Advertisment

ବିଜେଡି ନେତାଙ୍କୁ କାର୍ ମଡ଼ାଇ ହତ୍ୟା

ଗତକାଲି ନିଜ ଅଞ୍ଚଳର ଜଣେ ଯୁବକଙ୍କ ସହ ଲଳିତଙ୍କର କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
BJD

BJD

 ବିଜେଡି ନେତାଙ୍କୁ କାର୍ ମଡାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ‌ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଖମ୍ବାରି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ପୂର୍ବତନ ସରପଞ୍ଚ ତଥା ଯୁବ ବିଜେଡି ନେତା ଲଳିତ ମୋହନ ମହାପାତ୍ର।

Advertisment

ଗତକାଲି ନିଜ ଅଞ୍ଚଳର ଜଣେ ଯୁବକଙ୍କ ସହ ଲଳିତଙ୍କର କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ପରେ ଲଳିତ ସେଠାରୁ ନିଜ ବାଇକରେ ପଳାଇ ଆସିଥିଲେ। ଘରକୁ ଫେରିଲା ବେଳେ ସଂପୃକ୍ତ ଯୁବକ ଜଣଙ୍କ ଲଳିତ ବାଇକ୍‌କୁ କାର୍‌ରେ ପିଛା କରିଥିଲା। ଗାଁ ସ୍କୁଲ ଓ ପଞ୍ଚାୟତ ମଧ୍ୟବର୍ତ୍ତୀ ଅଞ୍ଚଳରେ ତାଙ୍କ ଉପରେ କାର୍‌ ମଡ଼ାଇ ଦେଇଥିଲା। ପରେ ନିଜ କାର୍‌ରେ ଲଳିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲା ସଂପୃକ୍ତ ଯୁବକ। ପରେ ସେଠାରୁ ଫେରାର ହୋଇଯାଇଥିଲା। ଡାକ୍ତରଖାନାରେ ଲଳିତଙ୍କର ମୃତ୍ୟୁ ଘଟିଥିଲା। 

 ଏ ନେଇ ଲଳିତଙ୍କ ପରିବାର ପକ୍ଷରୁ କେ. ନୂଆଗାଁ ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Advertisment
Ganjam Murder , Odisha Police