ଦୀପ ଲାଗି ଯାଇଥିଲା। ପରେ ଏହା ବ୍ୟାପୀ ଯାଇଥିଲା। ଉପସ୍ଥିତ ଲୋକେ ଖୁବ୍ କଷ୍ଟରେ ମହିଳାଙ୍କ ଦେହରୁ ନିଆଁ ଲିଭାଇ ଥିଲେ। ହେଲେ ସେତେବେଳକୁ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଆସ୍କା ମେଡିକାଲ ଅଣାଯାଇଥିଲା।

Advertisment

ପୁଡୁବେଶ୍ୱର ମନ୍ଦିର ପରିସରରେ ଜାଗର ଅବସରରେ ଜଳୁଛି ଲକ୍ଷେ ଆଠ ଦୀପ। ଏହି ଦୀପରୁ ନିଆଁ ଲାଗି ଅଘଟଣ ଘଟିଥିବା ସୂଚନା ମିଳିଛି।

ସେହିପରି ଜାଗର ଜାଳିବା ବେଳେ ଦୀପ ନିଆଁ ଲାଗି କୋଣାର୍କରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆଜି ରାତିରେ କୋଣାର୍କ ଚାରିଛକ ଥାନା ଅମରେଶ୍ୱର ମନ୍ଦିରରେ ଏହି ଅଘଟଣ ଘଟିଛି। ଗୁରୁତର ମହିଳା ଜଣକ କୋଣାର୍କ ବିନିସପୁରର ରୀନା ଭୋଇ।

ଏହି ମନ୍ଦିରରେ ଲାଗିଥିବା ଦୀପରେ ତାଙ୍କ ଲୁଗା ଲାଗି ଯିବାରୁ ନିଆଁ ବ୍ୟାପୀ ଯାଇଥିଲା। ମନ୍ଦିରରେ ଉପସ୍ଥିତ ଲୋକେ ନିଆଁକୁ ଆୟତ କରିଥିଲେ। ହେଲେ ରୀନାଙ୍କ ଶରୀରର ବହୁ ଅଂଶ ପୋଡ଼ି ହୋଇଯାଇଥିଲା। ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯିବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ କଟକ SCB ସ୍ଥାନାନ୍ତର କରାଯାଇଛି।

Fire Breakout MahaShivaratri