ସ୍କୁଟିକୁ ପିଟିଲା ବୋଲେରୋ, ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଲଂଗଳେଶ୍ୱର ପେଟ୍ରୋଲ ପମ୍ପ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ହୋଇ ଅନ୍ୟ ଜଣେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ମୃତକ ହେଲେ ବାକୁଟୁ ଗାଁର ଶିବରାମ ସାହୁ। ଗୁରୁତରଜଣକ ହେଲେ  ଉକ୍ତ ଗ୍ରାମର ପ୍ରମୋଦ ସାହୁ । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ […]

bolero

bolero

Niharika Rout
  • Published: Wednesday, 09 March 2022
  • Updated: 09 March 2022, 10:04 AM IST

Sports

Latest News

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଲଂଗଳେଶ୍ୱର ପେଟ୍ରୋଲ ପମ୍ପ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ହୋଇ ଅନ୍ୟ ଜଣେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ମୃତକ ହେଲେ ବାକୁଟୁ ଗାଁର ଶିବରାମ ସାହୁ। ଗୁରୁତରଜଣକ ହେଲେ  ଉକ୍ତ ଗ୍ରାମର ପ୍ରମୋଦ ସାହୁ ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତି ୧୨ ଟାରେ ଶିବରାମ ସାହୁ ଓ ପ୍ରମୋଦ ସାହୁ ଏକ ସ୍କୁଟି ଯୋଗେ ନାରାୟଣି ଛକଠାରୁ ନିଜ ଗ୍ରାମକୁ ଫେରୁଥିଲେ।  ଏହି ସମୟରେ ପୂର୍ତ୍ତ ବିଭାଗର ଏକ ବୋଲେରୋ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଫେରୁଥିଲା। ଦ୍ରୁତ ଗତିରେ ଥିବା ବୋଲେରୋଟି ପେଟ୍ରୋଲ ପମ୍ପ ନିକଟରେ ସ୍କୁଟିକୁ ଧକ୍କା ଦେଇଥିଲା ।

[caption id="attachment_719033" align="aligncenter" width="650"]accident ଦୁର୍ଘଟଣା ଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଯାନବାହନ ।[/caption]

ଏହି ଦୁର୍ଘଟଣାରେ ପ୍ରମୋଦ ଛିଟିକି ଯାଇ ଦୂରରେ ପଡିଥିବା ବେଳେ ଶିବରାମ  ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଗୁରୁତର ଆହତ ଅବସ୍ଥାରେ ପ୍ରମୋଦଙ୍କୁ ପ୍ରଥମେ ବାଲୁଗାଁ ମେଡ଼ିକାଲ ଓ ପରେ ଭୁବନେଶ୍ୱର ମେଡ଼ିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି ।

ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା। ଏପରିକି ଉତ୍ତ୍ୟକ୍ତ ଲୋକେ ସରକାରୀ ବୋଲେରୋରେ ନିଆଁ ଲଗାଇ ଦେଇଥିଲେ । ବୋଲେରୋଟି ହୁତହୁତୁ ହୋଇ ଜଳୁଥିବା ବେଳେ ରାସ୍ତାରୋକ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ  ଅଟକି ରହିଥିଲା ।  ଘଟଣାସ୍ଥଳରେ ଖଲ୍ଲିକୋଟ ଥାନା ପୁଲିସ୍‌ ପହଞ୍ଚି  ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି।

ବୋଲେରୋରେ ପୂର୍ତ୍ତବିଭାଗର କେତେଜଣ କର୍ମଚାରୀ ଥିଲେ ତାହା ଜଣା ପଡିନାହିଁ । ଦୁର୍ଘଟଣା ସ୍ଥଳରେ ପୁଲିସ୍‌ ପହଞ୍ଚିବା ପୂର୍ବରୁ ବୋଲେରୋ ଚାଳକ ଓ ଅନ୍ୟ କର୍ମଚାରୀ ଫେରାର ହୋଇଯାଇଛନ୍ତି। ପୁଲିସ୍‌ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story