Advertisment

ଜେଲରୁ ମର୍ଡ଼ର ପାଇଁ ବ୍ଲୁ-ପ୍ରିଣ୍ଟ, ମୁମ୍ବାଇରୁ ଆସିଥିଲା ସୁପାରି କିଲର ରାନୀ ପଣ୍ଡା

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଜେଲ ଭିତରୁ ହତ୍ୟା ଉଦ୍ୟମ ଯୋଜନା। ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ  ଲକ୍ଷ୍ମୀନୃସିଂହ ସାହି ୪ର୍ଥ ଲେନ୍‌ରେ ବୋମା ମାଡ଼ କରି ହତ୍ୟା ଉଦ୍ୟମ ମାମଲାରେ ପୁଲିସ ପାଇଛି ଏଭଳି ସୁରାକ। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୁଲିସ ସୁପାରିକଲର ସମେତ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଏହି ବୋମାମାଡ଼ ପାଇଁ ବ୍ରହ୍ମପୁର ଜେଲ ଭିତରେ ଥିବା ପ୍ରଦୀପ ସାହୁ ନକ୍ସା ତିଆରି କରିଥିବା ବେଳେ ମୁମ୍ବାଇରୁ ସୁପାରିକିଲରକୁ […]

ଅଦ୍ୟତନ ହୋଇଛି
ଜେଲରୁ ମର୍ଡ଼ର ପାଇଁ ବ୍ଲୁ-ପ୍ରିଣ୍ଟ, ମୁମ୍ବାଇରୁ ଆସିଥିଲା ସୁପାରି କିଲର ରାନୀ ପଣ୍ଡା

yop

Advertisment

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଜେଲ ଭିତରୁ ହତ୍ୟା ଉଦ୍ୟମ ଯୋଜନା। ବ୍ରହ୍ମପୁରବଡ଼ବଜାର ଥାନା ଅନ୍ତର୍ଗତ  ଲକ୍ଷ୍ମୀନୃସିଂହ ସାହି ୪ର୍ଥ ଲେନ୍‌ରେ ବୋମା ମାଡ଼ କରି ହତ୍ୟା ଉଦ୍ୟମ ମାମଲାରେ ପୁଲିସ ପାଇଛି ଏଭଳି ସୁରାକ। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୁଲିସ ସୁପାରିକଲର ସମେତ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଏହି ବୋମାମାଡ଼ ପାଇଁ ବ୍ରହ୍ମପୁର ଜେଲ ଭିତରେ ଥିବା ପ୍ରଦୀପ ସାହୁ ନକ୍ସା ତିଆରି କରିଥିବା ବେଳେ ମୁମ୍ବାଇରୁ ସୁପାରିକିଲରକୁ ଅଣାଯାଇଥିବା ସୂଚନା ପାଇଛି ପୁଲିସ।

Advertisment

ଲକ୍ଷ୍ମୀନୃସିଂହ ସାହି ୪ର୍ଥ ଲାଇନ୍‌ରେ ଯୁବ ବେପାରୀ ଜି.ଶିବ ଶଙ୍କର ପାତ୍ର ଓରଫ କାଳିଆକୁ ହତ୍ୟା ପାଇଁ ବ୍ରହ୍ମପୁର ସର୍କଲ ଜେଲ ଭିତରୁ ହୋଇ ଥିଲା ଯୋଜନା। ଜେଲ ଫୋନ୍‌ରୁ ସେହି ସାହିର ନିଜ ବାନ୍ଧବୀଙ୍କ ସହ କଥା ହୋଇ ଏହି ସ୍କେଚ୍ ବନାଇଥିଲା ପ୍ରଦୀପ ସାହୁ । ପୂର୍ବରୁ  ପ୍ରଦୀପ ଏକ ହତ୍ୟା ଉଦ୍ୟମ ମାମଲାରେ ଗିରଫ ହୋଇ ବ୍ରହ୍ମପୁର ଜେଲରେ ରହିଛି।

ଫୋନ୍ ବାର୍ତ୍ତାଳାପରେ ଯୋଜନା କରି ମୁମ୍ବାଇରୁ ଡକାଯାଇଥିଲା ସୁପାରିକିଲରକୁ । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଏତେ ବଡ଼ ଯୋଜନାର ପର୍ଦ୍ଦାଫାସ୍ କରିଛି ବଡ଼ ବଜାର ଥାନା ପୁଲିସ।  ଗତ ୨୭ତାରିଖରେ ଲକ୍ଷ୍ମୀନୃସିଂହ ସାହିରେ ବେପାରୀ ଜି. ଶିବଶଙ୍କର ପାତ୍ର ନିଜ ଘର ଦାଣ୍ଡରେ ବସିଥିଲେ।  ଏହି ସୟମରେ ହୋଇଥିଲା ତାଙ୍କ ଉପରେ ବୋମାମାଡ଼ ହୋଇଥିଲା।  ଆଉ ଏହାର ସିସିଟିଭି ଭିଜୁଆଲ ମଧ୍ୟ ମିଳିଛି। ସିସିଟିଭି ଫୁଟେଜରେ କଏଦ ହୋଇଥିବା ଦୃଶ୍ୟରୁ  ସାଇକେଲରେ ଆସି ସୁପାରିକିଲର ରାନୀ ପଣ୍ଡା ଓରଫ ରାଜେଶ ପାଣିଗ୍ରାହୀ ବୋମାମାଡ଼ କରୁଥିବା ଜଣାପଡ଼ୁଛି । ରାଜେଶ ଜଣେ ପେଶାଗତ ଅପରାଧୀ। ସେ ଓଡ଼ିଆ ହୋଇଥିଲେ ମଧ୍ୟ ମୁମ୍ବାଇରେ ରହୁଛନ୍ତି। ତେବେ ଏହି ଘଟଣା ସେ ପ୍ରଦୀପ ସାହୁ ପ୍ରରୋଚନାରେ କରିଥିବା କ୍ୟାମେରା ଆଗରେ ସ୍ୱୀକାର କରିଛି । ଏହି ଘଟଣାରେ ରାଜେଶଙ୍କ ସହ ପ୍ରଦୀପ ସାହୁଙ୍କ ବାନ୍ଧବୀ ଲିସା (ଛଦ୍ମ ନାମ), ପ୍ରଦୀପର ସହଯୋଗୀ ମନୋଜ କୁମାର ସାହୁ ଓ ଅଜୟ ମହାରଣାଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସେମାନଙ୍କର ଟେଲିଫୋନିକ ବାର୍ତ୍ତାଳାପର ସୁରାକ ପାଇ ଗିରଫ କରିଛି।

Advertisment

[caption id="attachment_625067" align="alignnone" width="650"]publive-image ସାଇକଲରେ ଆସି ରାଜେଶ ବୋମା ଫିଙ୍ଗୁଥିବାର ଦୃଶ୍ୟ।[/caption]

ଅନ୍ୟପକ୍ଷରେ ଗୋଟିଏ ନୁହେଁ ଦୁଇ ଦୁଇ ଥର ବୋମାମାଡ଼ର ଶିକାର ହୋଇଛନ୍ତି ଶିବଶଙ୍କର ପାତ୍ର। ପୂର୍ବରୁ ୧୭ ଅକ୍ଟୋବର ୨୦୨୦ରେ ପ୍ରଦୀପ ସାହୁ ମୋବାଇଲରେ କଲ୍ କରି ଶିବଙ୍କୁ ଦାଦାବଟି ବାବଦକୁ ୧୦ହଜାର ଟଙ୍କା ମାଗିଥିଲେ । ଟଙ୍କା ନଦେବାରୁ ଆକ୍ରମଣ ଶିବଙ୍କୁ କରିଥିଲେ।

ଏହାପରଠାରୁ ଭୟରେ ଶିବ ଦାଣ୍ଡରେ ରହୁଥିଲେ। ଆଉ ସେ ନିଜ ଦାଣ୍ଡରେ ବସିଥିବା ବେଳେ ହୋଇଛି ଆକ୍ରମଣ। ପୁଲିସ  ହିଁ ତାଙ୍କୁ ଏଭଳି ଘଟଣାରୁ ରକ୍ଷା କରିପାରିବ ବୋଲି କହିଛନ୍ତି ସେ।  ତେବେ ଜେଲରେ ଅପରାଧୀ ରହି ବାହାରେ ନିଜ ନେଟୱର୍କ ବାହାରେ ଚଳାଇବା ଏକ ଗୁରୁତର ଘଟଣା । ଅପରାଧୀଙ୍କୁ ନିଜ ଘର ଲୋକ ଓ ଓକିଲଙ୍କ ସହ ଟେଲିଫୋନ୍‌ରେ କଥାବାର୍ତ୍ତା ପାଇଁ  ନିୟମ ରହିଥିବା ବେଳେ ଏହାର ଦୂରୁପଯୋଗ କରିଛନ୍ତି ସେମାନେ । ଏଣୁ ଅପରାଧୀ କଥା ହେବା ବେଳେ ଜଣେ ଜେଲ ୱାର୍ଡର ରହି ସେମାନେ କ’ଣ ଆଲୋଚନା କରୁଛନ୍ତି ତାହା ବିଷୟରେ ଟିକିନିଖି ତଥ୍ୟ ରଖିବା ଦରକାର ବୋଲି କହିଛନ୍ତି ବରିଷ୍ଠ ଓକିଲ। ତେବେ ବାରମ୍ବାର ଆକ୍ରମଣ ହୋଇଥିବାରୁ ଶିବଙ୍କୁ ପୁଲିସ ସମସ୍ତ ସହଯୋଗ କରିବ ବୋଲି କହିଛନ୍ତି ପୋଲିସ ଏସ୍‌ଡିପିଓ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe