Advertisment

ଜୀଅନ୍ତା ଜାଳିଲା, ଏବେ ମାନୁନି !

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) ଗଂଜାମ ପୁରୁଷୋତ୍ତମପୁର ଥାନା ପ୍ରତାପପୁର ଗାଁରେ ଯୁବତୀଙ୍କୁ ଜୀଅନ୍ତା ଜାଳି ଦିଆଯିବା ଘଟଣାରେ ଛାନଭିନ୍ ଆରମ୍ଭ ହୋଇଛି।  ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ପୁରା ଘଟଣାର ତଦନ୍ତ କରୁଛି । ଅଭିଯୋଗ ଅନୁସାରେ ଏକ ପାଖିଆ ପ୍ରେମ ସମ୍ପର୍କରୁ ଏଭଳି ଜଘନ୍ୟକାଣ୍ଡ ହୋଇଛି । ଆଗରୁ ପ୍ରତାପପୁରର କୃଷ୍ଣଚନ୍ଦ୍ର ଓ ସେହି ଯୁବତୀ ଶୁଭସ୍ମିତା ଖାଡ଼ଙ୍ଗାଙ୍କ ମଧ୍ୟରେ ବାହାଘର ହେବ ବୋଲି ଠିକ୍ ହୋଇଥିଲା।  ପରେ ତାହା ଭାଙ୍ଗିଯାଇଥିଲା । ତଥାପି ଶୁଭସ୍ମିତାଙ୍କୁ ଫୋନ୍ […]

author-image
Tapas Behera
ଜୀଅନ୍ତା ଜାଳିଲା, ଏବେ ମାନୁନି !

790

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) ଗଂଜାମ ପୁରୁଷୋତ୍ତମପୁର ଥାନା ପ୍ରତାପପୁର ଗାଁରେ ଯୁବତୀଙ୍କୁ ଜୀଅନ୍ତା ଜାଳି ଦିଆଯିବା ଘଟଣାରେ ଛାନଭିନ୍ ଆରମ୍ଭ ହୋଇଛି।  ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ପୁରା ଘଟଣାର ତଦନ୍ତ କରୁଛି । ଅଭିଯୋଗ ଅନୁସାରେ ଏକ ପାଖିଆ ପ୍ରେମ ସମ୍ପର୍କରୁ ଏଭଳି ଜଘନ୍ୟକାଣ୍ଡ ହୋଇଛି । ଆଗରୁ ପ୍ରତାପପୁରର କୃଷ୍ଣଚନ୍ଦ୍ର ଓ ସେହି ଯୁବତୀ ଶୁଭସ୍ମିତା ଖାଡ଼ଙ୍ଗାଙ୍କ ମଧ୍ୟରେ ବାହାଘର ହେବ ବୋଲି ଠିକ୍ ହୋଇଥିଲା।  ପରେ ତାହା ଭାଙ୍ଗିଯାଇଥିଲା । ତଥାପି ଶୁଭସ୍ମିତାଙ୍କୁ ଫୋନ୍ କରି କୃଷ୍ଣ ହଇରାଣ କରୁଥିଲା ବୋଲି ଯୁବତୀଙ୍କ ବାପା କହିଛନ୍ତି । ଏପରିକି ପରିବାର ଲୋକଙ୍କୁ ମଧ୍ୟ ଫୋନ୍ କରି ଧମକ ଚମକ ଦେଉଥିଲା କୃଷ୍ଣ।  ଗତକାଲି ଶୁଭସ୍ମିତାଙ୍କୁ ଏକ ପରିତ୍ୟକ୍ତ ଘରକୁ ଡାକିଥିଲା ଅଭିଯୁକ୍ତ । ସେଠାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହା ପରେ ଉତ୍ୟକ୍ତ କୃଷ୍ଣ କିଛି ଦହନଶୀଳ ପଦାର୍ଥ ଫୋପାଡି ନିଆଁ ଲଗାଇ ଦେଇଥିଲା।  ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୁଷୋତ୍ତମପୁର ମେଡିକାଲ୍ ପରେ ଏଏକେସିଜି ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ଗତକାଲି ରାତି ୮ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ଶୁଭସ୍ମିତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଆଧାରରେ ପୁଲିସ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁକୁ ଗିରଫ କରିଛି। ସେପଟେ ଅଭିଯୋଗକୁ କୃଷ୍ଣଚନ୍ଦ୍ର ଖଣ୍ଡନ କରିବା ସହ ଘଟଣାସ୍ଥଳରେ ନ ଥିଲା ବୋଲି କହିଛି । ତେବେ ସେ ମାନିଛି ଯେ, ୨୦୧୫ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା।

Advertisment

ଅଭିଯୋଗ ଅନୁସାରେ, ଗତକାଲି ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପ୍ରତାପୁର ଗାଁରେ ଥିବା ଏକ ପରିତ୍ୟକ୍ତ ଘରେ ଉଭୟ ଯୁବକ ଓ ଯୁବତୀ କଥାବାର୍ତ୍ତା ହେଉଥିଲେ । କିନ୍ତୁ କୌଣସି କାରଣକୁ ନେଇ ସେମାନଙ୍କ ଭିତରେ କଥା କଟାକଟି ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ କୃଷ୍ଣଚନ୍ଦ୍ର ସାହୁ ଯୁବତୀଙ୍କ ଉପରକୁ କିଛି ଦହନଶୀଳ ପଦାର୍ଥ ଫୋପାଡିଥିଲେ । ଏଥିରେ ଯୁବତୀଙ୍କର ଶରୀରର ପ୍ରାୟ ୮୦ରୁ ୯୦ ପ୍ରତିଶତ ପୋଡି ଯାଇଥିଲା  ।

ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ ପୁରୁଷୋତ୍ତମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଗତ ରାତିରେ ତାଙ୍କ  ମୃତ୍ୟୁ ହୋଇଥିଲା । ଉଦ୍ଧାର ସମୟରେ ଯୁବତୀଜଣଙ୍କ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ  । ଏହାପରେ ପୁଲିସ୍‌ ଅଭିଯୁକ୍ତକୁ କୃଷ୍ଣଚନ୍ଦ୍ରକୁ ଗିରଫ କରିଛି ।  ମୃତ ଯୁବତୀଜଣଙ୍କ ପୋଲସରା ଅଂଚଳର ବୋଲି ଜଣାପଡ଼ିଛି ।

Advertisment

ଏସମ୍ପର୍କରେ ଏସ୍‌ଡିପିଓ କହିଛନ୍ତି ସରପଞ୍ଚଙ୍କ ନିକଟରୁ ଖବର ପାଇ ଆମେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲୁ। ହେଲେ ବ୍ରହ୍ମପୁର ମେଡିକାଲରେ ଯୁବତୀଙ୍କ ମୃତ୍ୟୁ ହୋଇଛି। ଆଜି ତାଙ୍କ ଶବ ବ୍ୟବଚ୍ଛେଦ ହେବ। ନିଜ ମୃତ୍ୟୁକାଳୀନ ଜମାନବନ୍ଦୀରେ ଯୁବତୀଜଣକ ନିଜ ପ୍ରେମିକଙ୍କ ନାଁ ନେଇଥିବାରୁ ତାଙ୍କୁ ଗିରଫ କରାଯାଇଛି।