ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୧୮ ବଖରା

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଚାହୁଁ ଚାହୁଁ ଜଳିଗଲା ୯ଟି ପରିବାରର ୧୮ ବଖରା ଘର। ଏହାସହ ଲକ୍ଷାଧିକ ଟଙ୍କାର ସମ୍ପତି ଜଳି ପୋଡି ପାଉଁଶ ହୋଇଯାଇଛି। ଏମିତି ଏକ ଅଘଟଣ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ସୋରଡ଼ା ଥାନା ରାଧାକୃଷ୍ଣପୁର ଗାଁରେ। ଆଜି ଗ୍ରାମର ଲୋକେ ଇଲେକ୍ଟ୍ରିବିଲ ବାନ୍ଧିବାକୁ ସୋରଡ଼ାକୁ ଯାଇଥିବାବେଳେ ହଠାତ୍ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ନିଆଁ ଏତେ ଜୋରରେ ଲାଗିଲା ଯେ ଗାଁ ଲୋକେ ଏହାକୁ ଆୟତ୍ତ କରିପାରି ନଥିଲେ। ଖବରପାଇ […]

fire

fire

Ranjit Kumar Jena
  • Published: Tuesday, 30 March 2021
  • Updated: 30 March 2021, 06:05 PM IST

Sports

Latest News

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଚାହୁଁ ଚାହୁଁ ଜଳିଗଲା ୯ଟି ପରିବାରର ୧୮ ବଖରା ଘର। ଏହାସହ ଲକ୍ଷାଧିକ ଟଙ୍କାର ସମ୍ପତି ଜଳି ପୋଡି ପାଉଁଶ ହୋଇଯାଇଛି। ଏମିତି ଏକ ଅଘଟଣ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ସୋରଡ଼ା ଥାନା ରାଧାକୃଷ୍ଣପୁର ଗାଁରେ। ଆଜି ଗ୍ରାମର ଲୋକେ ଇଲେକ୍ଟ୍ରିବିଲ ବାନ୍ଧିବାକୁ ସୋରଡ଼ାକୁ ଯାଇଥିବାବେଳେ ହଠାତ୍ କୌଣସି କାରଣରୁ ନିଆଁ ଲାଗିଯାଇଥିଲା।

ନିଆଁ ଏତେ ଜୋରରେ ଲାଗିଲା ଯେ ଗାଁ ଲୋକେ ଏହାକୁ ଆୟତ୍ତ କରିପାରି ନଥିଲେ। ଖବରପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଛି। ଘରର ଆସବାବପତ୍ର ପତ୍ରଠୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ନିଆଁରେ ପୋଡି ଯାଇଛି। ପିନ୍ଧା ଲୁଗା ଛାଡିଦେଲେ ପାଖରେ ଆଉ କିଛି ବି ପାଖରେ ନାହିଁ। ସରକାରୀ ସାହାଯ୍ୟକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।

ବିଦ୍ୟୁତ ସଟସର୍କିଟ୍ ଘଟି କୌଣସି କାରଣରୁ ନିଆଁ ଲାଗିଥିବା ସୂଚନା ମିଳିଛି। ତେବେ ଏହି ଅଗ୍ନିକାଣ୍ଡରେ କାହାରିକୁ କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos