Advertisment

ବିଜୁ ବାବୁଙ୍କ ପୈତୃକ ଘର ଏବେ ଭୂତକୋଠି!

ଘର ଭିତରେ କେଉଁଠି ହୁଙ୍କା ମୁଣ୍ଡ ଟେକି ଚାହିଁଛି ତ କେଉଁଠି ଅନାବନା ବୁଦାଳିଆ ଗଛ ବାଟ ରୋକି ଉଭା ହୋଇଛି।

author-image
Niranjan Mishra
ଅଦ୍ୟତନ ହୋଇଛି
biju patnaik’s home

biju patnaik’s home

ଆଜି ସମଗ୍ର ରାଜ୍ୟରେ ବିଜେଡି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ବିଜୁ ପଟ୍ଟନାୟକଙ୍କ ନାଁରେ ରାସ୍ତାଘାଟ ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା କରି ପକାଇଛି ଶାସନରେ ଥିବା ବିଜୁ ଜନତା ଦଳ। ବିଜୁ ପଟ୍ଟନାୟକଙ୍କ ନାମରେ ରାଜନୀତି ଏବେ ଚରମ ସୀମାରେ ପହଞ୍ଚିଛି। ହେଲେ ଅନ୍ୟପଟେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଘୁମୁସର ନୂଆଗାଁ ସ୍ଥିତ ବିଜୁବାବୁଙ୍କ ପୈତୃକ ଘର ଏବେ ଭୂତକୋଠି ହୋଇପଡ଼ିଛି। ଘର ଭିତରେ କେଉଁଠି ହୁଙ୍କା ମୁଣ୍ଡ ଟେକି ଚାହିଁଛି ତ କେଉଁଠି ଅନାବନା ବୁଦାଳିଆ ଗଛ ବାଟ ରୋକି ଉଭା ହୋଇଛି। କାନ୍ଥ ଫାଟି ଆଁ କରିଛି। କବାଟ, ଝରକା ଭାଙ୍ଗି ଯାଇଛି। ଚାଳ ବାଟେ ଦିନରେ ସୂର୍ଯ୍ୟ ଓ ରାତିରେ ଜହ୍ନ ଦେଖାଯାଉଛି। ବିଜୁ ବାବୁ ଓ ତାଙ୍କ ପିତୃ ପୁରୁଷମାନେ ବ୍ୟବହାର କରୁଥିବା ଜିନିଷ ଖରା, ବର୍ଷା ଖାଇ ଖତ ହେଉଛି। ବିଜୁ ପଟ୍ଟନାୟକଙ୍କ ନାଁରେ ରାଜନୀତି କରୁଥିବା ଦଳ କିମ୍ବା ପୁଅ ନବୀନ ପଟ୍ଟନାୟକଙ୍କ ନଜର ଏହି ପୈତୃକ ଘର ସୁରକ୍ଷା ପ୍ରତି ନ ପଡ଼ିବା ଏବେ ସାଧାରଣରେ ଅଲୋଚନାର ବିଷୟ ହୋଇଛି।

Advertisment

ସ୍ଥାନୀୟ ବାସିନ୍ଦା ଖରଂଶୁ ଶେଖର ଦାସ ଓ ଶୁଳପାଣୀ ଶତପଥୀ କହିଛନ୍ତି, ଏହି ଗାଁରେ ବିଜୁ ବାବୁ ଅନେକ ସମୟ ବିତାଇଛନ୍ତି। କିନ୍ତୁ ଏବେ ଏହା ଅବହେଳିତ ଅବସ୍ଥାରେ ରହିଛି। ବିଜୁ ବାବୁଙ୍କ ଜନ୍ମ ସ୍ଥାନ ତଥା ପୈତୃକ ଘରଟି ଭାଙ୍ଗି ରୁଜି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ରହିଛି କେବଳ ବିଜୁ ବାବୁଙ୍କ ବ୍ୟବହୃତ ବେତରେ ତିଆରି ଆରାମ ଚୌକି। ପୂର୍ବରୁ ଏଠାକୁ ରାସ୍ତା ଟିଏ ନଥିଲା। ଏବେ ପକ୍କା ରାସ୍ତା ନିର୍ମାଣ ହୋଇଛି। ହେଲେ ଜନ୍ମ ମାଟିକୁ ଗୁରୁତ୍ୱ ଦିଆଯାଉନି। ଏଥିପ୍ରତି ବିଜୁ ବାବୁଙ୍କ ପୁଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଷ୍ଟି ଦେବା ଉଚିତ୍।

Biju Babus houseବିଜୁ ବାବୁଙ୍କ ବ୍ୟବହୃତ ଚୌକି

ବିଜୁ ପଟ୍ଟନାୟକଙ୍କ ପୁତୁରା ପ୍ରମୋଦ ପଟ୍ଟନାୟକ କହିଛନ୍ତି, ବିଜୁ ବାବୁଙ୍କ ସ୍ମୁତିକୁ ମନେ ରଖିବା ପାଇଁ ପୈତୃକ ଗାଁରେ ବିଜୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହିତ ଜରାଜୀର୍ଣ୍ଣ କୋଠାକୁ ସଂଗ୍ରାହଳୟର ରୂପ ଦିଆଗଲେ ବେଶ ଭଲ ହୁଅନ୍ତା।

Advertisment
Biju Babus Houseବିଜୁ ପଟ୍ଟନାୟକଙ୍କ ପୈତୃକ ଘରେ ଅନାବନା ବୁଦା ଉଠି ଗଲାଣି

ରିପୋର୍ଟ- ଭଞ୍ଜନଗରରୁ ରାଜେଶ କୁମାର ପଣ୍ଡା

Biju Pattanaik Bjd Politics