Advertisment

ପପୁ ପମପମଙ୍କ ମଞ୍ଚକୁ ପଥର ମାଡ଼ ଘଟଣା; ଚିହ୍ନଟକାରୀଙ୍କ ତଣ୍ଟି କାଟି କୂଅରେ ପିଙ୍ଗିଲା ଅଭିଯୁକ୍ତ

ପପୁ ପମପମଙ୍କ ଉପରକୁ ଟେକା ମାଡ଼ କରିଥିବା ଟୁନା ବେହେରାଙ୍କୁ ପୂଜା କମିଟି ରେ ଥିବା ଗୋପାଳ ବେହେରା ଚିହ୍ନଟ କରି ଦେଇଥିଲେ। ଗାଁରେ କାଳେ ନାଁ ପ୍ରଘଟ କରିଦେବେ ସେଥିପାଇଁ ଟୁନା ଘରେ ଥିବା ଗୋପାଳଙ୍କୁ ଡାକି ଆଣିଥିଲେ।

author-image
Niharika Rout
Attack

Attack

ଜାଗର ଯାତ୍ରା ବେଳେ ହାସ୍ୟ ଅଭିନେତା ପପୁ ପମପମଙ୍କ ଉପରକୁ ପଥର ମାଡ଼ କରିଥିବା ଯୁବକଙ୍କୁ ଚିହ୍ନଟ କରିବା କାଳ ହେଲା। ଚିହ୍ନଟ କରିଥିବା ବ୍ୟକ୍ତି କାଳେ ବାହାରେ ନାଁ ପ୍ରଘଟ କରିଦେବେ ସେଥିପାଇଁ ଆକ୍ରମଣକାରୀ ସାଜିଲା ରକ୍ତମୁଖା। ଚିହ୍ନଟ କରିଥିବା ବ୍ୟକ୍ତିଙ୍କୁ ଡାକି ବେକ କାଟି ଦେବା ସହ ମୁଣ୍ଡରେ ଏକ ପଥର ଛେଚି କୂଅରେ ପକାଇ ଦେଇଥିଲେ। ଆକ୍ରମଣର ଶିକାର ବ୍ୟକ୍ତିଜଣକ ଏବେ ମରଣ ସହ ସଂଘର୍ଷ କରୁଥିବା ବେଳେ ଆକ୍ରମଣକାରୀ ଫେରାର ହୋଇ ଯାଇଛନ୍ତି। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ସୁରଳ ଗ୍ରାମରେ ଘଟିଛି।

Advertisment

ପପୁ ପମପମଙ୍କ ଉପରକୁ ଟେକା ମାରିଥିବା ଟୁନା ବେହେରାଙ୍କୁ ଚିହ୍ନଟ କରିବାରୁ ଆକ୍ରମଣର ଶିକାର ହୋଇଛନ୍ତି ଗୋପାଳ ବେହେରା ।

ସୁରଳ ଗ୍ରାମରେ ଜାଗରଯାତ୍ରା ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରଖ୍ୟାତ ଓଡ଼ିଆ ହାସ୍ୟାଭିନେତା ପପୁ ପମପମ ଅତିଥି ହୋଇ ଆସିଥିବା ବେଳେ ଦେଖା ଦେଇଥିଲା ବିଶୃଙ୍ଖଳା। ପପୁଙ୍କ ମଞ୍ଚ ଉପରକୁ ପଥର ମାଡ଼ ହୋଇଥିଲା। ଏହି ଘଟଣାରୁ ପପୁ ପମପ୍ ଅଳ୍ପକେ ବର୍ତ୍ତି ଯାଇଥିବା ମଞ୍ଚ ଉପରେ ବସିଥିବା ଅନ୍ୟ ଜଣେ ଯୁବକଙ୍କ ଦେହରେ ପଥର ବାଜିଥିଲା। ସୁରକ୍ଷା ଦୃଷ୍ଟିରୁ ପପୁ କାର୍ଯ୍ୟକ୍ରମ ଅଧାରୁ ପଳାଇଥିଲେ।

Advertisment

ପପୁ ପମପମଙ୍କ ଉପରକୁ ଟେକା ମାଡ଼ କରିଥିବା ଟୁନା ବେହେରାଙ୍କୁ ପୂଜା କମିଟି ରେ ଥିବା ଗୋପାଳ ବେହେରା ଚିହ୍ନଟ କରି ଦେଇଥିଲେ। ଗାଁରେ କାଳେ ନାଁ ପ୍ରଘଟ କରିଦେବେ ସେଥିପାଇଁ ଟୁନା ଘରେ ଥିବା ଗୋପାଳଙ୍କୁ ଡାକି ଆଣିଥିଲେ। ଏହାପରେ ରାତି ଅନ୍ଧାରରେ ତାଙ୍କ ବେକ କାଟିବା ସହ ମୁଣ୍ଡକୁ ପଥରରେ ଛେଚି ଦେଇଥିଲେ। ଏତିକିରେ ତାଙ୍କ ରାଗ ଶାନ୍ତ ହୋଇ ନ ଥିଲ। କାଳେ ଗୋପାଳ ବଞ୍ଚିଯିବେ ଭାବି ତାଙ୍କୁ ଏକ କୂଅ ଭିତରକୁ ଠେଲି ଫେରାର ହୋଇ ଯାଇଥିଲେ।

ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ କୂଅରୁ କିଛି ଶବ୍ଦ ଶୁଣି ଗୋପାଳ ତା’ ଭିତରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ତୁରନ୍ତ ଉଦ୍ଧାର କରି ପ୍ରଥମେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲ ପଠାଇଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Ganjam Crime Odia Cine Star