Advertisment

ଠକାମୀରେ ପଡ଼ିଗଲେ ଡାକ୍ତର, ସାଇବର ଲୁଟେରା ନେଇଗଲେ ୯ ହଜାର

ଠକେଇ ପରେ ବାପାଙ୍କୁ ପୁରୀ ବୁଲାଇବା ଆଶା ଅଧୁରା ରହିଲା।

ଅଦ୍ୟତନ ହୋଇଛି
doctor

doctor

Advertisment

ହୋଟେଲ ରୁମ୍‌ ବୁକ୍ କରିବାକୁ ପ୍ରଥମେ ୯ ହଜାର ଟଙ୍କା ଦେଲେ। ପରେ ୧ ଟଙ୍କା ପଠାଇବାରୁ ରାଗି ଗଲା ସାଇବର ଠକ। ମହିଳା ଡାକ୍ତରଙ୍କୁ ଗାଳିମନ୍ଦ କଲା। ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଡାକ୍ତର ସୁଚରିତା ସାହୁ ଏଭଳି ଭାବେ ଠକାମୀର ଶିକାର ହୋଇଛନ୍ତି।

Advertisment

ସୁଚରିତା କହିଛନ୍ତି ଯେ ବାପାଙ୍କ ଇଚ୍ଛା ପୂରଣ ପାଇଁ ହଠାତ୍ ଏକ ଭେଟି ଦେବାକୁ ସେ ମନସ୍ଥ କରିଥିଲେ। ଏଥିପାଇଁ ବାପାଙ୍କୁ ସେ ପୁରୀ ବୁଲାଇ ନେବା ନିମନ୍ତେ ଭାବିଥିଲେ। ଗୁଗଲ୍‌ରେ ପୁରୀର ଏକ ହୋଟେଲ ଖୋଜି ପାଇବା ପରେ ଫୋନ୍‌ ନମ୍ବର ବାହାର କରି ଫୋନ୍‌ କରିଥିଲେ। ଫୋନ୍‌ ଉଠାଇ ଥିବା ବ୍ୟକ୍ତି ଦେଇଥିବା ବ୍ୟାଙ୍କ ଆକାଉଣ୍ଟରେ ପ୍ରଥମେ ୯ ହଜାର ଟଙ୍କା ବି ଦେଇଥିଲେ। ରୁମ୍‌ ବୁକ୍‌ ହେଲାକି ନାହିଁ ଫୋନ୍‌ କରି ବୁଝିବା ବେଳେ ଉକ୍ତ ବ୍ୟକ୍ତି ଠିକ୍ ଭାବେ ବୁକ୍ ହୋଇ ନ ଥିବା କହିଥିଲା। ଆଉ ଥରେ ଠିକ୍‌ ଭାବେ ରୁମ୍‌ ବୁକ୍‌ କରି ଟଙ୍କା ପଠାଇବାକୁ କହିଥିଲା। ଡାକ୍ତରୀ ସୁଚରିତା ସାହୁ ପୁନଶ୍ଚ ରୁମ୍‌ ବୁକ୍ କରି ୧ଟଙ୍କା ପଠାଇ ଥିଲେ। ଫୋନ୍‌ କରି ପୁଣି ପଚାରି ବୁଝିଥିଲେ ରୁମ୍‌ ବୁକ୍‌ ହେଲାକି ନାହିଁ। ଏହି ସମୟରେ ଫୋନ୍‌ ଉଠାଇଥିବା ବ୍ୟକ୍ତି ପୁଣି ସମାନ କଥା କହିଥିଲା। ଦୁଇ ଥର ଟଙ୍କା ପଠାଇବା ସତ୍ତ୍ୱେ ଫୋନ୍‌ ଉଠାଉଥିବା ବ୍ୟକ୍ତି ଟଙ୍କା ପାଇ ନ ଥିବା କହିବାରୁ ସୁଚରିତାଙ୍କ ମନରେ ସନ୍ଦେହ ହୋଇଥିଲା। ସେ ପଚାରି ଦେଇଥିଲେ, ଠକାମୀ କରୁଛ କି ? ବାସ୍‌ ଏତିକି କଥାରେ ଫୋନ୍‌ ଉଠାଇଥିବା ବ୍ୟକ୍ତି ଆରମ୍ଭ କରି ଦେଇଥିଲା ଗାଳି ମନ୍ଦ। ତେଣୁ ସୁଚରିତା ଫୋନ୍ କାଟିବାକୁ ବାଧ୍ୟ ହୋଇଥିଲେ।

ପୁରୀର ଗୋଟିଏ ଜଣାଶୁଣା ହୋଟେଲ ନାଁରେ ଗୁଗଲରେ ଫେକ୍ ଆକାଉଣ୍ଟ କରାଯିବା ଓ ରୁମ୍‌ ବୁକ୍‌ କରି ସାଇବର ମାଫିଆ ଲୋକଙ୍କୁ ଠକିବା ତାଙ୍କୁ ତାଜୁବ୍‌ କରିଛି। ଏଭଳି ବ୍ୟବସ୍ଥା ବନ୍ଦ ହେବା ଉଚିତ୍ ବୋଲି ସେ ସ୍ଥାନୀୟ ପୁଲିସରେ ଅଭିଯୋଗ କରିଛନ୍ତି। ସେପଟେ ଠକେଇ ପରେ ବାପାଙ୍କୁ ପୁରୀ ବୁଲାଇବା ଆଶା ଅଧୁରା ରହିବା ଯୋଗୁ ଡାକ୍ତର ସୁଚରିତା ନିରାଶ ହୋଇଛନ୍ତି।

Advertisment

ରିପୋର୍ଟ-ବ୍ରହ୍ମପୁରରୁ ଅଶୋକ ବ୍ରହ୍ମା

Cyber Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe