Advertisment

ପରୀକ୍ଷା ଚାଲିଥିବା ବେଳେ କଲେଜ ପଡ଼ିଆରେ ବିଜେଡି କଲା ସମାବେଶ

ଖଲ୍ଲିକୋଟ୍‌ ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହାବିଦ୍ୟାଳୟରେ ଶୁକ୍ରବାର ଚାଲିଥିଲା ପ୍ରାକ୍ଟିକାଲ୍‌ ପରୀକ୍ଷା। ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନେ ଲାବ୍‌ରେ ପରୀକ୍ଷା ଦେଉଥିଲେ। ସକାଳ ୧୦ରୁ ଆରମ୍ଭ ହୋଇଥିଲା ପରୀକ୍ଷା। ଠିକ୍‌ ସେହି ସମୟରେ କଲେଜ ପଡ଼ିଆରେ ଚାଲିଥିଲା ବିଜେଡି ପ୍ରତିଷ୍ଠା ଦିବସ।

ଅଦ୍ୟତନ ହୋଇଛି
BJD

BJD

Advertisment

କଲେଜ ଲାବୋରେଟାରୀରେ ପରୀକ୍ଷା ଦେଉଥିଲେ ଛାତ୍ରଛାତ୍ରୀ। ଠିକ୍‌ ସେହି ସମୟରେ କଲେଜ ଖେଳ ପଡ଼ିଆରେ ଚାଲିଥିଲା ବିଜେଡି ପ୍ରତିଷ୍ଠା ଦିବସ। ମାଇକ୍‌ର ଭୟଙ୍କର ଶବ୍ଦ ଯୋଗୁ ପରୀକ୍ଷାରେ ବ୍ୟାଘାତ ହୋଇଥିବା ନେଇ ବିଧାୟକଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେଇନଥିଲେ। ଖାଲି ମୁରୁକି ହସି ଚାଲି ଯାଇଥିଲେ। ଶୁକ୍ରବାର ଗଞ୍ଜାମ ଜିଲ୍ଲାରୁ ଆସିଛି ଏପରି ଖବର।

Advertisment

ଖଲ୍ଲିକୋଟ୍‌ ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହାବିଦ୍ୟାଳୟରେ ଶୁକ୍ରବାର ଚାଲିଥିଲା ପ୍ରାକ୍ଟିକାଲ୍‌ ପରୀକ୍ଷା। ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନେ ଲାବ୍‌ରେ ପରୀକ୍ଷା ଦେଉଥିଲେ। ସକାଳ ୧୦ରୁ ଆରମ୍ଭ ହୋଇଥିଲା ପରୀକ୍ଷା। ଠିକ୍‌ ସେହି ସମୟରେ କଲେଜ ପଡ଼ିଆରେ ଚାଲିଥିଲା ବିଜେଡି ପ୍ରତିଷ୍ଠା ଦିବସ। ଆଉ ସେହି ସମାବେଶରେ ଅତିଥି ଭାବେ ରାଜ୍ୟ ଶ୍ରମ ମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ସ୍ଥାନୀୟ ବିଧାୟକ ସୂର୍ଯ୍ୟମଣୀ ବୈଦ୍ୟ ଓ ଜିଲ୍ଲାର ପ୍ରତିଷ୍ଠିତ ରାଜନେତାମାନେ ଯୋଗଦେଇଥିଲେ। ଏହାଛଡ଼ା ଶହ ଶହ ବିଜେଡି ସମର୍ଥକ ମଧ୍ୟ ସମାବେଶକୁ ଆସିଥିଲେ।

ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିଥିଲା ବିଜେଡି ସମାବେଶ। ପ୍ରଥମେ ଅତିଥିମାନେ ଭାଷଣ ଦେଲେ। ତା’ପରେ ମାଇକ୍‌ରେ ବାଜିଥିଲା ନବୀନ... ନବୀନ... ଗୀତ। ପ୍ରତିଷ୍ଠା ଦିବସକୁ ଆନନ୍ଦର ସହ ପାଳନ କରିଥିଲେ ବିଜେଡି ନେତା ଓ କର୍ମୀ। ସେପାଖରେ ମାଇକ୍‌ର କର୍କସ ଶବ୍ଦ ଭିତରେ ଛାତ୍ରଛାତ୍ରୀମାନେ କଲେଜ ଲାବୋରେଟାରୀରେ ପରୀକ୍ଷା ଦେଉଥିଲେ। ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ ପରୀକ୍ଷାରେ ବହୁ ବ୍ୟାଘତ ହେଉଥିଲା। ସାର୍‌ଙ୍କ କଥା କିଛି ଶୁଣା ଯାଉ ନଥିଲା। ଆମେ କ’ଣ କରିପାରିବୁ ବୋଲି କେତେକ ଛାତ୍ରଛାତ୍ରୀ ଅସହାୟତାର ସହ କହିଛନ୍ତି।

Advertisment

ଛାତ୍ର ବିକାଶ ରଞ୍ଜନ ସେଠୀ କହିଛନ୍ତି, ଆମର ପ୍ରାକ୍ଟିକାଲ ପରୀକ୍ଷା ଥିଲା। ପ୍ରୋଜେକ୍ଟ ସବ୍‌ମିଟ୍‌ କରୁଥିଲୁ। ସକାଳ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିଥିଲା। ପରୀକ୍ଷା ଚାଲିଥିବା ବେଳେ ମାଇକ୍‌ ବାଜୁଥିବାରୁ ସାରଙ୍କ କଥା ଶୁଣା ଯାଉ ନଥିଲା। ଆମେ ବହୁ ଅସୁବିଧାରେ ସମ୍ମୁଖୀନ ହୋଇଥିଲୁ। ପରୀକ୍ଷା ପରେ ସଭା କରିବା କଥା ବୋଲି ବିକାଶ କହିଛନ୍ତି। 

ଆଉ ଜଣେ ଛାତ୍ର ରବୀନ୍ଦ୍ର ପାହାନ କହିଛନ୍ତି, ସଭା ଚାଲିଥିବା ଯୋଗୁ ପ୍ରାକ୍ଟିକାଲ ପରୀକ୍ଷାରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ପରୀକ୍ଷା ଚାଲିଥିବା ବେଳେ ସଭା ଆୟୋଜନ କରିବାର ନଥିଲା। 

କଲେଜ ଅଧ୍ୟକ୍ଷ ବିମଳ ପ୍ରସାଦ ପାଢ଼ୀ କହିଛନ୍ତି, ପଡ଼ିଆଠାରୁ ବହୁ ଦୂରରେ ଲେବୋରେଟାରୀ ରହିଛି। ତାହା ଭିତରେ ପିଲାମାନେ ପରୀକ୍ଷା ଦେଉଛନ୍ତି। ସେମିତି କିଛି ସମସ୍ୟା ହୋଇଥିବ ବୋଲି ଭାବୁନୁ।  

ସବୁଠାରୁ ମଜାଦାର ଏକ୍ସପ୍ରେସନ୍‌ ଦେଇଥିଲେ ସ୍ଥାନୀୟ ବିଧାୟକ ସୂର୍ଯ୍ୟମଣୀ ବୈଦ୍ୟ। ସମାବେଶ ସରିବା ପରେ ଏନେଇ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ପ୍ରଶ୍ନ ପଚାରିଥିଲେ। ସେ କିଛି କହିବାକୁ ସାହସ କରିପାରିନଥିଲେ। ଖାଲି ମୁରୁକି ହସି ଚାଲି ଯାଇଥିଲେ।

ରିପୋର୍ଟ-ଖଲ୍ଲିକୋଟରୁ ଶିଲୁ ବିଶ୍ୱଳ

BjD Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe