Advertisment

ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୧୮ ବଖରା

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଚାହୁଁ ଚାହୁଁ ଜଳିଗଲା ୯ଟି ପରିବାରର ୧୮ ବଖରା ଘର। ଏହାସହ ଲକ୍ଷାଧିକ ଟଙ୍କାର ସମ୍ପତି ଜଳି ପୋଡି ପାଉଁଶ ହୋଇଯାଇଛି। ଏମିତି ଏକ ଅଘଟଣ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ସୋରଡ଼ା ଥାନା ରାଧାକୃଷ୍ଣପୁର ଗାଁରେ। ଆଜି ଗ୍ରାମର ଲୋକେ ଇଲେକ୍ଟ୍ରିବିଲ ବାନ୍ଧିବାକୁ ସୋରଡ଼ାକୁ ଯାଇଥିବାବେଳେ ହଠାତ୍ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ନିଆଁ ଏତେ ଜୋରରେ ଲାଗିଲା ଯେ ଗାଁ ଲୋକେ ଏହାକୁ ଆୟତ୍ତ କରିପାରି ନଥିଲେ। ଖବରପାଇ […]

ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୧୮ ବଖରା

fire

Advertisment

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଚାହୁଁ ଚାହୁଁ ଜଳିଗଲା ୯ଟି ପରିବାରର ୧୮ ବଖରା ଘର। ଏହାସହ ଲକ୍ଷାଧିକ ଟଙ୍କାର ସମ୍ପତି ଜଳି ପୋଡି ପାଉଁଶ ହୋଇଯାଇଛି। ଏମିତି ଏକ ଅଘଟଣ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ସୋରଡ଼ା ଥାନା ରାଧାକୃଷ୍ଣପୁର ଗାଁରେ। ଆଜି ଗ୍ରାମର ଲୋକେ ଇଲେକ୍ଟ୍ରିବିଲ ବାନ୍ଧିବାକୁ ସୋରଡ଼ାକୁ ଯାଇଥିବାବେଳେ ହଠାତ୍ କୌଣସି କାରଣରୁ ନିଆଁ ଲାଗିଯାଇଥିଲା।

Advertisment

ନିଆଁ ଏତେ ଜୋରରେ ଲାଗିଲା ଯେ ଗାଁ ଲୋକେ ଏହାକୁ ଆୟତ୍ତ କରିପାରି ନଥିଲେ। ଖବରପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଛି। ଘରର ଆସବାବପତ୍ର ପତ୍ରଠୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ନିଆଁରେ ପୋଡି ଯାଇଛି। ପିନ୍ଧା ଲୁଗା ଛାଡିଦେଲେ ପାଖରେ ଆଉ କିଛି ବି ପାଖରେ ନାହିଁ। ସରକାରୀ ସାହାଯ୍ୟକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।

ବିଦ୍ୟୁତ ସଟସର୍କିଟ୍ ଘଟି କୌଣସି କାରଣରୁ ନିଆଁ ଲାଗିଥିବା ସୂଚନା ମିଳିଛି। ତେବେ ଏହି ଅଗ୍ନିକାଣ୍ଡରେ କାହାରିକୁ କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe