Advertisment

ଘର ଭିତରେ ଭୟଙ୍କର ବିସ୍ଫୋରଣ, ୮ ବର୍ଷର ଶିଶୁ ଗୁରୁତର

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ଘର ଭିତରେ ଘଟିଲା ଭୟଙ୍କର ବିସ୍ଫୋରଣ। ଗୁରୁତର ହେଲା ୮ ବର୍ଷର ଶିଶୁ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମେଦିନୀପୁରୁ ଗ୍ରାମରେ। ଗୁରୁବାର ଅପରାହ୍ନରେ ଏକ ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ବିବେକାନନ୍ଦ ସାହୁ ନାମକ ଶିଶୁ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଛି। ଚିକିତ୍ସା ପାଇଁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ଫାଶୀ ଗ୍ରାମର ବିନାୟକ ସାହୁଙ୍କ ପୁଅ ବିବେକାନନ୍ଦ ସାହୁ ନିଜ […]

author-image
Ranjit Kumar Jena
ଘର ଭିତରେ ଭୟଙ୍କର ବିସ୍ଫୋରଣ, ୮ ବର୍ଷର ଶିଶୁ ଗୁରୁତର

blast

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ଘର ଭିତରେ ଘଟିଲା ଭୟଙ୍କର ବିସ୍ଫୋରଣ। ଗୁରୁତର ହେଲା ୮ ବର୍ଷର ଶିଶୁ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମେଦିନୀପୁରୁ ଗ୍ରାମରେ। ଗୁରୁବାର ଅପରାହ୍ନରେ ଏକ ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ବିବେକାନନ୍ଦ ସାହୁ ନାମକ ଶିଶୁ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଛି। ଚିକିତ୍ସା ପାଇଁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ମୁତାବକ ଫାଶୀ ଗ୍ରାମର ବିନାୟକ ସାହୁଙ୍କ ପୁଅ ବିବେକାନନ୍ଦ ସାହୁ ନିଜ ମାମୁଁ ଘର ମେଦିନୀପୁରକୁ ବୁଲିବାକୁ ଯାଇଥିଲା। ଘରେ ଖାଇସାରିବା ପରେ ଉପର ଘରକୁ ଶୋଇବା ପାଇଁ ଯାଇଥିଲା। କିଛି ସମୟ ପରେ ଏକ ଜୋରରେ ଶବ୍ଦ ଶୁଣିବାକୁ ମିଳିଲା। ଘରଲୋକେ ଯାଇ ଦେଖିଲା ବେଳକୁ ପିଲା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଛି।

ଶିଶୁକୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଯାହା ପରେ ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର MKCGକୁ ସ୍ଥାନାନ୍ତରିତ କରାଯାଇଛି। ଘର ଲୋକଙ୍କ କହିବା ମୁତାବକ ଘରେ କିଛି ପୁରୁଣା ବାଣ ଥିଲା। ସେହି ବାଣରେ ହିଁ ଏହି ବିସ୍ଫୋରଣ ଘଟିଥିବା ପରିବାର ଲୋକେ କହିଛନ୍ତି।

Advertisment

ଘରକୁ ଦେଖିଲେ ଜଣାପଡୁଛି ଏହା କୌଣସି ଛୋଟ ବାଣର ବିସ୍ଫୋରଣ ନୁହେଁ। ଘରର ଅବସ୍ଥା ଦେଖି ଜଣାପଡୁଛି ଯେ ବିସ୍ଫୋରଣ ବଡ଼ ଭୟଙ୍କର ହୋଇଥିବ। ଘଟଣା ସ୍ଥଳରେ କୋଦଳା ପୁଲିସ, ପୁରୁଷୋତ୍ତମପୁର ଏସଡିପିଓ, କବିସୂର୍ଯ୍ୟନଗର ଥାନା ଆଇ ଆଇସି ଘଟଣା ସ୍ଥଳେ ପହଞ୍ଚି ତଦନ୍ତ କରୁଛନ୍ତି।