Advertisment

ଅନ୍‌ଲାଇନ୍‌ ଗେମ୍ ଉଜାଡ଼ି ଦେଲା ସୁନାର ସଂସାର; ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଜୟସେନ ସ୍ଥାନୀୟ କାଚଖଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକତା କରୁଥିଲେ। ଶୈଳେନ୍ଦ୍ରୀ ଜିଲ୍ଲା ବାହାରେ ଶିକ୍ଷକତା କରୁଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Suicide attempt

Suicide attempt

ଅନ୍‌ଲାଇନ୍‌ ଗେମ୍ ଖେଳି ପଇସା ଉଡ଼ାଉଥିଲେ ସ୍ୱାମୀ। ସ୍ତ୍ରୀ ପ୍ରତିବାଦ କରିବାରୁ ସୃଷ୍ଟି ହୋଇଥିଲା ଝଡ଼। ଉଭୟଙ୍କ ମଧ୍ୟରେ ହୋଇଥିଲା ଝଗଡ଼ା। ଏହି ଝଗଡ଼ା ଏତେ ଉଗ୍ରରୂପ ନେଲା ଯେ ଶେଷରେ ସେମାନେ ନିଜ ଜୀବନକୁ ଶେଷ କରିଦେବାକୁ ନିଷ୍ପତ୍ତି ନେଇଥିଲେ। ଏକ ବନ୍ଦ ଘରେ ଉଭୟ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ସ୍ତ୍ରୀର ମୃତ୍ୟୁ ଘଟିଥିଲା। ସ୍ୱାମୀକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଡ଼ି ଗାଁରେ। 

Advertisment

ମୃତ ମହିଳା ଜଣେ ଶିକ୍ଷୟିତ୍ରୀ ଥିଲେ। ତାଙ୍କ ନାଁ ଶୈଳେନ୍ଦ୍ରୀ ମହାନ୍ତି। ତାଙ୍କ ସ୍ୱାମୀଙ୍କ ନାଁ ଜୟସେନ ମହାନ୍ତି। ସେ ବି ଜଣେ ଶିକ୍ଷକ। ଜୟସେନ ସ୍ଥାନୀୟ କାଚଖଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକତା କରୁଥିଲେ। ଶୈଳେନ୍ଦ୍ରୀ ଜିଲ୍ଲା ବାହାରେ ନିଯୁକ୍ତି ପାଇଥିଲେ। 

ସୂଚନା ଅନୁଯାୟୀ,  ଜୟସେନ ଡେଙ୍ଗାଡ଼ି ଗାଁରେ ରହୁଥିଲେ। ସ୍ତ୍ରୀ ଶୈଳେନ୍ଦ୍ରୀ ଅନ୍ୟ ଏକ ଜିଲ୍ଲାରେ ଶିକ୍ଷକତା କରୁଥିବାରୁ ଛୁଟି ହେଲେ ତାଙ୍କ ପାଖକୁ ଆସୁଥିଲେ। ଛୁଟି ସରିଲେ ପୁଣି ନିଜ କର୍ମସ୍ଥଳକୁ ପଳାଇ ଯାଉଥିଲେ। ସ୍ତ୍ରୀ ଗଲା ପରେ ଜୟସେନ ଏକୁଟିଆ ଅନୁଭବ କରୁଥିଲେ। ଏଣୁ ଏହି ସମୟରେ ସେ ଅନ୍‌ଲାଇନ୍‌ରେ ଗେମ୍ ଖେଳୁଥିଲେ। ଗେମ୍ ଖେଳି ପଇସା ଉଡ଼ାଉଥିଲେ। ଶୈଳେନ୍ଦ୍ରୀ ଏହି କଥା ଜାଣିପାରିଥିଲେ। ଗତକାଲି ସେ ଏ ବାବଦରେ ଜୟସେନଙ୍କୁ ପଚାରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ଏତେ ଉଗ୍ରରୂପ ନେଇଥିଲା ଯେ ଉଭୟ ସ୍ୱାମୀସ୍ତ୍ରୀ ଘରେ ରଶି ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।

Advertisment

ଆଜି ସକାଳେ ଶୈଳେନ୍ଦ୍ରୀ ଓ ଜୟସେନ ଘର କବାଟ ନ ଖୋଲିବାରୁ ସ୍ଥାନୀୟ ଲୋକେ କବାଟ ବାଡ଼େଇଥିଲେ। ଝରକା ବାଟେ ଉଭୟ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଶୈଳେନ୍ଦ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ସେହିପରି ଜୟସେନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ରାଯାଇଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଜୟସେନ ଓ ଶୈଳେନ୍ଦ୍ରୀ ମାତ୍ର ଦୁଇ ବର୍ଷ ତଳେ ବିବାହ କରିଥିଲେ। 

Odisha Police Ganjam Suicide Attempt