Advertisment

ଗୋଷ୍ଠୀ ସଂର୍ଘଷ ପରେ ଗାଁରେ ଫୁଟିଲା ବୋମା, ୫ ଅଟକ

ଗତକାଲି ଫୁଲଟା ଗାଁରେ କମିଟି ବସିଥିଲା। ପୁରୁଣା କମିଟିକୁ ହିସାବ ପତ୍ର ମଗାଯାଇଥିଲା। ପୁରୁଣା କମିଟିର ସଭାପତି ହିସାବ ପତ୍ର ଠିକ୍‌ ଭାବରେ ଦେଇ ନ ପାରିବାରୁ ଏନେଇ ବଚସା ହୋଇଥିଲା।

group clash

group clash

Advertisment

ଗାଁ କମଟିର ଟଙ୍କା ପଇସା ହିସାବକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂର୍ଘଷ ଘଟିଛି। ଗତକାଲି ବିଳମ୍ବିତ ରାତିରେ ସଭାପତିଙ୍କ ଘର ଉପରେ ବୋମାମାଡ କରିଛନ୍ତି ଦୁର୍ବୃତ୍ତ। ବୋମାମାଡ଼ରେ କାହାର କିଛି କ୍ଷତି ହୋଇନାହିଁ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗାଁରେ।

Advertisment

ଗତକାଲି ଫୁଲଟା ଗାଁରେ କମିଟି ବସିଥିଲା। ପୁରୁଣା କମିଟିକୁ ହିସାବ ପତ୍ର ମଗାଯାଇଥିଲା। ପୁରୁଣା କମିଟିର ସଭାପତି ହିସାବ ପତ୍ର ଠିକ୍‌ ଭାବରେ ଦେଇ ନ ପାରିବାରୁ ଏନେଇ ବଚସା ହୋଇଥିଲା। ଏକ ନୂଆ କମିଟି ଗଠନ କରାଯାଇଥିଲା। ବୈଠକରେ ନୂଆ କମିଟି ଓ ପୁରୁଣା କମିଟିର ସଦ୍ୟସଙ୍କ ମଧ୍ୟରେ ଟଙ୍କା ପଇସା ହିସାବ ପତ୍ରକୁ ନେଇ ସଂଘର୍ଷ ହୋଇଥିଲା। ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଗତକାଲି ବିଳମ୍ବିତ ରାତିରେ ପୁରୁଣା କମିଟିର ସଭାପତି ଘର ଉପରକୁ ଦୁର୍ବୃତ୍ତମାନେ ୨ଟି ବୋମାମାଡ଼ କରିଥିଲେ। ଏହାସହ ଗାଁରେ ମଧ୍ୟ ୫ଟି ବୋମାମାଡ଼ କରିଥିଲେ। ଏନେଇ ପୁଲିସ ଖବର ପାଇ ଗାଁରେ ପହଞ୍ଚିଥିଲା। ପୁଲିସ ଉପରକୁ ମଧ୍ୟ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିଲେ। ବୋମାମାଡ଼ରେ କାହାର କିଛି କ୍ଷତି ହୋଇ ନାହିଁ। ପୁଲିସ ଏହି ଘଟଣାରେ ୫ଜଣଙ୍କୁ ଅଟକ ରଖିଛି ପଚରାଉଚରା କରୁଛି ଓ ଏହା ସହ ୫ଟି ଅଫୁଟା ବୋମା ଜବତ କରିଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଉପୁଜିବା ପାଇଁ ଗାଁରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Advertisment
Ganjam Group Clash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe