Advertisment

୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ,ଜୀବନଯାତ୍ରା ଠପ୍‌

ଏହି ବନ୍ଦକୁ କଂଗ୍ରେସ, ବିଜେପି, ସାମାଜିକ ସଂଗଠନ ଓ ସାମ୍ବାଦିକ ସଂଘର ସମର୍ଥନ କରିଛନ୍ତି।

Strike

Strike

Advertisment

ଘୁମୁସରକୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ ଡାକରା ଦିଆଯାଇଛି। ଘୁମୁସର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ପାଇଁ ଆହ୍ୱାନ ଦିଆଯାଇଛି। ବନ୍ଦ ଡାକରା ଯୋଗୁ ବସ୍ ଚଳାଚଳ ଓ ଗାଡ଼ି ଚଳାଚଳ ବନ୍ଦ ରହିଛି। ଏହାସହ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି। ଆଜି ସକାଳେ ଆନ୍ଦୋଳକାରୀମାନେ ପିକେଟିଂ କରି ଗାଡ଼ି ଚଳାଚଳ ବନ୍ଦ କରିଥିଲେ।

Advertisment

ଏହି ବନ୍ଦକୁ କଂଗ୍ରେସ, ବିଜେପି, ସାମାଜିକ ସଂଗଠନ ଓ ସାମ୍ବାଦିକ ସଂଘର ସମର୍ଥନ କରିଛନ୍ତି। ଏହି ବନ୍ଦରେ ସ୍କୁଲ, କଲେଜ ଓ ଜରୁରୀକାଳିନ ସେବାକୁ ବାଦ ଦିଆଯାଇଛି।

ଘୁମୁସରକୁ ୩୦ବର୍ଷ ଜିଲ୍ଲା ମାନ୍ୟତା ପାଇଁ ଦାବି ହୋଇ ଆସୁଛି। ହେଲେ ଘୁମୁସରକୁ ଜିଲ୍ଲା ମାନ୍ୟତା ମିଳିନାହିଁ। ଏହାରି ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ ଡାକରା ଦିଆଯାଇଛି। ଘୁମୁସରକୁ ଜିଲ୍ଲା ମାନ୍ୟତା ଦାବିରେ କିଛି ଦିନ ତଳେ  ଘୁମୁସର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍କାରକ ପତ୍ର ଦିଆଯାଇଥିଲା।

Advertisment
Ganjam Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe